Below header

ଭୁଲ୍‌ରେ ଡିଲିଟ୍‌ ହୋଇଯାଇଛି କି ହ୍ଵାଟସଆପ୍‌ ଚାଟ୍‌, ଜାଣନ୍ତୁ କେମିତି ଫେରି ପାଇବେ

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସଆପ୍‌ରେ ପ୍ରତିଦିନ ବିଭିନ୍ନ ପ୍ରକାରର ନୂଆ ନୂଆ ଫିଚର୍ସ ଆସୁଛି। ୟୁଜର୍ସ ନିଜର ଚାଟିଂ ଏକ୍ସପିରିଏନ୍ସକୁ ଖାସ୍‌ କରିବା ପାଇଁ କମ୍ପାନୀ ଏଭଳି ପଦକ୍ଷେପ ନେଉଛି। ଖାସ୍‌ ଏହି କାରଣ ଯୋଗୁଁ ହ୍ଵାଟସଆପ୍‌ର ବ୍ୟବହାର କେବଳ ପର୍ସନାଲ ନୁହେଁ ବରଂ ଅଫିସିଆଲ କାମ ଭାବେ କରାଯାଉଛି। କିନ୍ତୁ ବେଳେ ବେଳେ ହ୍ଵାଟସଆପ୍‌ରେ ଥିବା କେତେକ ଜରୁରୀ ମେସେଜ ଭୁଲ୍‌ବଃଶତ ଡିଲିଟ୍‌ ହୋଇଯାଉଛି। ଫଳରେ ଆପଣମାନେ ସମସ୍ୟାରେ ପହୁଛନ୍ତି। ଏପରି ସ୍ଥଳେ ଏମିତି କିଛି ଟିପ୍ସ ଆଉ ଟ୍ରିକ ରହିଛି, ଯାହାକୁ ବ୍ୟବହାର କରି ଆପଣ ଡିଲିଟ୍‌ କରିଥିବା ମେସେଜକୁ ପାଇପାରିବେ। ତେବେ କେମିତି ଜାଣନ୍ତୁ…

କେମିତି କରିବେ ଚାଟ୍‌ ରିକଭରୀ:

– ଯଦି ଆପଣ ହ୍ଵାଟସଆପ୍‌ ଆକାଉଣ୍ଟ ଅନ୍ୟ କୌଣସି ଡିଭାଇସରୁ ବ୍ୟବହାର କରୁଛନ୍ତି, ତେବେ ପ୍ରଥମ ଗୁଗଲ୍‌ ଆକାଉଣ୍ଟ ଲଗ୍‌ଇନ୍‌ କରନ୍ତୁ।

– ଲଗ୍‌ଇନ କରିବା ପରେ ହ୍ଵାଟସଆପ୍‌ ଆକାଉଣ୍ଟ ଲଗ୍‌ଇନ୍‌ କରି ନିଜର ଫୋନ ନମ୍ବର ଦିଅନ୍ତୁ।

– ଭେରିଫିକେସନ ପ୍ରୋସେସ ସଂପୂର୍ଣ୍ଣ ହେବା ପରେ ଗୁଗଲ୍‌ ଡ୍ରାଇଭକୁ ଯାଇ ଚାଟ୍‌ ହିଷ୍ଟ୍ରିରୁ ବ୍ୟାକ୍‌ଅପ୍‌ ନେଇପାରିବେ।

– ଏଠାରେ ଦିଆଯାଇଥିବା ରିଷ୍ଟୋର ଅପସନରେ କ୍ଲିକ କରି ପୁରୁଣା ଚାଟ୍‌ ବ୍ୟାକଅପ୍‌ ନେଇଯାଆନ୍ତୁ।

– ଏହି ପ୍ରୋସେସ ପାଇଁ ଆପଣଙ୍କ ଫୋନରେ ଷ୍ଟେବଲ ଓ୍ଵାଇଫାଇ ରହିବା ଜରୁରୀ।

– ଏହା ସହିତ ସେଟିଂରେ ହ୍ଵାଟସଆପ୍‌ ବ୍ୟାକଅପ୍‌କୁ ଏନାବେଲ କରି ରଖନ୍ତୁ। ତେଣୁ WhatsApp>Setting>Chats> Chat backup>back up to Google Driveକୁ ଯାଆନ୍ତୁ।

ଯଦି ଆପଣ ପୁରୁଣା ଫୋନରେ ହିଁ ଚାଟ୍‌ ବ୍ୟାକଅପ୍‌ ଚାହୁଁଛନ୍ତି, ତେବେ ଫୋନର ଷ୍ଟୋରେଜକୁ ଉପଯୋଗ କରିପାରିବେ।

– ଏଥିପାଇଁ ପ୍ରଥମ ଫୋନର ଫାଇଲ ମ୍ୟାନେଜର ଓପନ କରନ୍ତୁ।

– ସେଠାରେ ଇଣ୍ଟରନାଲ ଷ୍ଟୋରେଜ ପରେ ଦିଆଯାଇଥିବା ହ୍ଵାଟସଆପ୍‌ ଫୋଲ୍ଡରକୁ ଯାଆନ୍ତୁ।

– ଏବେ ଡାଟାବେସ ଫୋଲ୍ଡରକୁ କ୍ଲିକ କରି ଏଠାରେ ଥିବା ହ୍ଵାଟସଆପ୍‌ର ସବୁ ଚାଟ୍‌ ମିଳିବ।

– ଏଠାରେ ଥିବା କୌଣସି ଗୋଟିଏକୁ ସିଲେକ୍ଟ କରି ରିନେମ୍‌ କରନ୍ତୁ। ଅର୍ଥାତ୍‌ ସେଠାରେ ଫାଇଲ ନାମ ବଦଳାଇଦିଅନ୍ତୁ।

– ଏହାପରେ ଫୋନରୁ ହ୍ଵାଟସଆପ୍‌କୁ ଅନଇନଷ୍ଟାଲ କରି ପୁଣି ଥରେ ଲଗଇନ୍‌ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.