Below header

ପୁରା ଚାର୍ଜ କଲେ ଚାଲିବ ୧୦୦ କିଲୋମିଟର, ଦେଖନ୍ତୁ ଭାରତରେ ଲଞ୍ଚ୍‌ କରିବ ଏପରି ଇଲେକ୍‌ଟ୍ରିକ୍‌ ସାଇକେଲ୍‌

ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲ୍‌ର ଦାମ୍‌ ଯେଭଳି ଆକାଶ ଛୁଆଁ ହୋଇଛି ଏଥିପାଇଁ ଇଲେକ୍‌ଟ୍ରିକ୍‌ ସାଇକେଲର ଚାହିଦା ବଢ଼ିଛି । ଏହି ସାଇକେଲ୍‌ ଆପଣଙ୍କୁ ବିନା ଖର୍ଚ୍ଚରେ ଭଲ ରେଞ୍ଜ ମଧ୍ୟ ଦେବ । ଖାଲି ସେତିକି ନୁହେଁ ଏହି ସାଇକେଲ୍‌ ଆପଣଙ୍କ ପକେଟ ସହ ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଖିଆଲ ରଖିବ । ଖୁବ୍‌ ଶୀଘ୍ର ଏହି ଇଲେକ୍‌ଟ୍ରିକ ସାଇକେଲ ମିଳିବ ଭାରତରେ ।

ଇଲେକ୍‌ଟ୍ରିକ୍‌ ସାଇକେଲ ତିଆରି କରୁଥିବା ବେଙ୍ଗାଲୁର କମ୍ପାନି Nexzu Mobility ଏହି ସାଇକେଲ୍‌ ତିଆରି କର ୁଛନ୍ତି । ଗତ ମାର୍ଚ୍ଚରେ କମ୍ପାନି ତା’ର ଆଉ ଏକ ଇଲେକ୍‌ଟ୍ରିକ୍‌ ସାଇକେଲ Roadlark ଲଞ୍ଚ୍‌ କରିଥିଲା । ତେବେ ଏହି ସାଇକେଲ୍‌ ଥରେ ଚାର୍ଜ କଲେ ୧୦୦ କିଲୋମିଟର ଯିବ ବୋଲି କମ୍ପାନି ଦାବି କରିଛି ।

ବ୍ୟାଟେରୀ ସରିଗଲେ ମଧ୍ୟ ଏହାକୁ ଆପଣ ପେଡାଲ୍‌ ସାହାଯ୍ୟରେ ଚଳାଇ ଯାଇ ପାରିବେ । ଏଥିରେ ଦୁଇଟି ବ୍ୟାଟେରୀ ମଧ୍ୟ ଦିଆଯାଇଛି । ଗୋଟିଏ ବ୍ୟାଟେରୀ ସରିଗଲେ ଆପଣ ଅନ୍ୟକୁ ବ୍ୟବହାର କରିପାରିବେ । ପ୍ରାଇମେରୀ ବ୍ୟାଟେରୀ ୮.୭ Ah ର ହାଲୁକା ରିମୁଭେବଲ୍‌ ଥିବା ବେଳେ ଅନ୍ୟଟି ୫.୨ Ah ର ଇନ୍‌ ଫ୍ରେମ ବ୍ୟାଟେରୀ ଦିଆଯାଇଛି ।

ଏହି ସାଇକେଲ୍‌କୁ ଘରେ ସହଜରେ ଚାର୍ଜ କରାଯାଇପାରିବ । ଏହି ସାଇକେଲର ମୂଲ୍ୟ ରହିଛି ୪୨ ହଜାର ଟଙ୍କା । ଏହା ପ୍ରତି ଘଣ୍ଟାକୁ ୨୫ କିଲୋମିଟର ବେଗରେ ଯାଇପାରିବ ବୋଲି କମ୍ପାନି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.