କରୋନା ଟିକାକରଣ ପ୍ରକ୍ରିୟା ଏକ ମସ୍ତବଡ଼ ଭୁଲ୍‌, ଏମିତି କହିଲେ ନୋବେଲ୍‌ ବିଜେତା ବୈଜ୍ଞାନିକ

ଫ୍ରାନ୍ସ : ଗଣ କରୋନା ଟିକାକରଣ ଏକ ମସ୍ତବଡ଼ ଭୁଲ ବୋଲି କହିଛନ୍ତି ଫ୍ରାନ୍ସ ଭୁତାଣୁବିତ୍‌ ଓ ନୋବେଲ ବିଜେତା ଲକ୍‌ ମଣ୍ଟେନର । କରୋନା ମହାମାରୀ ବେଳେ ଏପରି ନିଷ୍ପତ୍ତି ଏକ ଐତିହାସିକ ଭୁଲ୍‌ ବୋଲି କହିଛନ୍ତି ଏହି ବୈଜ୍ଞାନିକ । ଏହି ଟିକାକରଣ ଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି । ମଣ୍ଟେନର ଦେଇଥିବା ଏହି ଇଣ୍ଟରଭ୍ୟୁ ଆମେରିକା ରେୟାର ଫାଉଣ୍ଡେସନ ଦ୍ୱାରା ପ୍ରକାଶ ପାଇଛି ।

କାରଣ ଏହି ଟିକା ନୂଆ ଭାରିଆଣ୍ଟ ସୃଷ୍ଟି କରିବ । ଏହି ଭାଇରସ ଦ୍ୱାରା ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ସଂକ୍ରମଣକୁ ଅଧିକ ବଳବତ୍ତର କରିବ । ଫଳରେ ଲୋକେ ମୃତ୍ୟୁ ମୁଖରେ ପଡ଼ିବେ । ୨ ବର୍ଷ ମଧ୍ୟରେ ଟିକା ନେଇଥିବା ସବୁ ଲୋକ ମୃତ୍ୟୁ ମୁଖରେ ପଡ଼ିବେ ବୋଲି ଏହି ବୈଜ୍ଞାନିକ ପ୍ରକାଶ କରିଛନ୍ତି । ତେବେ ଏହାକୁ କିଛି ବୈଜ୍ଞାନିକମାନେ ଅସ୍ୱୀକାର କରିବା ସହ ତାଙ୍କର କଥାକୁ ପାଗଳାମୀ ବୋଲି କହିଛନ୍ତି ।

ତାଙ୍କର ଏହି ତଥ୍ୟ ଆସିବା ପରେ ଏହାକୁ ଫେକ୍‌ (ଭୁଲ୍‌) ଖବର ବୋଲି ବିଭିନ୍ନ ପତ୍ରିକା ରେ ପ୍ରକାଶ ପାଇଛି । ମେଘାଳୟ ପୋଲିସ ଓ ବିଭିନ୍ନ ପ୍ରଶାସନ ପକ୍ଷରୁ ଏହାକୁ ବିଶ୍ୱାସ ନ କରିବାକୁ କହିବା ସହ ଏଥିପାଇଁ ଆଦୈ ଭୟଭୀତ ନହେବାକୁ କହିଛନ୍ତି । ସୋସିଆଲ୍‌ ମିଡିଆରେ ଖବରକୁ ପ୍ରସାରଣ ନକରିବାକୁ କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ କରୋନା ଟିକାକୁ ନେଇ ବହୁ ବାଦ ବିବାଦ ପ୍ରଥମରୁ ଉଠିଛି । କିଛି ବୈଜ୍ଞାନିକ ପ୍ରଥମରେ ଏହାକୁ ଏତେ ଶୀଘ୍ର ନଦେବାକୁ କହିଥିଲେ । କାରଣ କୌଣସି ଟିକାକୁ ପ୍ରସ୍ତୁତ କରିବାକୁ ହେଲେ ଅତି କମରେ ଏଥିପାଇଁ ୨ରୁ ୩ ବର୍ଷ ସମୟ ନିଆଯାଇଥାଏ । ଯାହା ଫଳରେ ଟିକାର ଭଲ ମନ୍ଦ ଓ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିହେବ । ମାତ୍ର କରୋନାର ଭୟାବହତାକୁ ଦେଖି ଏହି ଟିକାକୁ ବହୁ ଶୀଘ୍ର କରାଗଲା ବୋଲି ମଧ୍ୟ କୁହାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.