Below header

ଇଣ୍ଟରନେଟ୍‌ ଦୁନିଆରେ ଇତିହାସ ସୃଷ୍ଟି କରିବ ବୈଜ୍ଞାନିକଙ୍କ ଏହି ନୂତନ ଆବିଷ୍କାର

ଆମେରିକାର ଲବ୍ଧ ପ୍ରତିଷ୍ଠିତ ପ୍ରାଦ୍ୟୋଗିକ କମ୍ପାନୀ ସିସ୍‌କୋ ଏକ ନୂଆ ଚିପ୍‌ ଓ ରାଉଟର ପ୍ରସ୍ତୁତ କରିଛି। ଏନେଇ କମ୍ପାନୀ କହିଛି ଯେ ଏହି ଉଦ୍ଭାବନ ଭବିଷ୍ୟତର ଇଣ୍ଟରନେଟ୍‌ରେ କ୍ରାନ୍ତି ଆଣିବ। ସିସ୍‌କୋର କହିବାନୁସାରେ, ନୂଆ ଯୁଗରେ ଇଣ୍ଟରନେଟ୍‌ କେବଳ ସ୍ପିଡ୍‌ ନୁହେଁ, ଶସ୍ତାରେ ମଧ୍ୟ ଉପଲବ୍ଧ ହେବ।

ସିସ୍‌କୋର ଚେୟାରମ୍ୟାନ୍‌ ତଥା ସିଇଓ ଚୁକ୍‌ ରୋବିଂସ କହିଛନ୍ତି ଯେ ତାଙ୍କ ଟିମ୍‌ ଉନ୍ନତଧରଣ ୫ଜି ସେବା ଯୋଗାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଏହି ନୂତନ ଉଦ୍ଭାବନରେ ୟୁଜର୍ସଙ୍କୁ ୱେୟାରଲେସ୍‌ ଟେକ୍ନେଲୋଜିରେ ସେବା ଯୋଗାଇବା ପାଇଁ କମ୍ପାନୀ କେତେକ ପରିବର୍ତ୍ତନ କରୁଛି। ଆସନ୍ତା ତିନି ବର୍ଷ ମଧ୍ୟରେ ୪୯ ଅରବ ଡିଭାଇସ୍‌ ଇଣ୍ଟରନେଟ୍‌ ସହ ଜଡ଼ିତ ହେବ ଓ ସାରା ଦୁନିଆରେ ପ୍ରାୟ ୪.୮ ଅରବ ଇଣ୍ଟରନେଟ୍‌ ବ୍ୟବହାରକାରୀ ରହିବେ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।

ସିସ୍‌କୋର ଚେୟାରମ୍ୟାନ୍‌ କହିଛନ୍ତି ଯେ ଆଜି ଆମେ ସିଲିକନ୍‌ ଓ୍ଵାନ୍‌ ଲଞ୍ଚ୍‌ କରିଛୁ, ଯାହା ନୂଆ ସିଲିକନ୍‌ରେ ତିଆରି ହୋଇଛି। ଏହା ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଉଟର। ତେବେ ସମସ୍ତ ଇଣ୍ଟରନେଟ୍‌ ବ୍ୟବହାରକାରୀକୁ ଶସ୍ତାରେ ଉନ୍ନତ ସେବା ଯୋଗାଇବା ସେସ୍‌କୋର ଲକ୍ଷ୍ୟ ବୋଲି କମ୍ପାନୀ ସିିଇଓ କହିଛନ୍ତି। ଏହି ଉଦ୍ଭାବନରେ ଜଣେ ଭାରତୀୟ ଇଞ୍ଜିନିୟର ସାମିଲ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.