ମଙ୍ଗଳବାର ଦିନ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ, ନଚେତ ହନୁମାନ ହୋଇଯିବେ କ୍ରୋଧିତ

ସପ୍ତାହର ଆଜିର ଦିନ ମାନେ ମଙ୍ଗଳବାରକୁ ବିଶେଷ ଭାବେ ସଙ୍କଟମୋଚନଙ୍କୁ ସମର୍ପିତ କରାଯାଇଛି। ଏହିଦିନ ହନୁମାନଙ୍କର ଓଷା ମଧ୍ୟ କରାଯାଏ। ତେଣୁ ଏହିଦିନ କିଛି କାମକୁ ଶାସ୍ତ୍ରରେ ବର୍ଜନ କରାଯାଇଛି। ଏହିିଦିନ ଭୁଲରେ ବି କିଛି ଏମିତି କାମ କରନ୍ତୁ ନାହିଁ, ଯାହାଦ୍ୱାରା ସଙ୍କଟମୋଚନ କ୍ରୋଧିତ ହୋଇଯିବେ। କିଛି କାମ ଏମିତି ରହିଛି ଯାହାକୁ ଆଜି ମାନେ ମଙ୍ଗଳବାର ଦିନ କରିବା ଅନୁଚିତ। ଏମିତି କରିବା ଦ୍ୱାରା ଘରେ କଳହ, ଅଶାନ୍ତି ଆଦି ସୃଷ୍ଟି ହୁଏ।
ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳବାରକୁ ପବନପୁତ୍ର ହନୁମାନଙ୍କ ଦିନ ବୋଲି ମନାଯାଏ । ଏହାଛଡ଼ା ସବୁ ଗ୍ରହଙ୍କ ତୁଳନାରେ ମଙ୍ଗଳଙ୍କୁ କ୍ରୁର ଗ୍ରହ ବୋଲି କୁହାଯାଏ । ତେଣୁ ଏହି ଦିନ ବଜରଙ୍ଗବଲୀ ହନୁମାନଙ୍କ ପୂଜା ଆରଧନା କଲେ ମଙ୍ଗଳ ଦୋଷ ନଷ୍ଟ ହୋଇଥାଏ । ଯଦି ଆପଣଙ୍କ ଜାତକରେ ମଙ୍ଗଳଦୋଷ କିମ୍ବା ମଙ୍ଗଳ ଅଶୁଭ ସ୍ଥିତିରେ ରହିଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ କହିବୁ ଯାହାକୁ ଆପଣାଇ ଆପଣ ସବୁଦିନ ପାଇଁ ଏହିସବୁ ଦୋଷରୁ ମୁକ୍ତି ପାଇପାରିବେ ।

ଆପଣଙ୍କୁ କହିବାକୁ ଚାହିଁବୁ ଯେ ମଙ୍ଗଳ ଦେବଙ୍କୁ ଭୂମି, ସେନା, କ୍ରୋଧ, ଝଗଡ଼ା ଆଦିର କାରକ କୁହାଯାଇଥାଏ । ଏମିତିରେ ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ମଙ୍ଗଳଙ୍କ ସ୍ଥିତି ଖରାପ ଥାଏ ସେମାନଙ୍କ ବୈବାହିକ ଜୀବନରେ ବିଭିନ୍ନ କଷ୍ଟ ଦେଖାଦେଇଥାଏ । ତେଣୁ ଜାତକଙ୍କୁ ମଙ୍ଗଳବାର ଦିନ କିଛି ଖାସ୍ କାମ କରିବା ଉଛିତ୍ । ଆସନ୍ତୁ ଜାଣିବା କିଛି ଖାସ୍ ଉପାୟ :

-କିଛି ଲୋକ ଏହି ଦିନ ଦାଢ଼ି କାଟିବା, ନଖ କାଟିବା ଆଦି କାମ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହିଦିନ ଏସବୁ କାମ କରିବା ଅଶୁଭ ହୋଇଥାଏ । ଏହାଦ୍ୱାରା କୁଣ୍ଡଳୀର ମଙ୍ଗଳଙ୍କ ସ୍ଥିତି ଆହୁରି ଖରାପ ହୋଇଯାଇପାରେ ।
-ଏହାଛଡ଼ା ଯଦି କୈାଣସି ବ୍ୟକ୍ତି ଏହି ଦିନ ମାଛ ଖାଆନ୍ତି ତେବେ ସେମାନଙ୍କର ପଇସା ପାଣି ଭଳି ବହିଯାଏ । ପାଖରେ ଅର୍ଥ ଆଦୈା ରହେନାହିଁ । ସର୍ବଦା ସେ ବ୍ୟକ୍ତି ଅର୍ଥାଭାବ ଭୋଗିଥାନ୍ତି ।
-ହନୁମାନ ଙ୍କୁ ଭୂମିପୁତ୍ର କୁହାଯାଏ। ତେଣୁ ମଙ୍ଗଳବାର ଦିନ ନୂଆ ଘର କିଣନ୍ତୁ ନାହିଁ କିମ୍ବା ତିଆରି କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ରୋଗ ସମସ୍ୟା ଦେଖାଯାଏ। ଏହାସହ ଆର୍ଥକ ସ୍ଥିତି ଖରାପ ହୋଇଯାଏ।
-ଏହି ଦିନ କେହି ବ୍ୟକ୍ତି କଳା ରଙ୍ଗର ବସ୍ତ୍ର କିଣିବା କିମ୍ବା ପିନ୍ଧିବା କଥା ନୁହେଁ । ଏହାଦ୍ୱାରା ଶନି ଗ୍ରହଙ୍କ ଖରାପ ପ୍ରଭାବ ଭୋଗିବାକୁ ପଡ଼ିଥାଏ । ତେଣୁ ଏହି ଦିନ ଲାଲ୍ ରଙ୍ଗର କପଡା ପିନ୍ଧିବା ବ୍ୟକ୍ତି ପାଇଁ ଶୁଭ ହୋଇଥାଏ ।
– ଏହି ଦିନ ବ୍ୟକ୍ତିଙ୍କୁ ହରଡ ଡାଲି ସେବନ କରିବା ଦରକାର । ଏହି ଦିନ ହରଡ ଡାଲି ଖାଇବା ଦ୍ୱାରା ଶନି ଓ ମଙ୍ଗଳ ଗ୍ରହ ସଂଯୋଗ ବନିଥାଏ । ଆହୁରି ମଧ୍ୟ କୁହାଯାଇଛି ପ୍ରତ୍ୟେକ ବ୍ୟକ୍ତିର ସମ୍ପର୍କ ତା’ର ଗ୍ରହ ସ୍ଥିତିକୁ ନେଇ ହୋଇଥାଏ । ମଙ୍ଗଳ ଗ୍ରହର ସମ୍ପର୍କ ବଡ଼ ଭାଇଙ୍କୁ ନେଇ ହୋଇଥାଏ । ତେଣୁ ଏହି ଦିନ କୈାଣସି ବି ପ୍ରକାରରେ ବଡ଼ ଭାଇଙ୍କୁ ଅସମ୍ମାନ କରନ୍ତୁ ନାହିଁ । ଯଦି ଏପରି କରନ୍ତି ତେବେ ଜାତକରେ ମଙ୍ଗଳ ଗ୍ରହର ସ୍ଥିତି ଆହୁରି ଖରାପ ହୋଇଯିବ । ଏବଂ ଆପଣଙ୍କ ପାରିବାରିକ ସମ୍ପର୍କ ଖରାପ ହୋଇଯିବ ।

-ଭଗବାନ ହନୁମାନ ଙ୍କ ଦିନରେ ମାନେ ମଙ୍ଗଳବାର ଦିନ ଶୃଙ୍ଗାର କିମ୍ବା କୌଣସି କାଚ ଜିନିଷ କିଣନ୍ତୁ ନାହିଁ। ଏମିତି କରିବା ଦ୍ୱାରା ମନାଯାଏ ଯେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୁଏ। ଏହାସହ ଧନ ହାନୀ ହୁଏ।
-ଜ୍ୟୋତିଷ ଶାସ୍ତ୍ର ରେ ମଙ୍ଗଳବାର ଦିନ ତମ୍ବା, କେସର, ଗହମ, ଲାଲ ଚନ୍ଦନ, ଲାଲ ଗୋଲାପ, ସିନ୍ଦୁର, ମହୁ, ନାଲି ଫୁଲ, ମସୁର ଡାଲି, ନାଲି କନିଅର, ନାଲି ଲଙ୍କା ଓ ନାଲି ପଥର ଦାନ କରିପାରିବେ। ଏହିଦିନ ଆପଣ ନାଲି ରଙ୍ଗର ଫଳ କିମ୍ବା ବସ୍ତ୍ର କୁ ଦାନ କରିପାରିବେ। ଏମିତି କଲେ ଆପଣ ପୁଣ୍ୟ ଫଳ ପାଇବେ ବୋଲି ବିଶ୍ୱାସ ରହିଛି। ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ମଧ୍ୟ ହେବ।