Below header

ଆପଣଙ୍କ ଆଇଫୋନ ବ୍ୟାଟେରୀର ଅବଧି ବଢାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଆଇଫୋନ ହେଉ ଅବା ଆଣ୍ଡ୍ରଏଡ଼ ଫୋନ ଆପଣ କିଣିବା ସମୟରେ ନିଶ୍ଚିତ ଭାବେ ଏହାର ବ୍ୟାଟେରୀର ଅବଧି ବିଷୟରେ ଶୁଣିଥିବେ ଓ ଜାଣିଥିବେ । କିଣିବା ସମୟରେ ତ କମ୍ପାନୀ ମାନେ ବ୍ୟାଟେରୀର ଲଙ୍ଗ ଲାଷ୍ଟିଙ୍ଗ ବାବଦରେ ପ୍ରତିଶ୍ରୁତି ଦେଇଦିଅନ୍ତି । କିନ୍ତୁ କିଛି ଦିନ ଯିବା ପରେ ଫଳ କିନ୍ତୁ ଓଲଟା ହୁଏ । ଫୋନର ବ୍ୟାଟେରୀ ଖରାପ ହୋଇଯାଏ କିମ୍ବା ଅନ୍ୟ କୌଣସି ଅସୁବିଧା ବାହାରେ । କମ୍ପାନୀର ସର୍ଭିସିଙ୍ଗ ସେଣ୍ଟରରେ ନେଇ ଦେଲେ କିଛି ଜଣ ସଜାଡି ଦିଅନ୍ତି ତ କିଛି ଥର ସଜାଡି ନ ହେବା କାରଣରୁ ଫୋନ ପୁରାପୁରି ନଷ୍ଟ ହୋଇଯାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଆଇଫୋନର ବ୍ୟାଟେରୀକୁ ଅଧିକ ଅବଧି ପର୍ଯ୍ୟନ୍ତ ସ୍ଥାୟୀ ରଖିପାରିବେ । ଆସନ୍ତୁ ସେବିଷୟରେ ଜାଣିବା ।

ଆଇଫୋନର ବ୍ୟାଟେରୀକୁ ନେଇ ସାଧାରଣତଃ ଅଭିଯୋଗ ଉଠିଥାଏ । ଆଉ ଆଇଫୋନର ଡ଼ିମେରିଟ ଗୁଡିକ ଭିତରେ ପ୍ରଥମେ ଆସେ ଏହାର ବ୍ୟାଟେରୀ ଅବଧି । ସେମିତିରେ ବି ଆପଲ ଅଫିସିଆଲ ଭାବରେ ଆଇଫୋନ ବ୍ୟାଟେରୀ ବାବଦରେ କୌଣସି ସୂଚନା ଦେଇନଥାଏ ।  ଆଉ ଏବେ ତ ଫୋନ ସହିତ ଚାର୍ଜର ବି ଦିଆଯାଉନାହିଁ । ଯଦିବା ନୂଆ ନୂଆ ଭର୍ସନରେ ଆପଣ ଅଧିକ ଲାଇଫ ବ୍ୟାଟେରୀ ପାଇଁ ଦାବି କରିଆସୁଛି କିନ୍ତୁ ପ୍ରକୃତରେ କିନ୍ତୁ ସେମିତି ହେଉନାହିଁ । ତେଣୁ କିଛି ଟିପ୍ସ ଜାଣିରଖନ୍ତୁ ଯାହା ଦ୍ୱାରା ଆପଣ ଆଇଫୋନ ବ୍ୟାଟେରୀ କ୍ଷମତାକୁ ବଢ଼ାଇ ପାରିବେ ।

ବ୍ୟାକ ଗ୍ରାଉଣ୍ଡ ଆପ ରିଫ୍ରେଶକୁ ବନ୍ଦ କରନ୍ତୁ:

ଆପଣଙ୍କ ପାଇଁ ପ୍ରଥମ କାମ ଏହା କି ସେଟିଂସ ପାଇଁ ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେଶକୁ ବନ୍ଦ କରନ୍ତୁ । କାରଣ ଆଇଫୋନରେ ସବୁଠୁ ଅଧିକ ଅସୁବିଧା ବ୍ୟାଟେରୀକୁ ନେଇ ହୋଇଥାଏ । ଯଦି ଆପଣ ବ୍ୟାଟେରୀ ସେଟିଙ୍ଗସକୁ ଯାଇ ଲୋ ପାୱାର ମୋଡକୁ ଅନ କରନ୍ତି ତେବେ ଆପଣଙ୍କ ବ୍ୟାକଗ୍ରାଉଣ୍ଡ ଆପ ରିଫ୍ରେଶ ବନ୍ଦ ହୋଇଯିବ ।

iphone battery new
image credit: 9 to 5mac

ଫ୍ୟାନସି ଇଫେକ୍ଟକୁ ବନ୍ଦ କରନ୍ତୁ:

ଫ୍ୟାନସି ଇଫେକ୍ଟକୁ ବନ୍ଦ କରିବା ପରେ ଆପଣଙ୍କ iPHONEର ବ୍ୟାଟେରୀ ଲାଇଫ ନିଶ୍ଚିତ ରୂପେ ଭଲ ହୋଇଯିବ । ଏଥିପାଇଁ ଆଇଫୋନର Accessibility ସେଟିଙ୍ଗକୁ ଯାଇ motion ଉପରେ କ୍ଲିକ କରନ୍ତୁ ଆଉ ଏହା ପରେ Reduce Motionକୁ ବନ୍ଦ କରିଦିଅନ୍ତୁ ।

ଆନଲିଟିକ୍ସକୁ ବନ୍ଦ କରିଦିଅନ୍ତୁ:

iPHONE ଆନଲିଟିକ୍ସକୁ ବନ୍ଦ କରି ବି ଆପଣ ନିଜ ଫୋନର ବ୍ୟାଟେରୀ ଲାଇଫକୁ ଅଧିକ ଭଲ କରିପାରିବେ । ଏହାକୁ ବନ୍ଦ କରିବାର ଲାଭ ବି ଆପଣଙ୍କୁ ପ୍ରାଇଭେସିରେ ମିଳିବ । ଆନଲିଟିକ୍ସ ଜରିଆରେ ଆପଲକୁ ଆପଣଙ୍କ ଡାଟା ବି ମିଳିଥାଏ । ସେଟିଙ୍ଗସକୁ ଯାଇ Privacy ଓ ପୁଣି Analytics ଆପକୁ ବନ୍ଦ କରିପାରିବେ । ଏହା ବ୍ୟତୀତ ସିଷ୍ଟମ ସର୍ଭିସକୁ ବନ୍ଦ କରି ଆପଣ ବ୍ୟାଟେରୀକୁ ସୁରକ୍ଷା ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.