‘ପ୍ଲେ ବଏ’ ଡେନ : ଯାହାଙ୍କ ପଛରେ ଲାଗୁଥିଲା ଝିଅଙ୍କ ଲାଇନ ସେ ଥିଲେ ଏହାର ଦିଓ୍ଵାନା

ଭାରତରେ ଜୁଆ ଖେଳିବା କିମ୍ବା କ୍ୟାସିନୋ ଖୋଲିବା ଅବୈଧ । କିନ୍ତୁ ଦୁନିଆରେ ଏମିତି କେତେକ ଦେଶ ରହିଛି, ଯେଉଁଠାରେ ଏହିସବୁ କାମ କରିବା ବୈଧ। ଏଥିପାଇଁ ସେଠାରେ ଆଇନ ରହିଛି। ଦୁନିଆରେ ଏମିତି ଜଣେ ବ୍ୟକ୍ତି ରହିଛନ୍ତି, ଯିଏକି କେବଳ ଜୁଆ ଖେଳି ଖେଳି କୋଟିପତି ହୋଇଛନ୍ତି। ବ୍ୟକ୍ତି ଜଣକ ଦୁନିଆର ସବୁଠାରୁ ବଡ ଏବଂ ଧନୀ ଜୁଆଡି ଭାବେ ପରିଚିତ। ଯିଏକି ‘ପୋକର କିଙ୍ଗ’ ନାମରେ ମଧ୍ୟ ପରିଚିତ। କେବେଳ ଏତିକି ନୁହେଁ, ଏହି ବ୍ୟକ୍ତି ଜଣକ ହଲିଉଡର ଅନେକ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି।

king

ଏହି ବ୍ୟକ୍ତିଙ୍କ ନାମ ଡେନ ବିଲ୍ଜୋରିୟନ। ତାଙ୍କ ବାପା ଜଣେ ଧନୀ ବ୍ୟବସାୟୀ ଥିବାରୁ ଜୀବନରେ କେବେ ବି ଅର୍ଥର ଅଭାବ ନଥିଲା। ଛୋଟ ବେଳେ ତାଙ୍କ ପରିବାର ଲୋକ ତାଙ୍କ ଉପରେ ବିଶେଷ ଧ୍ୟାନ ଦେଉନଥିଲେ, ତେଣୁ ଡେନଙ୍କ ମନକୁ ଯାହା ଆସୁଥିଲା, ସେ କରୁଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ଡେନ ସ୍କୁଲକୁ ବନ୍ଧୁକ ନେଇ ଯାଇଥିବା ବେଳେ ଧରାପଡିଥିଲେ। କିନ୍ତୁ ପ୍ରକୃତରେ ଏହି ବନ୍ଧୁକ ତାଙ୍କ ବାପାଙ୍କର ଥିଲା, ଯାହାକୁ ସେ ନିଜ ସାଙ୍ଗମାନଙ୍କୁ ଦେଖାଇବାକୁ ନେଇଥିଲେ।

dan

ଡେନ ନିଜର ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ। ଡେନଙ୍କର ଲସଭେଗାସରେ ଏକ ଘର ରହିଛି, ଯାହାର ମୂଲ୍ୟ ୩୨ କୋଟି ଟଙ୍କା। ସେଠାରେ ସେ ସବୁବେଳେ ପାର୍ଟି କରନ୍ତି। କେବଳ ଏହି ଘର ନୁହେଁ ଡେନଙ୍କ ପାଖରେ ଅନେକ ଘର ରହିଛି, ଯେଉଁଠି ବିଭିନ୍ନ ପ୍ରକାରର ମହଙ୍ଗା ଜିନିଷ ରହିଛି। ଗତ ବର୍ଷ ତାଙ୍କର ଏକ ଘଣ୍ଟାର ଫଟୋ ଭାଇରାଲ ହୋଇଥିଲା, ଯାହାର ମୂଲ୍ୟ ୧.୩୬ କୋଟି।
କେବଳ ଏତିକି ନୁହେଁ, ଡେନ ବନ୍ଧୁକ ଏବଂ ବିଳାସପୂର୍ଣ୍ଣ ଗାଡି ରଖିବାର ବହୁତ ସୌକିନ। ତାଙ୍କ ପାଖରେ ଭିନ୍ନ ଭିନ୍ନ ପ୍ରକାରର ଦାମୀ ବନ୍ଧୁକ ରହିଛି। ବହୁତ ଧନୀ ହୋଇଥିବାରୁ ତାଙ୍କ ପଛରେ ଅନେକ ସୁନ୍ଦରୀ ଝିଅଙ୍କ ଲାଇନ ଲାଗିଥାଏ। ସୋସିଆଲ ମିଡିଆରେ ଅନେକ ଏପରି ଫଟୋ ରହିଛି, ଯାହା ଦେଖି ଆପଣ ଜାଣିପାରିବେ। ଏଥିପାଇଁ ତାଙ୍କୁ ‘ପ୍ଲେବଏ’ ମଧ୍ୟ କୁହାଯାଏ।

dd

ଡେନ ପାଖାପାଖି ୧୫୦ ମିଲିଅନ ଡଲାର ଅର୍ଥାତ ୧ ହଜାର ୬୯ କୋଟି ଟଙ୍କାର ମାଲିକ ଅଟନ୍ତି, ଯାହାକୁ ସେ କେବଳ ଜୁଆ ଖେଳି କମାଇଛନ୍ତି। ସେଥିପାଇଁ ସେ ପୋକର କିଙ୍ଗ ନାମରେ ପରିଚିତ। ସେ ଗୋଟେ ରାତିରେ ଜୁଆ ଖେଳି ୧୧ ମିଲିଅନ ଡଲାର ଅର୍ଥାତ ୮୩ କୋଟି ଟଙ୍କା ରୋଜଗାର କରିଥିଲେ। ଆମେରିକାରେ ରହୁଥିବା ୩୯ ବର୍ଷୀୟ ଡେନ ସବୁପ୍ରକାର ନିଶାଦ୍ରବ୍ୟ ଖାଇବାରେ ପାରଙ୍ଗମ। ଏଥିପାଇଁ ତାଙ୍କୁ ମାତ୍ର ୩୦ ବର୍ଷ ବୟସରେ ହାର୍ଟଆଟାକ ହୋଇଥିଲା। ବହୁତ ପରିଶ୍ରମ ପରେ ତାଙ୍କ ଜୀବନକୁ ଡାକ୍ତରମାନେ ବଞ୍ଚାଇପାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.