ନାଗରିକ ମାନଙ୍କ ପାଇଁ ଉପାୟ ସହ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କଲା ଓଡିଶା ପୋଲିସ୍‌, ଜାଣନ୍ତୁ କେମିତି କରିବେ ଅଭିଯୋଗ

ଆସନ୍ତୁ ଜାଣିବା କଣ ଏହି ସିଇଆଇଆର ପୋର୍ଟାଲ। ଏବଂ କିପରି ଆପଣ ଫେରିପାଇବେ ଆପଣଙ୍କର ହଜିଯାଇଥିବା ମୋବାଇଲ । ଏବଂ ଜାଣନ୍ତୁ ନାଗରିକମାନେ ଏଥିପାଇଁ କଣ କରିବା ଉଚିତ ।

ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଚୋରି ହୋଇଥିବା ଫୋନକୁ ଫେରି ପାଇବା ପାଇଁ ବିଜ୍ଞପ୍ତି ଜାରି କରିଛି ଓଡିଶା ପୋଲିସ । ଏବେ ମୋବାଇଲ ଚୋରି ହେଲେ କି ହଜିଗଲେ ଆଦୌ ବି ହେବେନି ବ୍ୟସ୍ତ । କାହିଁକିନା ଏହାକୁ କରିପାରିବେ ପୁନରୁଦ୍ଧାର । ଏଥିପାଇଁ ସରକାର ଆରମ୍ଭ କରିଛନ୍ତି ସିଇଆଇଆର ପୋର୍ଟାଲ । ଦୂରସଞ୍ଚାର ବିଭାଗ ବା ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେସନ୍ସ, ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟୀ ରେଜିଷ୍ଟ୍ରୀ ନାମକ ବା ସିଇଆଇଆର ନାମକ ଏକ ଅଫିସିଆଲ ପୋର୍ଟାଲ ଲଞ୍ଚ୍‌ କରିଛି । ଯେଉଁଥିରେ ଆପଣ ଆପଣଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ଫୋନକୁ ଫେରିପାଇବା ପାଇଁ ପଞ୍ଜୀକରଣ କରିପାରିବେ । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏଠାରେ ଆପଣଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରାଯିବ ଏବଂ ଫୋନକୁ ଫେରି ପାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ଆସନ୍ତୁ ଜାଣିବା କଣ ଏହି ସିଇଆଇଆର ପୋର୍ଟାଲ। ଏବଂ କିପରି ଆପଣ ଫେରିପାଇବେ ଆପଣଙ୍କର ହଜିଯାଇଥିବା ମୋବାଇଲ । ଏବଂ ଜାଣନ୍ତୁ ନାଗରିକମାନେ ଏଥିପାଇଁ କଣ କରିବା ଉଚିତ ।

କିନ୍ତୁ ତାପୂର୍ବରୁ ଆସନ୍ତୁ ଜାଣିନେବା କଣ ଏହି ସିଇଆରଆର

ଦୂରସଞ୍ଚାର ବିଭାଗର ସେଣ୍ଟ୍ରାଲ ଇକ୍ୟୁପମେଣ୍ଟ ଆଇଡେଣ୍ଟିଟୀ ରେଜିଷ୍ଟ୍ରୀ ସେବା ସମସ୍ତ ମୋବାଇଲ ଅପରେଟରଙ୍କ ଆଇଏମଇଆଇ ଡାଟାବେସ ସହ ଯୋଡି ହୋଇଥାଏ । ଏବଂ ସମସ୍ତ ନେଟଓ୍ଵାର୍କ ଅପରେଟରଙ୍କ ପାଇଁ କେନ୍ଦ୍ରୀୟ ପ୍ରଣାଳୀ ରୂପରେ କାମ କରିଥାଏ । ଯାହାଦ୍ୱାରା ଗୋଟିଏ ନେଟଓ୍ଵାର୍କରେ ବ୍ଲକ କରାଯାଇଥିବା ଉପକରଣକୁ ଅନ୍ୟ ନେଟଓ୍ଵାର୍କରେ କାମ କରିବା ବନ୍ଦ କରିବାକୁ ରୋକିବା ପାଇଁ ବ୍ଲକଲିଷ୍ଟ କରାଯାଇଥିବା ମୋବାଇଲକୁ ସେୟାର କରାଯାଇହେବ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସେବା ୟୁଜରଙ୍କୁ ନିଜ ଅଭିଯୋଗକୁ ଫାଇଲ କରିବାକୁ ସୁଯୋଗ ଦେଇଥାଏ ଏବଂ ଅନଧିକୃତ କନେକସନ ଏବଂ ଅନ୍ୟ ନେଟଓ୍ଵାର୍କରେ ବ୍ୟବହାର କରାଯିବାକୁ ନଦେଇ ନିଜର ହଜି ଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଡିଭାଇସକୁ ବ୍ଲକ କରିଦେଇଥାଏ ।

ଯଦି ଫୋନ ମିଳିଯାଏ ତ ସିଇଆଇଆର ୟୁଜରଙ୍କୁ ନିଜର ବ୍ଲକ କରିଥିବା ଫୋନକୁ ଅନବ୍ଲକ କରିବାକୁ ଦେଇଥାଏ ଏବଂ ଦେଶରେ ମୋବାଇଲ ନେଟଓ୍ଵାର୍କ ସହିତ ଏହାକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରାଇଥାଏ । ଏଥିପାଇଁ ୟୁଜରଙ୍କୁ ଏକ ଫର୍ମ ପୂରଣ କରି ସିଇଆଇଆରର ଅଫିସିଆଲ େଓ୍ଵବସାଇଟରେ ଅନଲାଇନ୍‌ ଜମା କରିବାକୁ ହେବ ।

ତେବେ ଓଡିଶା ପୋଲିସ ଜାରି କରିଥିବା ବିଜ୍ଞପ୍ତିରେ ନାଗରିକଙ୍କ ପାଇଁ କଣ ସବୁ ସୂଚନା ରହିଛି ଆସନ୍ତୁ ଜାଣିବା ।

ନିକଟସ୍ଥ ପୋଲିସ ଷ୍ଟେସନରେ ଅଭିଯୋଗ କରାଇବା ଉଚିତ ।
ସକ୍ରିୟା ବା ଆକ୍ଟିଭ ସିମ୍‌ କାର୍ଡକୁ ବ୍ଲକ କରନ୍ତୁ ଏବଂ ସମାନ ନମ୍ବରର ଅନ୍ୟ ଏକ ସିମ୍‌ କାର୍ଡ ବ୍ୟବହାର କରନ୍ତୁ ଏବଂ ସିଇଆଇଆର ପୋର୍ଟାଲରେ ପଞ୍ଜୀକରଣ ପାଇଁ ସମାନ ସିମ୍‌ କାର୍ଡ ବ୍ୟବହାର କରନ୍ତୁ ।
https://www.ceir.gov.in/Home/index.jsp େଓ୍ଵବସାଇଟ ସହିତ ଯୋଗାଯୋଗ କରନ୍ତୁ ।
Block Stolen/ Lost Mobile ଉପରେ କ୍ଲିକ କରନ୍ତୁ ଏବଂ ଆବଶ୍ୟକ ସୂଚନା ପୂରଣ କରି Submit ଉପରେ କ୍ଲିକ କରନ୍ତୁ ।
ଏହାପରେ ଆପଣଙ୍କୁ କିଛି ଦଲିଲଗୁଡିକୁ ଆବଦ୍ଧ କରିବାକୁ ହେବ । ଯେପରିକି,
ପୋଲିସ ଷ୍ଟେସନରେ କରାଯାଇଥିବା ଅଭିଯୋଗର କପି ।
ମୋବାଇଲ କ୍ରୟର ବିଲ୍‌ ।
ଯେକୌଣସି ସରକାରୀ ପରିଚୟ ପତ୍ର ।
(ମନେରଖିବେ ସଫ୍ଟ କପିର ଆକାର 500kbରୁ କମ୍‌ ହେବା ଉଚିତ୍‌)
ଏହାପରେ ଆପଣ ପଞ୍ଜୀକୃତ ଅଭିଯୋଗର ଅନୁରୋଧ ନମ୍ବର ପାଇବେ ।
ହଜି ଯାଇଥିବା ମୋବାଇଲ Active / On ହେଲେ ଏହି ସୂଚନା ପୋର୍ଟାଲ ମାଧ୍ୟମରେ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏସଏମଏସ ମାଧ୍ୟମରେ ଜଣାଯିବ ଏବଂ ଉକ୍ତ ସୂଚନାଟି ପୋଲିସ ଷ୍ଟେସନରେ ଜଣାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.