ସାବଧାନ ! ରିସର୍ଚ୍ଚରୁ ହେଲା ଖୁଲାସା, କରୋନା ରୋଗୀଙ୍କୁ ହୋଇପାରେ ଏହି ଗମ୍ଭୀର ରୋଗ

ଯେତିକି ଯେତିକି ଦିନ ଗଡୁଛି ସେତିକି ସେତିକି ଭୟଙ୍କର ହେଇଚାଲିଛି କରୋନା। ଏବେ କରୋନାକୁ ନେଇ ଆଉ ଗୋଟେ ତଥ୍ୟ ସାମ୍ନାକୁ ଆସିଛି। କରୋନା ସଂକ୍ରମିତ ହୋଇଥିବା ରୋଗୀଙ୍କ ଠାରେ ‘ଥାଇରଏଡ଼ ବା ସବସ୍ୟୁଟ ଥାଇରଏଡିଟିସ’ ଭଳି ରୋଗ ହୋଇପାରେ। ଏକ ରିସର୍ଚ୍ଚରେ ଏହା ସାମ୍ନାକୁ ଆସିଛି। ରିସର୍ଚ୍ଚର ଜଣାଇଛନ୍ତି ଯେ ସବସ୍ୟୁଟ ଥାଇରଏଡିଟିସ ଏକ ଫୁଲା ଜନିତ ଥାଇରଏଡ଼ ରୋଗ ଅଟେ। ଏହି ରୋଗରେ ଗଳାରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହା ସାଧାରଣତଃ ଏକ ଅପର ରେଷ୍ପିରେଟ୍ରି ସଂକ୍ରମଣ କାରଣରୁ ହୋଇଥାଏ।

ଏକ ନୂଆ ଅଧ୍ୟୟନ ଅନୁଯାଇ ଏହା ଏକ ଭାଇରଲ ସଂକ୍ରମଣ କିମ୍ବା ଏକ ପୋଷ୍ଟ ଭାଇରଲ ଇମ୍ଫଲାମେଟରୀ ରିଆକ୍ସନ କାରଣରୁ ହୋଇପାରେ। ସେହିପରି କିଛି ଭାଇରସ ଏମିତି ରହିଛି, ଯାହା ରୋଗ ସହ ଜଡିତ ଥାଏ।

ଗମ୍ଭୀର ଲକ୍ଷଣ ସହିତ କୋଭିଡ-୧୯ ଏକ ମହାମାରୀ ରୂପ ନେଇଛି ଏବଂ ଏଥିରେ ଅନ୍ୟ ଅଙ୍ଗ ମଧ୍ୟ ସାମିଲ ହୋଇପାରେ। କରୋନା ଭାଇରସ ସଂକ୍ରମିତ ଲୋକଙ୍କର ବୈଷୟିକ ସଂଖ୍ୟା ୫୦ ଲକ୍ଷରୁ ଅଧିକ ପାର କରିଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.