ଶରୀରର ଦୁର୍ବଳତା ସହିତ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବ ଲବଙ୍ଗ ମିଶା କ୍ଷୀର

କ୍ଷୀରରେ ଲବଙ୍ଗ ପକାଇ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଏହାର ସେବନ କରିବା ଦ୍ୱାରା ଅନେକ ରୋଗ ଦୂର ହୁଏ। କ୍ଷୀରରେ ଫସଫରସ, ମ୍ୟାଗ୍ନେସିଅମ, ଆୟୋଡିନ୍, ଭିଟାମିନ ଏ, ଡି, କେ, ଇ ଭଳି ଜରୁରୀ ପୋଷକ ତତ୍ତ୍ୱ ରହିଛି। ସେହିଭଳି ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ, ସୋଡିଅମର ଭଲ ସ୍ରୋତ ରହିଥାଏ। ଜାଣନ୍ତୁ କ୍ଷୀରରେ ଲବଙ୍ଗ ମିଶାଇ ପିଇବାର ୫ ଫାଇଦା କ’ଣ :
ପୁରୁଷଙ୍କ ପାଇଁ କ୍ଷୀରରେ ଲବଙ୍ଗ ପକାଇ ପିଇବା ଫାଇଦାଯୁକ୍ତ ହୋଇଥାଏ। ଏହା ଶରୀରର ଦୁର୍ବଳତା କମ୍ କରିଥାଏ। କ୍ଷୀରରେ କ୍ୟାଲସିଅମ, ସୋଡିଅମ, ପୋଟାସିଅମର ମାତ୍ରା ଅଧିକ ରହିଥାଏ। ଯାହାଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ। ଏହା ଶରୀରରେ ଥିବା ହାନିକାରକ ତତ୍ତ୍ୱ ବାହାର କରିବାର ସାହାଯ୍ୟ କରିଥାଏ।
ଓରାଲ ହେଲଥ ପାଇଁ କ୍ଷୀର ସହିତ ଲବଙ୍ଗ ସେବନ ଫାଇଦାଯୁକ୍ତ ହୋଇଥାଏ। ମୁହଁର ଦୁର୍ଗନ୍ଧ ଦୂର କରିବା ସହିତ ଦାନ୍ତକୁ ମଜବୁତ କରିଥାଏ।
କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ପାଇଁ କ୍ଷୀରରେ ଲବଙ୍ଗ ପକାଇ ପିଇଲେ ଫାଇଦାଯୁକ୍ତ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଲବଙ୍ଗରେ କ୍ଷୀର ପକାଇ ପିଅନ୍ତୁ। ଏହାଦ୍ୱାରା ଏସିଡିଟି ଏବଂ କବ୍ଜ ସମସ୍ୟା ଦୂର ହୋଇଥାଏ।

ଲବଙ୍ଗ ଏବଂ କ୍ଷୀର ଭୋକ ବଢିଥାଏ। ଲବଙ୍ଗରେ ଭିଟାମିନ ସହିତ ଜିଙ୍କ, କପର, ମ୍ୟାଗ୍ନେସିଅମ, ଆଇରନ, ସୋଡିଅମ ଏବଂ କାର୍ବୋହାଇଡ୍ରେଟ୍ର ମାତ୍ରା ରହିଥାଏ। ଯାହାକୁ ଆପଣଙ୍କୁ ଫାଇଦା ମିଳିଥାଏ।
ଏହାର ସେବନ ଅଧିକ ମାତ୍ରାରେ କରନ୍ତୁ ନାହିଁ। ଗୋଟେ ଦିନରେ ଏକ ଗ୍ଲାସ କ୍ଷୀରରେ ଅଧା ଚାମଚ ଲବଙ୍ଗ ପାଉଡର ପକାଇ ସେବନ କରିବା ଉଚିତ। ଅଳ୍ପ ଗୁଡ ମିଶାଇ ପିଇପାରିବେ। ଏହାର ଅନେକ ଫାଇଦା ମିଳିବ।