Below header

ଶିଶୁ ଆଙ୍ଗୁଳିର ଅସ୍ତ୍ରୋପଚାର ପାଇଁ ଡାକ୍ତର ମାଗୁଛନ୍ତି ୪୦ ହଜାର ଟଙ୍କା ଲାଞ୍ଚ, CDMO ଅଫିସ ଘେରିଲେ ଓକିଲ ସଂଘ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କର ହସ୍ତକ୍ଷେପ ପରେ ବିନା ଖର୍ଚ୍ଚରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର ରାଜି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ଗୁରୁବାରୀ ମୁଣ୍ଡାଙ୍କ ଝିଅ ହାତରେ ଥିବା ଆଙ୍ଗୁଳି ଅସ୍ତ୍ରୋପଚାର କରିବାକୁ ବିଭାଗୀୟ ଡାକ୍ତର ତାଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ ।

କେନ୍ଦୁଝର(କେନ୍ୟୁଜ୍): ଅସ୍ତ୍ରୋପଚାର ପାଇଁ ଲାଞ୍ଚ ମାଗି ଡାକ୍ତର ହଟହଟା । ଜଣେ ଛୋଟ ପିଲାର ଆଙ୍ଗୁଳିର ଅସ୍ତ୍ରୋପଚାର ପାଇଁ ଡାକ୍ତର ୪୦ ହଜାର ଲାଞ୍ଚ ମାଗିଥିବା ଅଭିଯୋଗ । ଏନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କର କାର୍ଯ୍ୟାଳୟ ଘେରାଉ କଲେ ଜିଲ୍ଲା ଓକିଲ ସଂଘର ସଦସ୍ୟ । ଏଥିସହ ଟଙ୍କା ମାଗୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କର ହସ୍ତକ୍ଷେପ ପରେ ବିନା ଖର୍ଚ୍ଚରେ ଅସ୍ତ୍ରୋପଚାର କରିବାକୁ ଡାକ୍ତର ରାଜି ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ଗୁରୁବାରୀ ମୁଣ୍ଡାଙ୍କ ଝିଅ ହାତରେ ଥିବା ଆଙ୍ଗୁଳି ଅସ୍ତ୍ରୋପଚାର କରିବାକୁ ବିଭାଗୀୟ ଡାକ୍ତର ତାଙ୍କୁ ୪୦ ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ CDMOଙ୍କ ଅଫିସରେ ପହଞ୍ଚି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.