‘୮୩’ର ସ୍କ୍ରିନିଂରେ କପିଳ ଦେବଙ୍କୁ ଲିପ୍କିସ୍ କଲେ ରଣବୀର, ଫଟୋ ଭାଇରଲ ପରେ ଟ୍ରୋଲ ହେଲେ ସେଲିବ୍ରିଟି

ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘୮୩’ ଆସନ୍ତାକାଲି ରିଲିଜ ହେବ। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ ସ୍କ୍ରିନିଂ ରଖାଯାଇଥିଲା। ଏହି ଅବସରରେ କପିଳ ଦେବ ମଧ୍ୟ ନଜର ଆସିଥିଲେ। କିନ୍ତୁ ଏହି ସମୟରେ ରଣବୀର ଏବଂ କପିଳ ଦେବ ପରସ୍ପର ଚୁମ୍ବନ କରୁଥିବା ଫଟୋ ଏବେ ଭାଇରଲ ହେଉଛି। ଯାହା ଯୋଗୁଁ ଏବେ କପିଳ ଦେବ ଏବଂ ରଣବୀର ସିଂଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।
ରଣବୀର ଏବଂ କପିଳ ଦେବ ଷ୍ଟେଜରେ ଏକାସାଙ୍ଗରେ ନଜର ଆସିଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ କିସ୍ କରୁଥିବାର ନଜର ଆସିଥିଲେ। ତା ସହିତ ପରସ୍ପର ସହିତ ମସ୍ତି କରୁଥିବାର ନଜର ଆସିଥିଲେ। ଏହି ଫଟୋକୁ ଫଟୋଗ୍ରାଫର ଯୋଗେନ ଶାହ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଯାହାକୁ ଦେଖିବା ପରେ ୟୁଜର୍ସ ଟ୍ରୋଲ କରିବାରେ ଲାଗିଛନ୍ତି।
View this post on Instagram
୧୯୮୩ ବିଶ୍ୱକପ୍ ଉପରେ ନିର୍ମିତ ଫିଲ୍ମକୁ କବୀର ଖାନ ନିର୍ଦ୍ଦେଶନା ଦେଇଛନ୍ତି। ଯେଉଁଥିରେ କପିଳଙ୍କ ଚରିତ୍ରରେ ରଣବୀର କପୁର ନଜର ଆସିବେ। ଏହି ଫିଲ୍ମରେ ରଣବୀରଙ୍କ ସହିତ ଦୀପିକା ପାଦୁକୋନ, ପଙ୍କଜ ତ୍ରିପାଠୀ, ବୋମନ ଇରାନୀ, ଏମି ଓ୍ଵିକ, ହାର୍ଡି ସନ୍ଧୁ, ତାହିର ରାଜ ଭାସିନ, ଜତିନ୍ ସରନା, ପ୍ରମୁଖ ଭୂମିକାରେ ରହିଛନ୍ତି। ଏହି ଫିଲ୍ମକୁ ଦୀପିକା ପାଦୁକୋନ, ବିଷ୍ଣୁବର୍ଦ୍ଧନ ଇନ୍ଦୁରୀ, ସାଜିଦ ନାଡିଓ୍ଵାଡଓ୍ଵାଲ ପ୍ରଯୋଜନା କରୁଛନ୍ତି।