ଫେଷ୍ଟିଭ୍‌ ସିଜନ୍‌ ସେଲ : iPhone 14ରେ ମିଳିବ ଭାରି ଡିସକାଉଣ୍ଟ, ଦାମ ରହିଛି ବହୁତ ଶସ୍ତା

ଚଳିତ ବର୍ଷ ଆଇଫୋନ୍ ମଡେଲ କମ୍‌ ଦାମରେ ସେଲ ହେବ ବୋଲି ଇ-କମର୍ସ ସାଇଟରେ ଦାବି କରାଯାଇଛି । ସେଲ୍‌ ସମୟରେ ଆପଣ iPhone 14କୁ କମ୍ ଦାମରେ କିଣି ପାରିବେ ।

ଯଦି ଆପଣ iPhone 14 କିଣିବାକୁ ପ୍ଲାନ କରୁଛନ୍ତି କିନ୍ତୁ କିଣି ପାରୁନାହାଁନ୍ତି, ତେବେ ଫ୍ଲିପକାର୍ଟ ଆଉ ଏକ ସେଲ୍‌ ନେଇ ଆସିଛି । ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟ iPhoneରେ ଭଲ ଡିସକାଉଣ୍ଟ ଦେଉଛି । ଏହି ସେଲ୍‌ ନଭେମ୍ବର ୨ରୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଆଇଫୋନ୍ ମଡେଲ କମ୍‌ ଦାମରେ ସେଲ ହେବ ବୋଲି ଇ-କମର୍ସ ସାଇଟରେ ଦାବି କରାଯାଇଛି । ସେଲ୍‌ ସମୟରେ ଆପଣ iPhone 14କୁ କମ୍ ଦାମରେ କିଣି ପାରିବେ । ବ୍ୟାଙ୍କ ଅଫର ଏବଂ ଅନ୍ୟ ଡିସକାଉଣ୍ଟ ସହିତ ଆପଣ ଏହାକୁ ମାତ୍ର ୪୯,୯୯୯ ଟଙ୍କାରେ କିଣି ପାରିବେ ।

ଗତ ବର୍ଷ ଆପଲର ‘ଫାର୍ ଆଉଟ୍’ ଇଭେଣ୍ଟରେ iPhone 14 ସିରିଜ୍ ଲଞ୍ଚ କରାଯାଇଥିଲା । ଭାରତରେ ୧୨୮GB ମଡେଲର ଦାମ୍‌ ୭୯,୯୦୦ ଟଙ୍କାରୁ ଆରମ୍ଭ ହୋଇଥିଲା । ତେବେ ଫେଷ୍ଟିଭ୍‌ ସେଲ୍‌ ସମୟରେ ଆପଣ କମ୍‌ ଦାମରେ ଏହି ଆଇଫୋନ୍ କିଣିବା ପାଇଁ ସୁଯୋଗ ପାଇ ପାରିବେ । ଫ୍ଲିପକାର୍ଟ ଆଗାମୀ ଫେଷ୍ଟିଭ୍‌ ସିଜନ୍‌ ସେଲ୍‌ ପାଇଁ ପ୍ରସ୍ତୁତ ହେଉଛି ଏବଂ ଏହା iPhone 14ର ବେସ୍‌ ମଡେଲରେ ଏକ୍ସସାଇଟିଙ୍ଗ୍‌ ଡିଲ୍ର ଅଫର ଦେଉଛି । ଟିଜର ପେଜରୁ ଜଣାପଡିଛି ଯେ ଏହି ସ୍ମାର୍ଟଫୋନ୍ ୫୦,୦୦୦ଟଙ୍କାରୁ ବି କମ ଦାମରେ ଆପଣ କିଣି ପାରିବେ । iPhone 14 ବେସ୍ ମଡେଲର ଆରମ୍ଭ ମୂଲ୍ୟ ହେଉଛି ୫୪,୯୯୯ ଟଙ୍କା । କିନ୍ତୁ ଏହି ଡିଲକୁ ଆହୁରି କମ୍‌ କରିବା ପାଇଁ ଫ୍ଲିପକାର୍ଟ ଗ୍ରାହକଙ୍କୁ ଡିସକାଉଣ୍ଟ ଦେବ । ଯେଉଁମାନେ SBI କ୍ରେଡିଟ୍ କାର୍ଡ କିମ୍ବା ଫ୍ଲିପକାର୍ଟ ଆକ୍ସିସ୍ ବ୍ୟାଙ୍କ କାର୍ଡ ବ୍ୟବହାର କରନ୍ତି ସେମାନେ ୪୦୦୦ ଟଙ୍କାର ଡିସକାଉଣ୍ଟ ପାଇବେ । ଏହା ବ୍ୟତୀତ ଯଦି ଆପଣ ନିଜର ପୁରୁଣା ଡିଭାଇସ୍ ଏକ୍ସଚେଞ୍ଜ କରିବାକୁ ଚାହିଁବେ ତେବେ ୧୦୦୦ ଟଙ୍କାର ଡିସକାଉଣ୍ଟ ପାଇ ପାରିବେ । ସମସ୍ତ ଡିସକାଉଣ୍ଟ ମିଶାଇଲେ ଆପଣ iPhone 14 କୁ ମାତ୍ର ୪୯,୯୯୯ ଟଙ୍କାରେ କିଣି ପାରିବେ ।

ଯଦି ଆପଣ ଫୁଲ୍‌ ପେମେଣ୍ଟେ ଦେଇ ପାରୁ ନାହାନ୍ତି ତେବେ ଫୋନ୍‌ କିଣିବା ସମୟରେ ଆପଣ ୧୯,୯୯୯ ଟଙ୍କାର ଡାଉନ୍ ପେମେଣ୍ଟ ଦେଇ ପାରିବେ ଏବଂ ପରେ ନୋ କଷ୍ଟ EMI ଅପ୍ସନରେ ବାକି ୩୫,୦୦୦ ଟଙ୍କା ଦେଇପାରିବେ । ତେବେ ବିଗ୍ ଦିୱାଲି ସେଲ୍‌ ନଭେମ୍ବର ୨ରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଯାହାର ଲାଭ ଉଠାଇ ପାରିବେ ମୋବାଇଲ୍‌ ପ୍ରେମୀ ।

ଆପଲ୍ iPhone 14 ହେଉଛି ଏକ ପାଓ୍ଵାରଫୁଲ ଡିଭାଇସ୍‌, ଯାହା ବିଭିନ୍ନ ପ୍ରକାରର ଆକର୍ଷଣୀୟ ଫିଚର ଦେଇଥାଏ । ଏଥିରେ ଭଲ ଭିଜୁଆଲ୍ ଏକ୍ସପେରିଏନ୍ସ ସହିତ ସ୍ଲିମ୍ ବେଜେଲ୍ ଏବଂ ୬.୧ ଇଞ୍ଚ୍ ସୁପର ରେଟିନା XDR OLED ଡିସପ୍ଲେ ରହିଛି । A15 ବାୟୋନିକ୍ ଚିପ୍ ଦ୍ୱାରା iPhone 14 ଚାଲିଥାଏ । ଏହି ଫୋନ୍ ବିଭିନ୍ନ ଷ୍ଟୋରେଜ୍ ଅପ୍ସନରେ ଆସିଥାଏ ଯେପରିକି ୧୨୮GB, ୨୫୬GB ଏବଂ ୫୧୨ GB । ଯାହା ଆପଣଙ୍କର ସମସ୍ତ ଫାଇଲ୍ ଏବଂ ଆପ୍ ପାଇଁ ବହୁତ ସ୍ପେସ୍‌ ଯୋଗାଇଥାଏ । ଏହି ସ୍ମାର୍ଟଫୋନ ଦ୍ୱାରା ୟୁଜର ଲାଭ ଉଠାଇ ପାରିବେ । ଫେଷ୍ଟିଭ୍‌ ସିଜନ ସେଲରେ ଏହି ଫୋନକୁ କମ୍‌ ଦାମରେ ୟୁଜରମାନେ ଘରକୁ ଆଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.