Below header

ସ୍ମାର୍ଟ ଡେବିଟ କାର୍ଡ ପ୍ରସ୍ତୁତ କରୁଛି ଗୁଗଲ୍‌, ଏବେ ଅଫଲାଇନରେ ମଧ୍ୟ ସହଜରେ କରିପାରିବେ ପେମେଣ୍ଟ

ଦୁନିଆର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗଲ ଏବେ ଗୁଗଲ ବ୍ରାଣ୍ଡେଡ ସ୍ମାର୍ଟ ଡେବିଟ କାର୍ଡ ଟେଷ୍ଟ କରୁଛି। ଯାହା ସାହାଯ୍ୟରେ ଗ୍ରାହକ ଅନଲାଇନ ଏବଂ ଅଫଲାଇନରେ ମଧ୍ୟ ସହଜରେ ପେମେଣ୍ଟ କରିପାରିବେ।

TechCrunch ର ରିପୋର୍ଟ ମୁତାବକ, କମ୍ପାନୀ ଏବେ ଗୁଗଲ ପେ ସିଷ୍ଟମକୁ ମଜବୁତ କରିବା ପାଇଁ କାମ ଆରମ୍ଭ କରିଛି। ଗୁଗଲର ଏହି ପ୍ରୋଜେକ୍ଟ ପୂର୍ବର ଥିବା ପେମେଣ୍ଟ ସିଷ୍ଟମରେ ନୂଆ ସେଣ୍ଟରପିସ ଏବଂ ଫିଜିକାଲ ଡେବିଟ କାର୍ଡ ସହିତ ଗୁଗଲ ବ୍ୟାଙ୍କ ପାର୍ଟନରସିପ କରିବ, ଯାହାଦ୍ୱାରା ଆପଣ ସହଜରେ ଭିସା କାର୍ଡ ଏବଂ ମାଷ୍ଟରକାର୍ଡ ଭଳି ପେମେଣ୍ଟ କରିପାରିବେ। ସେହିପରି ଗୁଗଲ ପେମେଣ୍ଟ ପ୍ରୋସେର୍ସ ବଢାଇବା ପାଇଁ ୟୁଜର୍ସଙ୍କୁ ଏକ କାର୍ଡ ମାଧ୍ୟମରେ ସବୁପ୍ରକାର ପେମେଣ୍ଟ କରିବାର ଅପସନ ମିଳିବ। କିନ୍ତୁ ଗୁଗଲ ତରଫରୁ ଏବେ ଆପ୍‌ ପେମେଣ୍ଟ କରିବାର ଅପସନ ଦିଆଯାଇଛି।

google

ଆପଲ ପକ୍ଷରୁ ଏପରି ଏକ କାର୍ଡ ଅଫର କରାଯାଇଛି, କିନ୍ତୁ ଗୁଗଲର ଏହି କାର୍ଡ ଫିଜିକାଲି ଡେବିଟ କାର୍ଡ ଭଳି ବ୍ୟବହାର ହୋଇପାରିବେ ଏବଂ ଫୋନରେ ଟ୍ୟାପ ଟୁ ପେ ଡିଜିଟାଲ କାର୍ଡ ଭଳି କାମ କରିବ। ଏହାସହିତ ଅନଲାଇନ ରିଟେଲସକୁ ପେମେଣ୍ଟ କରିବା ପାଇଁ ଭର୍ଚୁଆଲ କାର୍ଡ ନମ୍ବର ମଧ୍ୟ ଅଫର କରିବ ଗୁଗଲ।

gg

ୟୁଜର୍ସ ଗୁଗଲ ପେ ଆପ ସାହାଯ୍ୟରେ ନିଜର କାର୍ଡକୁ ଲକ୍‌ କରିପାରିବେ। ଯାହାପାଇଁ କାର୍ଡ ଚୋରି ହେବା କିମ୍ବା ହଜିଗଲେ ମଧ୍ୟ କୌଣସି ଆକାଉଣ୍ଟକୁ ସଂପୂର୍ଣ୍ଣ ଭାବେ ଲକ୍‌ କରିପାରିବେ। ଏହି କାର୍ଡ ସହିତ ଗୁଗଲ ଅନେକ ଅଫର ଏବଂ ଡିସକାଉଣ୍ଟ ମଧ୍ୟ ଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.