Below header

ବାତ୍ୟା ପାଇଁ ୨୫ ତାରିଖ ରାତି ୧୧ ଟାରୁ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦର

ଭୁବନେଶ୍ବର : ପ୍ରବଳ ହେଉଛି ବାତ୍ୟା ୟାସ୍‌ ର ପ୍ରକୋପ । ୨୭ ତାରିଖ ଯାଏ ଓଡ଼ିଶା ଉପରେ ବିପଦ ରହିଛି । ୨୬ ତାରିଖ ସକାଳୁ ଧାମରାର ୩୦ କିମି ଦୂରରେ ରହିବ ବାତ୍ୟା ୟାସ୍‌ । ଏହାର ପ୍ରକୋପରେ ବାତ୍ୟା ପ୍ରବଳରୁ ଅତି ପ୍ରବଳ ହେବ ବୋଲି ସୂଚନା ମିଳିଛି ।

ଏହାକୁ ଦୃଷ୍ଟିରେ ରଖି ରାତି ୧୧ଟାରୁ ଭୁବନେଶ୍ୱର ବିମାନ ବନ୍ଦର ବନ୍ଦ ରହିବ । ୨୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ଭୁବନେଶ୍ୱର ବିମାନ ବନ୍ଦ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ । ସୁରକ୍ଷା କାରଣରୁ ଏପରି ନିଷ୍ପତ୍ତି ନିଆଯ଼ାଇଥିବା ସେ ଟ୍ଵିଟ୍‌ ମାଧ୍ୟମରେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.