ଜାଣନ୍ତୁ ଭାରତରେ ସବୁଠାରୁ ଦାମୀ ହୋଟେଲ ବିଷୟରେ, ଯାହାର ଗୋଟିଏ ରାତିର ଭଡା ଟଙ୍କାରେ ମହଙ୍ଗା କାର କିଣିପାରିବେ ଆପଣ

ଆମ ଭାରତରେ ଅନେକ ହୋଟେଲ ରହିଛି। ଲୋକମାନେ ଯେତେବେଳେ ବି କୁଆଡେ ବୁଲିବାକୁ ଯାଆନ୍ତି କିମ୍ବା କୌଣସି କାମରେ ଯାଇଥାନ୍ତି ରାତି ବିତାଇବା ପାଇଁ ନିଜ ବଜେଟ ହୋଟେଲରେ ରହିଥାନ୍ତି। ଯେଉଁଠାରେ ବ୍ରେକଫାଷ୍ଟ, ଲଞ୍ଚ୍‌ ଏବଂ ଡିନର କରିଥାନ୍ତି। କିନ୍ତୁ ଭାରତରେ ଏକ ଏମିତି ବି ହୋଟେଲ ରହିଛି ଯାହା ସବୁଠାରୁ ମହଙ୍ଗା। ଏହି ହୋଟେଲର ଗୋଟେ ଦିନର ରେଣ୍ଟ ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭାରତର ସବୁଠାରୁ ମହଙ୍ଗା ହୋଟେଲ ରାଜସ୍ଥାନର ଜୟପୁରରେ ରହିଛି। ବିଦେଶୀ ପର୍ଯ୍ୟଟକ ଅଧିକାଂଶ ଭାରତର ରାଜସ୍ଥାନକୁ ଆସିଥାନ୍ତି। କାହିଁକିନା ରାଜସ୍ଥାନର କଳା ଏବଂ ସଂସ୍କୃତିକୁ ସମସ୍ତେ ଦେଖିବାକୁ ଚାହିଁଥାନ୍ତି। ରାଜସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ଜୟପୁର ସବୁଠାରୁ ପପୁଲାର ସହର। ଏଠାରେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ। ଜୟପୁରକୁ ଗୋଲାପି ସହର ମଧ୍ୟ କୁହାଯାଏ। ଏହି ସହରରେ ଏକ ଏମିତି ହୋଟେଲ ରହିଛି ଯାହାକୁ ଭାରତର ସବୁଠାରୁ ମହଙ୍ଗା ହୋଟେଲ କୁହାଯାଏ। ଏହି ହୋଟେଲର ନାମ ହେଉଛି ରାମବାଗ ପ୍ୟାଲେସ୍‌।

ଏମିତି କୁହାଯାଏ ଯେ ପୂର୍ବରୁ ରାମବାଗ ପ୍ୟାଲେସ ଏକ ବହୁତ ସୁନ୍ଦର କିଲା ଥିଲା। କିନ୍ତୁ ଏବେ ଏହାକୁ ହୋଟେଲ ବନାଇ ଆହୁରି ଅଧିକ ସୁନ୍ଦର ବନାଇ ଦିଆଯାଇଛି। ଯିଏ ବି କେହି ଏହି ହୋଟେଲକୁ ଆସନ୍ତି ସେ ରାଜାଙ୍କ ଜୀବନିକୁ ଅନୁଭବ କରିଥାନ୍ତି। ଏହି ହୋଟେଲରେ ଗୋଟିଏ ଦିନ ରହିଲେ ୬ ଲକ୍ଷ ଦେବାକୁ ପଡିଥାଏ କିମ୍ବା ତାଠାରୁ ଅଧିକ ଟଙ୍କା ଦେବାକୁ ପଡିଥାଏ।

ସେହିପରି ଏହି ହୋଟେଲରେ କିଛି ଏମିତି ବି କୋଠରୀ ରହିଛି ଯାହା ଶସ୍ତାରେ ବି ମିଳିଯାଏ। ଯେଉଁଥିରେ ଗୋଟେ ରାତିକୁ ଲକ୍ଷେ ଟଙ୍କା ଦେବାକୁ ପଡିଥାଏ। ଖାସ୍‌ ଏହି କାରଣ ପାଇଁ ଏହି ହୋଟେଲ ସାଧାରଣ ଲୋକଙ୍କ ପାଇଁ ନୁହେଁ। ଏହି ହୋଟେଲରେ କେବଳ ସେହି ଲୋକମାନେ ରୁହନ୍ତି ଯେଉଁ ମାନଙ୍କ ପାଖରେ ଟଙ୍କାର ଅଭାବ ନାହିଁ।