ମହଙ୍ଗା ପଡିଲା ଗୋଇଠା ମାଡ: କେନ୍ଦୁଝର ପାଟଣା ଥାନା IIC ସନ୍ଧ୍ଯାରାଣୀ ଜେନାଙ୍କୁ ନିଲମ୍ବନ କଲେ ପୋଲିସ ଡିଜି

କେନ୍ଦୁଝର: କେନ୍ଦୁଝର ପାଟଣା ଥାନା ଆଇଆଇସିଙ୍କୁ ମହଙ୍ଗା ପଡିଲା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା। ଯେଉଁଥିପାଇଁ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି। ଏହି ଘଟଣାରେ ଇମେଲ ଜରିଆରେ ମାନବାଧିକାର କମିଶନ ଅଭିଯୋଗ ପାଇବାପରେ ତଦନ୍ତ କରି ୪ସପ୍ତାହ ମଧ୍ୟରେ ରିପୋର୍ଟ ତଲବ ପାଇଁ ନିର୍ଦ୍ଦେଶ ଦେଇଥିବା ସହ ପୀଡିତଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୨୫ ତାରିଖରେ ଏକ ଜମି ଜମା ମାମଲାରେ ଗିରଫ ହୋଇଥିବା ଯୁବକକୁ ପାଟଣା ଥାନା ଆଇ.ଆଇ.ସି ଠେଙ୍ଗାରେ ନିସ୍ତୁକ ମାଡ ମାରିବା ସହ ଗୋଇଠା ମାରିଥିବା ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ  ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ମାନବ ଅଧିକାର ଓ 5T ନିୟମକୁ ସଂପୂର୍ଣ୍ଣ ଫୁ କରୁଥିବା ମହିଳା ଆଇ ଆଇ.ସି.ଙ୍କ ଏପରି ବ୍ୟବହାରକୁ ନେଇ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.