ଜଗତସିଂହପୁର: ଜହ୍ଲାଦ ପାଲଟିଗଲା ସ୍ବାମୀ, ନୃଶଂସ ଭାବେ ସ୍ତ୍ରୀକୁ କଲା ହତ୍ୟା

ପାରିବାରିକ କଳହର କରୁଣ ପରିଣତି । ଅତି ନୃଶଂସ ଭାବେ ସ୍ତ୍ରୀକୁ ମାରିଲା ସ୍ୱାମୀ । ଜଗତସିଂହପୁର ଥାନା ସାନତିହଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସ୍ତ୍ରୀକୁ ମାରିବା ପରେ ମନ ବୁଝିଲାନି, ମୃତଦେହରେ ପେଟ୍ରୋଲ ଢ଼ାଳି ଘର ଭିତରେ ନିଆଁ ଲଗାଇ ପୋଡ଼ି ଦେଲା । ଘରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଅଭିଯୁକ୍ତ ସ୍ୱାମୀ ପ୍ରସନ୍ନ ରାଉତ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.