ଫ୍ଲିପକାର୍ଟରେ ଖ୍ରୀଷ୍ଟମାସର ମେଗା ଅଫର, ଭିଭୋର ଏହି ମଡେଲରେ ରହିଛି ୫,୮୦୫ଟଙ୍କା ପର୍ଯ୍ୟନ୍ତ ଛାଡ୍

ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଜବରଦସ୍ତ ଅଫର। ଆଗକୁ ଖ୍ରୀଷ୍ଟମାସ ସହ ନୂଆବର୍ଷ । ଏହାରି ମଧ୍ୟରେ ଲୋକଙ୍କୁ ଖୁସି କରିବା ପାଇଁ ଫ୍ଲିପକାର୍ଟ ନିଜର ଭେରାଇଟି ଜିନିଷ ଉପରେ ବଢ଼ିଆ ଅଫର ରଖିଛି। ଯାହାର ଫାଇଦା ଆପଣ ମାନେ ଉଠାଇପାରିବେ। ତେବେ ଏହାର ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି। ତେଣୁ ଏହାରି ମଧ୍ୟରେ ନିଜର ମନ ପସନ୍ଦ ଜିନିଷ କିଣିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ।

ସମସ୍ତଙ୍କର ଅପେକ୍ଷା ଫେଷ୍ଟିଭାଲ ସିଜିନ ସହ ନୂଆବର୍ଷକୁ ରହିଥାଏ। କାରଣ ଏହି ସମୟରେ ଇ-ଡିଜିଟାଲ ମାର୍କେଟରେ ଅନ୍ୟ ଦିନ ଅପେକ୍ଷା ଭାରି ଛୁଟ ମିଳିଥାଏ । ଏବେ ଖ୍ରୀଷ୍ଟମାସକୁ ନେଇ ମୋବାଇଲ ଫୋନ ଉପରେ ରହିଛି ଜବରଦସ୍ତ ଅଫର। ଯାହା ଆପଣ କେବେ ଭାବି ନଥିବେ। ଆପଣ ଏଠି ତାହା ଦେଖିବାକୁ ପାଇବେ। ଚୀନର ସ୍ମାର୍ଟଫୋନ କମ୍ପାନୀ ଭିଭୋ ଖାସ୍ କ୍ରିସମାସ୍କୁ ନେଇ ଏହି ଅଫର ଆରମ୍ଭ କରିଛି। Vivo Christmas Carnival ନିଜ ଗ୍ରାହକଙ୍କ ପାଇଁ ଆଣିଛି ମନଛୁଆଁ ଅଫର। ଯାହା ୨୨ ଡିସେମ୍ବରରୁ ଆରମ୍ଭ ହୋଇସାରିଛି। ଆଗାମୀ ଖ୍ରୀଷ୍ଟମାସ ମାନେ ଡିସେମ୍ବର ୨୫ ପର୍ଯ୍ୟନ୍ତ ଏହି ଅଫର ଚାଲୁ ରହିବ।

ଭିଭୋର ଏହି ଜବରଦସ୍ତ ମଡେଲରେ ଉପରେ ରହିଛି ବଢ଼ିଆ ଡିସକାଉଣ୍ଟ। କମ୍ପାନୀ 4G ସ୍ମାର୍ଟଫୋନ Vivo Y53S ଉପରେ ଅଫର୍ସ ରଖିଛି। ଯେଉଁଥିରେ ଭିଭୋର ୨୨ ହଜାର ୯୯୦ ଟଙ୍କା ଫୋନକୁ କେବଳ ୧୭୩୫ ଟଙ୍କାରେ ପାଇପାରିବେ। ଭିଭୋର ଏହି ମଡେଲ ମାର୍କେଟରେ ୨୨, ୯୯୦ ଟଙ୍କାରେ ମିଳୁଛି। କିନ୍ତୁ ଫ୍ଲିପକାର୍ଟରେ ଏହା ଉପରେ ଅଫର ରହିଛି। ପ୍ରଥମତଃ ୧୯% ଛୁଟ ଦିଆଯାଇଛି। ଯାହାପରେ ଏହାର ଦାମ ୧୮ ହଜାର ୪୯୦ ଟଙ୍କା ରହିବ। ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ଆପଣଙ୍କୁ ୫% ମାନେ ୯୦୫ ଟଙ୍କା ଛାଡ୍ ମିଳିବ। ଏହାସହ ଯେକୌଣସି ଡେବିଟ ବା କ୍ରେଡିଟ କାର୍ଡ ବ୍ୟବହାର କଲେ ଆପଣଙ୍କୁ ଏକ ଖାସ ପ୍ରିପେଡ ଅଫର ଦିଆଯିବ। ଯେଉଁଥିରେ ଆପଣ ୪୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇବେ। ଏହା ସହ ଫୋନର ଦାମ କମିଯାଇ ୧୭,୧୮୫ ଟଙ୍କା ହେବ।
ଏଥିରେ ଆପଣଙ୍କୁ ଏକ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ। ନିଜର ପୁରୁଣା ମୋବାଇଲ ଫୋନକୁ ବଦଳାଇ ଏହି ସ୍ମାଟ ଫୋନ କିଣିଲେ ଆପଣଙ୍କୁ ପୁରା ୧୫,୪୫୦ ଟଙ୍କା ପର୍ଯ୍ୟନ୍ତ ଛାଡ୍ ମିଳିବ। ଯଦି ଆପଣଙ୍କୁ ଏହି ଅଫରର ପୁରା ଲାଭ ମିଳିବ ତେବେ ଆପଣ ଭିଭୋର ଏହି ଜବରଦସ୍ତ ମଡେଲକୁ କେବଳ ମାତ୍ର ୧୭୩୫ ଟଙ୍କାରେ ପାଇପାରିବେ।

ତେବେ ଏହି 4g ସ୍ମାର୍ଟଫୋନରେ 8gb ର୍ୟାମ ସହ 128gb ଇଣ୍ଟରନାଲ ଷ୍ଟୋରେଜ ସିଷ୍ଟମ ରହିଛି। ମିଡିଆଟେକ ହେଲିଓ g80 ସହ ଏଥିରେ 6.58 ଇଞ୍ଚର ଫୁଲ ଏଚଡି+ଏଲସିଡି ହେଲୋ ଫୁଲ ଭିଓ ଡିସପ୍ଲେ ଏବଂ 5000mAh ବ୍ୟାଟେରୀ ଅଛି। ଏଥିରେ ଟ୍ରିପଲ ରିୟର କ୍ୟାମେରା ସହ ମେନ ସେଂସର 64mp ଏବଂ ଅନ୍ୟ ଦୁଇ ସେଂସର 2mpର ଅଛି। ଦୁଆଲ ସିମା ଏହି ସ୍ମାର୍ଟଫୋନରେ ଆପଣଙ୍କୁ 16mpର ଫ୍ରଣ୍ଟ କ୍ୟାମେରା ମଧ୍ୟ ମିଳିବ।