ଏହି ଶିଶୁଙ୍କୁ ପଞ୍ଜାବ ସରକାରଙ୍କ ତରଫରୁ ମିଳିଲା ବଡ଼ ସୁଯୋଗ, ଖୁସି ହୋଇ ଦେଲେ ଧନ୍ୟବାଦ

ଅମୃତସରର ସୋହନା, ମୋହନା ନାମକ ଜାଆଁଳା ଭାଇଙ୍କୁ ସରକାରଙ୍କ ପକ୍ଷରୁ ମିଳିଛି ଏମିତି ସୁବିଧା, ଯାହା ଏବେ ଖୁବ ଚର୍ଚ୍ଚା ଧରିଛି । ରାଜ୍ୟ ସରକାର ଖ୍ରୀଷ୍ଟମାସ ପୂର୍ବରୁ ଏହି ଯୋଡ଼ା ଭାଇଙ୍କୁ ଦେଇଛନ୍ତି ଏକ ସୁନ୍ଦର ଗିଫ୍ଟ। ଆତ୍ମନିର୍ଭର ପାଇଁ ଇଚ୍ଛା ରଖିଥିବା ୧୯ ବର୍ଷର ଯୁବକଙ୍କୁ ପଞ୍ଜାବ ଷ୍ଟେଟ ପାଓ୍ଵାର କର୍ପୋରେସନ୍ ଲିମିଟେଡରେ ଚାକିରୀ ଦିଆଯାଇଛି।
ଗତ ବୁଧବାର ତାଙ୍କୁ ଏହି ଚାକିରୀ ମିଳିଛି। ଯାହାକୁ ପାଇ ସେ ଖୁସି ଅଛନ୍ତି। ଏମାନେ ପିଙ୍ଗଳପଡ଼ାର ଆଇଟିଆଇରୁ ଡିପ୍ଲୋମା କରିଛନ୍ତି। ଏବେ ପିଏସପିସିଏଲ କାର୍ଯ୍ୟାଳୟରେ ଅଧିକାରିକ ରୂପେ ନିୟୋଜିତ ହୋଇଛନ୍ତି। ଅପୂର୍ତ୍ତି ନିୟନ୍ତ୍ରଣ କକ୍ଷ ମାନେ Surveillance CCTV control roomରେ ସେ କାମ କରିବେ। ଏମାନଙ୍କ ମାସିକ ବେତନ ୨୦ ହଜାର ଟଙ୍କା ରହିବ। କମ୍ପାନୀର ସିଏମଡିଙ୍କ କହିବା ଅନୁଯାୟୀ, ଏମାନେ ଆଇଟିଆଇରେ ଡିପ୍ଲୋମା କରି ଇଲେକ୍ଟ୍ରିସିଆନ ରୂପେ ନିଜ କ୍ୟାରିଅର କରିବା ପାଇଁ ଚାହୁଁଥିଲେ। ପରେ ଏମାନଙ୍କୁ ସିଲେକ୍ଟ କରି କାମରେ ରଖାଗଲା।
ତେବେ ଖାସ କରି ଏଭଳି ପିଲାଙ୍କ ପାଇଁ ପ୍ରତ୍ୟେକ ସ୍ଥାନରେ ଖାସ ନିୟମ ରହିବା ଆବଶ୍ୟକ। ସେମିତିରେ ଚାକିରୀକୁ ନେଇ ସରକାରୀ ବ୍ୟବସ୍ଥାରେ ଏମାନଙ୍କ ପାଇଁ ବିଶେଷ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ସେଥିପାଇଁ ବି କିଛି ନିୟମ ରହିଛି। ଆର୍ଥିକ କ୍ଷେତ୍ରରେ ଏମାନଙ୍କୁ ସ୍ୱାଧୀନତା ମିଳିଲେ ଏମାନେ ମଧ୍ୟ ଭଲରେ ରହିପାରିବେ।