Below header

ଡିଜିଟାଲ ପେମେଣ୍ଟ ଓ ମନ୍ତ୍ରୋଚ୍ଚାରଣରେ ପାଳନ ହେଲା ସାବିତ୍ରୀ ବ୍ରତ

ମୁମ୍ବାଇ: କରୋନା ପାଇଁ ସବୁ ବନ୍ଦ । ମନ୍ଦିର ଠାରୁ ଆରମ୍ଭ କରି ସର୍ବ ସାଧାରଣ ସ୍ଥାନ ମାନଙ୍କରେ ଲାଗିଛି କଟକଣା । ଏପରି ଅବସ୍ଥାରେ ଓଡ଼ିଆଣୀଙ୍କ ସାବିତ୍ରୀ ଅମାବାସ୍ୟା ବା ପାଳନ ହୋଇଥାନ୍ତା କେମିତି । ଏହି ସମସ୍ୟାର ସମାଧାନ ଖୋଜି ବାହାର କଲେ ମୁମ୍ବାଇରେ ବାସ କରୁଥିବା କିଛି ପ୍ରବାସୀ ଓଡ଼ିଆ ମହିଳା ଗୋଷ୍ଠୀ । ସାମାଜିକ ଦୂରତା ବଜାୟ ରହିଲା, ଦିଅଁ ପୂଜା ବି ହେଲା । ଏହା ସହ ମୁମ୍ବାଇରେ ବାସ କରୁଥିବା ଏହି ପ୍ରବାସୀ ଓଡ଼ିଆ ମହିଳା ମାନେ ନିଜ ପରମ୍ପରା ବଜାୟ ରଖି ସାବିତ୍ରୀ ବ୍ରତ ବି ପାଳିଲେ । ମୁମ୍ବାଇର ଖରଗର ଅଂଚଳ ସେକ୍ଟର- ୫ ରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଡିଜିଟାଲ ସାବିତ୍ରୀ ପୂଜାର ଆୟୋଜନ କରାଯାଇଥିଲା । ଏହି କାରଣରୁ ମହିଳା ମାନଙ୍କୁ ମନ୍ଦିର ଯିବାକୁ ବି ପଡ଼ିନଥିଲା ।

ଘରେ ବସି ମହିଳା ମାନେ ଏକ ସଂଗେ ମନ୍ଦିରର ପୁଜାରିରୀଙ୍କ ମନ୍ତ୍ର ଉଚ୍ଚାରଣ ସହ ପୂଜା କରିଥିଲେ । ଖାଲି ସେତିକି ନୁହେଁ ଏହି ଡିଜିଟାଲ ପୂଜାରେ ଡିଜିଟାଲ ପେମେଂଟ ବ୍ୟବସ୍ଥା ବି କରା ଯାଇଥିଲା । ମହିଳା ଭକ୍ତ ମାନେ ମନ୍ଦିରର ପୂଜାରୀଙ୍କୁ ଡିଜିଟାଲ ପେମେଂଟ ଜରିଆରେ ଦକ୍ଷିଣା ବି ଦେଇଥିଲେ । ଏପରି ଏକ ଭିନ୍ନ ପଦକ୍ଷେପରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମ ମାନ ବଜାୟ ରହିବା ସହ ପରମ୍ପରା ମଧ୍ୟ ବଜାୟ ରହିଲା । କହିରଖିବା ଉଚିତ ହେବକି କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ସମେତ ବିଭିନ୍ନ ସର୍ବସାଧାରଣ ସ୍ଥାନ ମାନଙ୍କରେ ଗତ ଦୁଇ ମାସ ହେବ କଟକଣା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.