ଆଜି ମିସ୍ ୱାଲ୍ଡ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ, ଜାଣନ୍ତୁ ଅଭିନେତ୍ରୀଙ୍କୁ ନେଇ କିଛି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କିଏ ବା ନା ଜାଣେ । ସମଗ୍ର ବିଶ୍ୱରେ ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ଦିଆଯାଏ । ଆପଣ କେବେ ଚିନ୍ତା କରିଛନ୍ତି କି ଯଦି ଐଶ୍ୱର୍ଯ୍ୟା ଅଭିନେତ୍ରୀ ହୋଇନଥାନ୍ତେ କ’ଣ ହୋଇଥାନ୍ତେ ?

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କିଏ ବା ନା ଜାଣେ । ସମଗ୍ର ବିଶ୍ୱରେ ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ଦିଆଯାଏ । ନିଜ ଅଭିନୟ ଦ୍ୱାରା ସେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି । ଐଶ୍ୱର୍ଯ୍ୟା କେବଳ ମଡେଲିଂ ନୁହଁ ବରଂ ମିସ ୱାର୍ଲଡ ଟାଇଟେଲ ମଧ୍ୟ ଜିତିଛନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ଯଦି ଐଶ୍ୱର୍ଯ୍ୟା ଅଭିନେତ୍ରୀ ହୋଇନଥାନ୍ତେ ତେବେ କ’ଣ ହୋଇଥାନ୍ତେ ? ତେବେ ତାଙ୍କ ଜନ୍ମଦିନରରେ ଆମେ ଆପଣଙ୍କୁ ଐଶ୍ୱର୍ଯ୍ୟାଙ୍କ ଜୀବନ ଏବଂ ତାଙ୍କ କ୍ୟାରିୟର ଲକ୍ଷ୍ୟ ବିଷୟରେ ଜଣାଇବୁ ।

ଆଜି ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ:

୧ ନଭେମ୍ବର ୧୯୭୩ ରେ ମେଙ୍ଗାଲୁରୁରେ ଜନ୍ମ ହୋଇଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ପ୍ରାଥମିକ ଶିକ୍ଷା ମୁମ୍ବାଇର ଆର୍ଯ୍ୟ ବିଦ୍ୟା ମନ୍ଦିର ଉଚ୍ଚ ବିଦ୍ୟାଳୟରେ ହୋଇଥିଲା । ଏହା ପରେ ସେ ଜୟ ହିନ୍ଦ କଲେଜରୁ ଇଣ୍ଟରମିଡିଏଟ କରିଥିଲେ । ଏଥି ସହିତ ସେ ମାଟୁଙ୍ଗାରେ ଅବସ୍ଥିତ ଡିଜି ରୁପାରେଲ ସାଇନ୍ସ ଆଣ୍ଡ କମର୍ସ କଲେଜରେ ଗ୍ରାଜୁଏସନ ପାଇଁ ଆଡମିଶନ ନେଇଥିଲେ । ତେବେ କୌଣସି କାରଣ ଯୋଗୁଁ ସେ ଏକ କଲେଜ ଡ୍ରପଆଉଟ ଥିଲେ, ଯେଉଁଥିପାଇଁ ସେ ଗ୍ରାଜୁଏସନ ଡିଗ୍ରୀ ପାଇ ନଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଐଶ୍ୱର୍ଯ୍ୟା ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଥିଲେ, ସେ ନବମ ଶ୍ରେଣୀରେ ପଢୁଥିଲେ । ସେତେବେଳେ ସେ ଏକ ଆଡ଼ଭଟାଇଜମେଣ୍ଟ ରେ କାମ କରୁଥିଲେ ।

ତେବେ ଆସନ୍ତୁ ଜାଣିବା ଯଦି ସେ ଅଭିନେତ୍ରୀ ହୋଇନଥାନ୍ତେ ତେବେ କ’ଣ ହୋଇଥାନ୍ତେ ?

ଐଶ୍ୱର୍ଯ୍ୟା କଲେଜ ଡ୍ରପଆଉଟ୍ ହୋଇଥିଲେ ମଧ୍ୟ ସେ ପାଠପଢାରେ ବହୁତ ଭଲ ଥିଲେ । ଯଦିଓ ସେ ଆଜି ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି କିନ୍ତୁ ମଡେଲିଂ ଏବଂ ଅଭିନୟ କେବେ ତାଙ୍କ ସ୍ୱପ୍ନ ନଥିଲା । ବାସ୍ତବରେ, ଅଭିନୟ ଜଗତରେ ସଂପୂର୍ଣ୍ଣ ପ୍ରବେଶ କରିବା ପୂର୍ବରୁ ସେ ମେଡିକାଲ ପଢିବାକୁ ପ୍ରସ୍ତୁତ ହେଉଥିଲେ । ଲାତୁର ଏବଂ ନାସିକର ମେଡିକାଲ କଲେଜରେ ମେରିଟ ଲିଷ୍ଟ ଆଧାରରେ ତାଙ୍କୁ ସିଲେକ୍ଟ କରାଯାଇଥିଲା ।

ଏକ ଇଣ୍ଟରଭ୍ୟୁରେ ଐଶ୍ୱର୍ଯ୍ୟା କହିଥିଲେ ଯେ, ଯଦି ସେ ଜଣେ ଅଭିନେତ୍ରୀ ହୋଇନଥାନ୍ତେ, ତେବେ ସେ ମେଡିକାଲ ଲାଇନରେ ନିଜର କ୍ୟାରିୟର ଗଢିଥାନ୍ତେ । ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ଐଶ୍ୱର୍ଯ୍ୟା ଅନେକ ଆଡଭଟାଇଜରେ କାମ କରିଥିଲେ । ସେ ୧୯୯୭ ରେ ତାମିଲ ଚଳଚ୍ଚିତ୍ର ‘ଇରୁଭର୍’ ସହିତ ନିଜର ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ ।

ସେହି ବର୍ଷ ସେ ଫିଲ୍ମ ‘ଔର ପ୍ୟାର ହୋ ଗୟା’ ସହିତ ପ୍ରଥମ ଥର ପାଇଁ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ ହମ ଦିଲ ଦେ ଚୁକେ ସନମ, ତାଲ, ଜୋଶ, ହାମାରା ଦିଲ ଆପକେ ପାସ ହେ , ଢାଇ ଅକ୍ଷର ପ୍ରେମ କେ, ମୋହବତେ , ହମ କିସି ସେ କମ ନହିଁ , ଦେବଦାସ, ଦିଲ କା ରିସ୍ତା ଏବଂ କୁଛ ନା କହୋ ଇତ୍ୟାଦି ଫିଲ୍ମରେ ରେ ନଜର ଆସିଥିଲେ

ଏହା ପରେ ସେ କେବେ ପଛକୁ ଫେରି ଚାହିଁନଥିଲେ । ନିଜ ଦମଦାର ଅଭିନୟ ଦ୍ୱାରା ସିନେମା ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ଐଶର୍ଯ୍ୟା । କେବେଳ ବଲିଉଡ ନୁହେଁ ହଲିଉଡରେ ମଧ୍ୟ ନିଜ ଦକ୍ଷତା ଦେଖାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.