ଆରମ୍ଭ ହେବ ବିଜେଡିର ସମାଜ ସେବା କାର୍ଯ୍ୟକ୍ରମ ‘ଓଡ଼ିଶା-ମୋ ପରିବାର’, ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍):  ବିଜୁ ଜନତା ଦଳର ସମାଜ ସେବା କାର୍ଯ୍ୟକ୍ରମ ‘ଓଡ଼ିଶା-ମୋ ପରିବାର’ର ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମରେ ତିନିଟି ଦିଗ ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମେ ପରିବେଶ ସୁରକ୍ଷା । ଏଥିରେ ଦଳର କର୍ମୀମାନେ ବ୍ୟାପକ ବୃକ୍ଷରୋପଣ ସହ ଏ ଦିଗରେ ସଚେତନତା ସୃଷ୍ଟି କରିବେ । ଦ୍ୱିତୀୟ ରକ୍ତଦାନ ସେବା ଓ କଲ୍ୟାଣ। ଏଥିରେ ରକ୍ତଦାନକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଫଳତାର ସହ ଚାଲିଛି। ତୃତୀୟ ବିପନ୍ନ ଓଡ଼ିଆଙ୍କୁ ସହାୟତା। ଏଥିରେ ଦେଶ ଓ ବିଦେଶରେ କାମ କରୁଥିବା ଓଡ଼ିଆଙ୍କ ବିପଦ ସମୟରେ ସେମାନଙ୍କୁ ଓ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ଦଳୀୟ କର୍ମୀ କାମ କରିବେ। ବିଜୁ ଜନତା ଦଳର ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୋକଙ୍କୁ ସେବା ଯୋଗାଇ ଦେବାରେ ସଫଳ ହେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ। ଏହି କାର୍ଯ୍ୟକ୍ରମର ଆବାହକ ରହିବେ ଅରୁପ କୁମାର ପଟ୍ଟନାୟକ। ସହ ଆବାହକ ରହିବେ, ପିନାକୀ ମିଶ୍ର, ଡ.ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ନଳୀନିକାନ୍ତ ପ୍ରଧାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.