Below header

ନିଜ ଫଟୋକୁ ହ୍ଵାଟ୍ସଆପ୍‌ ଷ୍ଟିକର ବନାଇବାକୁ ଚାହୁଁଛନ୍ତି କି! ଜାଣନ୍ତୁ ଉପାୟ

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ନିଜ ୟୁଜର୍ସଙ୍କ ପାଇଁ ପ୍ରାୟତଃ ନୂଆ ନୂଆ ଫିଚର ଲଞ୍ଚ୍‌ କରିଥାଏ। ହ୍ଵାଟ୍ସଆପ୍‌ରେ ୟୁଜରଙ୍କ ଚାଟ୍‌କୁ ଅଧିକ ସୁବିଧାଜନକ କରିବା ପାଇଁ ଏଥିରେ ନୂଆ ଷ୍ଟିକର ଫିଚର ଆଡ୍‌ କରାଯାଇଛି। ତେବେ ଏହି ଷ୍ଟିକର ମଧ୍ୟରେ ପୂର୍ବରୁ କେତେକ ଡିଜାଇନ୍‌ ଥିବା ବେଳେ ୟୁଜର ଚାହିଁଲେ ନିଜ ଫଟୋ ବ୍ୟବହାର କରି ମଧ୍ୟ ଷ୍ଟିକର କରିପାରିବେ। ନିଜ ମୁହଁ ଥିବା ଷ୍ଟିକର ତିଆରି କରି ଆପଣ ବନ୍ଧୁ ପରିଜନଙ୍କୁ ପଠାଇବା ଭଳି ସୁବିଧା ମଧ୍ୟ ହ୍ଵାଟ୍ସଆପ୍‌ରେ ଉପଲବ୍ଧ ଅଛି। ଆପଣ ବି ଯଦି ନିଜ ଫଟୋ ଥିବା ଷ୍ଟିକର କରିବାକୁ ଚାହୁଁଛନ୍ତି ତେବେ ନିମ୍ନୋକ୍ତ ଷ୍ଟେପ୍‌ ଫଲୋ କରନ୍ତୁ…

WhatsApp Love Stickers: How to send Love Stickers on WhatsApp ...

  • ଷ୍ଟିକର ତିଆରି କରିବା ପାଇଁ ୟୁଜର୍ସଙ୍କୁ ଥାର୍ଡ ପାର୍ଟି ଆପ୍‌ର ସାହାଯ୍ୟ ନେବାକୁ ପଡ଼ିବ। ଏଥିପାଇଁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଷ୍ଟିକର ମେକର ଫର ହ୍ଵାଟ୍ସଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ। ଡାଉନ୍‌ଲୋଡ୍‌ କରିବା ପରେ ପର୍ସନାଲ ଷ୍ଟିକର ପ୍ୟାକ୍‌ ଓପନ୍‌ କରନ୍ତୁ।
  • ଏବେ ଆପଣଙ୍କୁ ଫଟୋରୁ ଷ୍ଟିକର ତିଆରି କରିବା ବିକଳ୍ପ ମିଳିବ। ଏଥିରେ ଏବେ ନିଜ ଫଟୋ ସିଲେକ୍ଟ କରନ୍ତୁ। ଆପଣ ଚାହିଁଲେ ଫଟୋରୁ ବ୍ୟାକ୍‌ଗ୍ରାଉଣ୍ଡ ମଧ୍ୟ ହଟାଇପାରିବେ।

custom WhatsApp stickers: How to create your own personal WhatsApp ...

  • ଯେଉଁ ସବୁ ଫଟୋରେ ଆପଣ ଷ୍ଟିକର ତିଆରି କରିବାକୁ ଚାହୁଁଛନ୍ତି ତାକୁ ପ୍ୟାକ୍‌ରେ ଆଡ୍‌ କରନ୍ତୁ।
  • ଏବେ ଆପଣଙ୍କୁ ଆଡ୍‌ ଅପସନ୍‌ ମିଳିବ। ତା’ ଉପରେ କ୍ଲିକ୍‌ କରନ୍ତୁ। ଏବେ ଏସବୁ ଷ୍ଟିକର ହ୍ଵାଟ୍ସଆପ୍‌ରେ ଦେଖାଯିବ।
  • ହ୍ଵାଟ୍ସଆପ୍‌ ଖୋଲି ଏହି ଷ୍ଟିକରକୁ ସାଙ୍ଗସାଥୀ ଓ ପରିବାର ଲୋକଙ୍କ ପଠାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.