Below header

ଏବେ ଗୁଗଲ ମ୍ୟାପ କହିବ କେଉଁଠି ଅଛି ଇଲେକ୍ଟ୍ରିକ କାର ଚାର୍ଜିଙ୍ଗ ଷ୍ଟେସନ ଏବଂ ଅନେକ କିଛି

ସାଧାରଣତଃ ଆପଣ ସମସ୍ତେ ଜାଣିଥିବେ ଯେ ଅଟୋମୋବାଇଲ ସେକ୍ଟରର ଭବିଷ୍ୟତ ହେଉଛି ଇଲକ୍ଟ୍ରିକ କାର ଏବଂ ଆମର ପରବର୍ତ୍ତୀ ପିଢ଼ି ଇଲେକ୍ଟ୍ରିକ କାରର ହିଁ ରହିବ। ପ୍ରାୟତଃ ସବୁ ଭାରତୀୟ କମ୍ପାନୀ ଗୁଡିକ ବର୍ତ୍ତମାନ ଇଲେକ୍ଟ୍ରିକ କାର ଉପରେ କାମ କରୁଛନ୍ତି ଏବଂ ଇଲେକ୍ଟ୍ରିକ କାରର ଚାରଜିଙ୍ଗ ପାଇଁ ସରକାର ଓ କାର କମ୍ପାନୀ ଗୁଡିକ ଅନେକ ଅଂଚଳରେ ଚାରଜିଙ୍ଗ ଷ୍ଟେସନ ତିଆରି କରୁଛନ୍ତି । ତେବେ ଏପରି ସ୍ଥଳେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୁଗଲ ମଧ୍ୟ ନିଜ ମ୍ୟାପ ଆପରେ ଇଲେକ୍ଟ୍ରିକ କାର ଚାରଜିଙ୍ଗ ଦେଖାଇବାର ନିଷ୍ପତ୍ତି ନେଇଛି ।

ev charging station

ଯଦି ଆପଣଙ୍କ ପାଖରେ ରହିଛି ଇଲେକ୍ଟ୍ରିକ କାର ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଇଲେକ୍ଟ୍ରିକ କାରର ବ୍ୟାଟେରୀ ଶେଷ ହୋଇଗଲେ ଆପଣଙ୍କୁ ଆଉ ବ୍ୟସ୍ତ ହେବାକୁ ପଡିବ ନାହିଁ କାରଣ ବର୍ତ୍ତମାନ ଗୁଗଲ ମ୍ୟାପ ଆପଣଙ୍କୁ କହିବ ନିକଟରେ କେଉଁଠି ଅଛି ଇଲେକ୍ଟ୍ରିକ କାର ଚାରଜିଙ୍ଗ ଷ୍ଟେସନ । ଗୁଗଲ ମ୍ୟାପରେ ଆପଣଙ୍କୁ Electric Vehicle Charging Station ସର୍ଚ୍ଚ କରିବାକୁ ପଡିବ । ଏହା ବ୍ୟତୀତ କେଉଁ ଚାର୍ଜିଙ୍ଗ ଷ୍ଟେନ୍ସନ ବନ୍ଦ ଅଛି ଏବଂ କେଉଁଟା ଖୋଲିଛି ସେ ବିଷୟରେ ମଧ୍ୟ ଗୁଗଲ ଆପ ସୂଚନା ଦେବ ।

Image result for electric car charging station

ଗତ କିଛିଦିନ ତଳେ ଗୁଗଲ ନିଜର ମ୍ୟାପରେ ଏହି ଫିଚର ଯୋଡ଼ିଛି । ଯାହା ସାହାଯ୍ୟରେ ଗୁଗଲ ମ୍ୟାପ ଯାତ୍ରୀମାନଙ୍କର ସୁବିଧା ପାଇଁ ବିଦେଶୀ ସ୍ଥାନର ନାମ ଏବଂ ଏହା ବିଷୟରେ ସମସ୍ତ ତଥ୍ୟ ସ୍ଥାନୀୟ ଭାଷାରେ କହି ଜଣାଇବ । ଏଥିପାଇଁ ଅତିଶୀଘ୍ର ଆଣ୍ଡ୍ରଏଡ଼ ଏବଂ ଆଇଫୋନରେ ଗୁଗଲ ମ୍ୟାପ ପାଇଁ ଅପଡେଟ ଜାରି କରାଯି । ତେବେ ଏହି ନୂଆ ଫିଚର ବିଷୟରେ ଗୁଗଲ ନିଜ ବ୍ଲଗରେ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.