ରୋଗୀଙ୍କ ସହ ୪ ମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ ଏହି ମହିଳା ଡାକ୍ତର, ପୁଣି ଲଗାଇଲେ ଯୌନ ଶୋଷଣ ଅଭିଯୋଗ

ରୋଗୀଙ୍କ ସହ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ମହିଳା ମନୋବିଜ୍ଞାନୀଙ୍କୁ ପୋଲିସ ଗିରଫ କରିନେଇଛି। ଡାକ୍ତର ଜଣକ ଏଭଳି ହରକତ କରିଥିବା ସତ୍ତ୍ୱେ ରୋଗୀ ଉପରେ ମିଥ୍ୟା ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ୪୩ ବର୍ଷୀୟ ଉକ୍ତ ଡାକ୍ତରଙ୍କ ନାଁ ଜୋହାନା ଲୀ ଲାମ। ସେ ରୋଗୀଙ୍କ ଉପରେ ଯୌନ ଆଚରଣ କରିଥିବା ନେଇ ଆଉ ଜଣେ ମନୋବିଜ୍ଞାନୀ ତାଙ୍କ ନାଁରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ୧୧ ଅକ୍ଟୋବରରେ ତାଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ସେ ଜାମିନ୍‌ରେ ମୁକୁଳିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର୍ କଥା ହେଲା, ଯଦି ମହିଳା ଡାକ୍ତର ଦୋଷୀ ବୋଲି ପ୍ରମାଣିତ ହୋଇଥାଆନ୍ତେ, ତା’ହେଲେ ତାଙ୍କୁ ୧୫ ବର୍ଷର ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଥାଆନ୍ତା। ଏହାସହ ୩୦,୦୦୦ ଡଲାର ଜରିମାନା, ଯାହାକି ଭାରତୀୟ ମୁଦ୍ରାରେ ୨୧.୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଆନ୍ତା। କିନ୍ତୁ ଏଥିରେ ରୋଗୀ ଜଣକ ଦେଇଥିବା ରୋଚକ ତଥ୍ୟ ତାଙ୍କୁ ବଞ୍ଚାଇ ଦେଇଛି। ସେ ଯେଉଁ ବୟାନ ଦେଇଥିଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। କାହିଁକି ନା, ଯୁବକ ଜଣକ ତାଙ୍କ ସହମତିରେ ଶାରୀରିକ ସମ୍ପର୍କ ରଖିଥିବା କଥା ପୋଲିସ ଆଗରେ କହିଥିଲେ।

sexy2

ଏହି ମାମଲା ଗତ ଅଗଷ୍ଟରେ ସାମ୍ନାକୁ ଆସିଥିଲା। ମହିଳା ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେବାକୁ ଆସିଥିବା ଯୁବକ ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦୁଷ୍କର୍ମ କରିଥିବା ଡାକ୍ତର ଜଣକ ପୋଲିସ ଆଗରେ କହିଥିଲେ। କିନ୍ତୁ ପଚରାଉଚରା ବେଳେ ଯୁବକ ଜଣକ ସେମାନଙ୍କ ମଧ୍ୟରେ ୪ ମାସର ଶାରୀରିକ ସମ୍ପର୍କ ଥିବା କଥା ଜଣାଇଥିଲେ। ବର୍ତ୍ତମାନ ଜୋହାନାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ସେ ଜଣେ ଓକିଲଙ୍କୁ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି।

ଏହାସହ ପଢ଼ନ୍ତୁ: ନିଜ ବାହାଘର ସିଡୀ ଦେଖି ମହିଳାଙ୍କର ଉଡ଼ିଗଲା ହୋସ୍‌, ଜାଣନ୍ତୁ କ’ଣ ଥିଲା ସେଥିରେ

ଅଦାଲତ ରେକର୍ଡରେ ରୋଗୀଙ୍କୁ ଦୁର୍ବଳ ବୟସ୍କ ବୋଲି କୁହାଯାଇଛି। କିନ୍ତୁ ରୋଗୀଙ୍କ କହିବା ଅନୁଯାୟୀ, ଶାରୀରିକ ସମ୍ବନ୍ଧ ବନାଇବାରେ ଉଭୟଙ୍କର ସହମତି ଥିଲା। ସେ ନିଜ ମୋବାଇଲ୍ ଫୋନ୍‌ର ଭଏସ୍ ମେଲ ଏବଂ ମେସେଜ୍ ସବୁ ପୋଲିସକୁ ଦେଖାଇଥିଲେ। ଏହାସତ୍ତ୍ୱେ ମିଥ୍ୟା ଅଭିଯୋଗ ଆଣିଥିବା ଏବଂ ପୋଲିସକୁ ଦ୍ୱନ୍ଦ୍ୱରେ ପକାଇଥିବା ଉକ୍ତ ମହିଳା ଡାକ୍ତରଙ୍କର ଏବେ ଅଡୁଆ ବଢ଼ିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.