Below header

୨୦୦ ସେକେଣ୍ଡରେ କଲା ୧୦,୦୦୦ ବର୍ଷର କାମ, କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗର ସଫଳତା ଉପରେ ଗୁଗଲର ଦାବି

ଗୁଗଲର ଗବେଷକମାନେ ଏକ ଏପରି କ୍ୱାଣ୍ଟମ କମ୍ପ୍ୟୁଟର ପ୍ରସ୍ତୁତ କରିବାର ଦାବି କରିଛନ୍ତି ଯାହା ଦୁନିଆର ଯେକୌଣସି ପ୍ରକାର ସୁପର କମ୍ପ୍ୟୁଟର ଠାରୁ ମଧ୍ୟ ଆଗରେ । ଗୁଗଲ ଦାବି କରିଛି ଯେ ସ୍ପିଡ଼ ମାମଲାରେ ଏହି କମ୍ପ୍ୟୁଟର ଯେକୌଣସି ପ୍ରକାର ସୁପର କମ୍ପ୍ୟୁଟରକୁ ମଧ୍ୟ ପଛରେ ପକାଇ ଦେବ । ଗୁଗଲ ଏହାର ନାମ ରଖିଛି ‘କ୍ୱାଣ୍ଟମ ସୁପ୍ରୀମେସି’ ।

Image result for google quantum computer

ଏହାସହ ପଢନ୍ତୁ ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ସାମସଙ୍ଗର ସ୍ମାର୍ଟଫୋନରେ ମିଳିବ 18,000 ଟଙ୍କାର ଡ଼ିସକାଉଣ୍ଟ, ଏପରି ଉଠାନ୍ତୁ ଫାଇଦା

ଗୁଗଲର ଗବେଷକ ମାନଙ୍କ କହିବା ଅନୁଯାୟୀ କ୍ୱାଣ୍ଟମ ସୁପ୍ରୀମେସି ମାତ୍ର ୨୦୦ ସେକେଣ୍ଡରେ ସେହି କାମ ସମ୍ପୂର୍ଣ୍ଣ କରିଛି ଯାହାକୁ କୌଣସି ସୁପର କମ୍ପ୍ୟୁଟରକୁ ସମ୍ପୂର୍ଣ କରିବା ପାଇଁ ପ୍ରାୟ ୧୦ ହଜାର ବର୍ଷ ଲାଗିବ । ଏହାସହିତ ଗୁଗଲର ସିଇଓ ସୁନ୍ଦର ପିଚାଇ ମଧ୍ୟ ଏହାକୁ ଏକ ବଡ଼ ଆଚିଭମେଣ୍ଟ ବୋଲି କହିଛନ୍ତି ।

ଗୁଗଲର ଏହି କମ୍ପ୍ୟୁଟର ୫୪-କ୍ୱାଣ୍ଟମ ବିଟରେ କାମ କରିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ୧୦ ବର୍ଷ ସମୟ ଲାଗିଥିଲା । ତେବେ ଆଇବିଏମ ଗୁଗଲକୁ ଭୁଲ ବୋଲି କହିବା ସହ ଏହା କହିଛି ଯେ ସୁପର କମ୍ପ୍ୟୁଟର ମଧ୍ୟ ଏହି କାମକୁ ୨.୫ ଦିନରେ ପୁରା କରିପାରିବ ।

Image result for google quantum computer

ସୂଚନା ଅନୁଯାୟୀ ୮୦ ଦଶକର ଆରମ୍ଭରେ ରିଚାର୍ଡ ଫେନମ୍ୟାନ କ୍ୱାଣ୍ଟମ କମ୍ପ୍ୟୁଟରକୁ ନେଇ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ଯେ ଭୌତିକ ଏବଂ ରସାୟନ ବିଜ୍ଞାନର ସମସ୍ୟାକୁ ସମାଧାନ କରିବା ପାଇଁ କ୍ୱାଣ୍ଟମ କମ୍ପ୍ୟୁଟର ହିଁ ଏକ ପ୍ରଭାବୀ ଉପକରଣ ହେବ ଯଦିଓ ସେ ଏହା ମଧ୍ୟ କହିଥିଲେ ଯେ କ୍ୱାଣ୍ଟମ କମ୍ପ୍ୟୁଟର ବହୁତ ମହଙ୍ଗା ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.