Below header

ଏପରି ରିକଭର କରନ୍ତୁ ଲାପଟପରୁ ଡିଲିଟ୍ ହୋଇଯାଇଥିବା ଡାଟା, ଜାଣନ୍ତୁ କଣ ସେହି ସହଜ ତରିକା

ଆମେ ଆପଣଙ୍କୁ ବତାଇବୁ ଯେ କେମିତି ଆପଣ ନିଜର ହଜିଯାଇଥିବା ଡାଟାକୁ ରିକଭର କରିପାରିବେ। ତାହେଲେ ଚାଲନ୍ତୁ ଆଉ ଡେରି ନକରି ଜାଣିବା କଣ ସେହି ଟ୍ରିକ୍‌।

ଲାପଟପ୍‌ କିମ୍ବା କମ୍ପ୍ୟୁଟରରେ ଅଧିକ ଷ୍ଟୋରେଜ୍‌ ଥିବା କାରଣରୁ ଆମେ ସେଥିରେ ନିଜର ଫଟୋଜ୍‌, ଭିଡିଓଜ ଏବଂ ମୁଭିଜ୍‌ ଆଦିକୁ ସେଭ୍‌ କରିଦିଅନ୍ତୁ, ଯେମିତି ଏସବୁ ସୁରକ୍ଷିତ ରହିପାରିବ। କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ଆମର କିଛି ଛୋଟ ଛୋଟ ଭୁଲ ପାଇଁ ଆମେ କମ୍ପ୍ୟୁଟର ଏବଂ ଲାପଟପରୁ ସମସ୍ତ ଫାଇଲ୍ସ ଡିଲିଟ୍‌ ହୋଇଯାଇଥାଏ। ଆଉ ନିଜର ପ୍ରିୟ ଫଟୋ ଭିଡିଓଜ୍‌ ଏବଂ ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ହରାଇ ଆମେ ଏକଦମ୍‌ ବ୍ୟସ୍ତ ହୋଇପଡନ୍ତି। ଆଉ ସବୁ ଚେଷ୍ଟା ପରେ ବି ଯେତେବେଳେ ଏସବୁ ରିକଭର ନହୁଏ ଆମେ ନିରାଶ ହୁଅନ୍ତି କିନ୍ତୁ କିଛି କରିପାରନ୍ତିନାହିଁ। ତେଣୁ ଯଦି ଆପଣଙ୍କ ସହ ଏମିତି ହୋଇଛି ଏବଂ ଆପଣଙ୍କର କୌଣସି ଜରୁରୀ ଫାଇଲ୍ସ, ମୁଭି କଲେକସନ୍‌ କିମ୍ବା ଫଟୋ ଡିଲିଟ୍‌ ହୋଇଯାଇଛି ତାହେଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏହାର ସମାଧାନ। ଆମେ ଆପଣଙ୍କୁ ବତାଇବୁ ଯେ କେମିତି ଆପଣ ନିଜର ହଜିଯାଇଥିବା ଡାଟାକୁ ରିକଭର କରିପାରିବେ। ତାହେଲେ ଚାଲନ୍ତୁ ଆଉ ଡେରି ନକରି ଜାଣିବା କଣ ସେହି ଟ୍ରିକ୍‌।

ଇଣ୍ଟରନେଟରେ ଅନେକ ଟୁଲ୍ସ ମହଜୁଦ୍‌ ରହିଛି। ଏମିତି ଅନେକ ଡିସ୍କ ରିକଭରୀ ଟୁଲ୍‌ ଆପଣଙ୍କୁ ଇଣ୍ଟରନେଟରେ ମିଳିଯିବ ଯାହାକୁ ଆପଣ ଡାଉନଲୋଡ୍‌ କରି ନିଜର ଡିଲିଟ୍‌ ହୋଇଥିବା ଫାଇଲ୍ସକୁ ରିକଭର କରିପାରିବେ। ଏହା ଡିଲିଟ୍‌ ହୋଇଥିବା ଫାଇଲ୍ସକୁ ରିକଭର କରିବାରେ ସାହାଯ୍ୟ କରିଥାଏ। ଏହାକୁ ବ୍ୟବହାର କରିବାର ତରିକା ବି ଅଲଗା ଅଲଗା ରହିଥାଏ। ଆପଣଙ୍କୁ କୌଣସି ଅଥରାଇଜଡ ସ୍ଥାନରୁ ଏହି ଟୁଲକୁ ଡାଉନଲୋଡ କରିବାକୁ ହେବ। କୌଣସି ପାୟରେଟେଡ ଟୁଲ୍‌ କିମ୍ବା କୌଣସି ଅନଧିକୃତ େଓ୍ଵବସାଇଟ ବା ଅନଅଥରାଇଜଡ୍‌ େଓ୍ଵବସାଇଟରୁ ଡାଉନଲୋଡ୍‌ କରନ୍ତୁନାହିଁ। ଯଦି ଆପଣ ଏପରି କରନ୍ତି ତାହେଲେ ଆପଣଙ୍କ ପିସିରେ ମାଲେଓ୍ଵୟାର କିମ୍ବା କୌଣସି ପ୍ରକାର ସ୍ପାଇେଓ୍ଵୟାର ଆପର ଇନଷ୍ଟଲ ହେବାର ସମ୍ଭାବନା ରହିଥାଏ।

ଯେତେବେଳେ ଆପଣ ଏଭଳି ରିକଭରୀ ଟୁଲକୁ ଡାଉନଲୋଡ କରିବେ ସେତେବେଳେ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରୋସେସ୍‌ ବି କୁହାଯିବ ଯାହା ଜରିଆରେ ଆପଣ ନିଜର ଡିଲିଟ ହୋଇଥିବା ଫାଇଲ୍ସକୁ ରିକଭର କରିପାରିବେ। ଏହି ପ୍ରୋସେସକୁ କରିବାକୁ ଆପଣଙ୍କୁ କିଛି ସମୟ ଲାଗିଥାଏ। ଏଥିପାଇଁ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡିବ। ତାପରେ ଯାଇ ଆପର ଆପଣଙ୍କର ଡିଲିଟ୍‌ ହୋଇଥିବା ଡାଟାକୁ ରିକଭର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.