ବିଜୁବାବୁଙ୍କ ଡାକୋଟା ବିମାନ ଦେଖି ଭାବବିହ୍ଵଳ ହେଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଓ ତାଙ୍କ ଟିମ

ସାହାସୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେ ପକାଇଥିଲେ କ୍ରିଷ୍ଣମୂର୍ତ୍ତୀ । ଡାକୋଟା ଦେଖି ମୋ ଆଖିର ଲୁହ ବୋଲ ମାନୁନି । କଳିଙ୍ଗ ବାଲି ସମ୍ପର୍କର ମୁକ ସାକ୍ଷୀ ହୋଇ ରହିଛି ଏହି ଡାକୋଟା। ଆସନ୍ତା ବର୍ଷ କଟକ ବାଲି ଯାତ୍ରାରେ ସକ୍ରିୟ ଭାବେ ସାମିଲ ହେବ ଇଣ୍ଡୋନେସିଆ।

କେନ୍ୟୁଜ୍(ବ୍ୟୁରୋ):  ପ୍ରବାଦ ପୁରୁଷ ବିଜୁବାବୁଙ୍କ ଡାକୋଟା ବିମାନ ଦେଖିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଭୁବନେଶ୍ୱର ବିମାନ ବନ୍ଦରରେ ରହିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଆଜି ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଏମଏମଇ ଇନା ହେଚ୍‌ କ୍ରିଷ୍ଣମୂର୍ତ୍ତିଙ୍କ ସହ ଏକ ଟିମ ବୁଲି ଦେଖିଥିଲେ । ଏହାକୁ ଦେଖିସାରିବା ପରେ ଭାବବିହ୍ଵଳ ହୋଇଥିଲେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଓ ତାଙ୍କ ଟିମ । ପ୍ରତିକ୍ରିୟାରେ କହିଥିଲେ, ଇଣ୍ଡୋନେସିଆ ନାଗରିକ ଭାବେ ଡାକୋଟାକୁ ଦେଖିବା ମୋ ପାଇଁ ଭାଗ୍ୟର କଥା ।

ସାହାସୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମନେ ପକାଇଥିଲେ କ୍ରିଷ୍ଣମୂର୍ତ୍ତୀ । ଡାକୋଟା ଦେଖି ମୋ ଆଖିର ଲୁହ ବୋଲ ମାନୁନି । କଳିଙ୍ଗ ବାଲି ସମ୍ପର୍କର ମୁକ ସାକ୍ଷୀ ହୋଇ ରହିଛି ଏହି ଡାକୋଟା। ଆସନ୍ତା ବର୍ଷ କଟକ ବାଲି ଯାତ୍ରାରେ ସକ୍ରିୟ ଭାବେ ସାମିଲ ହେବ ଇଣ୍ଡୋନେସିଆ। ଓଡିଶାଠାରୁ ଅନେକ କିଛି ଶିଖିବାର ଅଛି । ପ୍ରାକୃତିକ ଦୁର୍ବିପାକର ମୁକାବିଲାରେ ଭଲ ପ୍ରଦର୍ଶନ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା ବି ଉପସ୍ଥିତ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.