Below header

ଏକାଠି ହେଲେ ଶହ ଶହ ସ୍ପାଇଡର୍‌ମ୍ୟାନ୍‌: ବିଶ୍ୱ ରେକର୍ଡ ଭାଙ୍ଗିବାକୁ କଲେ ଉଦ୍ୟମ

ଏକାଠି ହେଲେ ଶହ ଶହ ସ୍ପାଇଡର୍‌ମ୍ୟାନ୍‌ । ଏମାନଙ୍କୁ ଦେଖିବାକୁ ଜମିତଥଇଲା ଭିଡ । ଆର୍ଜେଣ୍ଟିନାର ରାଜଧାନୀ ବୁଏନସ୍‌ ଆଇରିସ୍‌ର ସହସ୍ରାଧିକ ଅଧିବାସୀ ଗତ ରବିବାର ବିଶ୍ବପ୍ରସିଦ୍ଧ ମାର୍ଭେଲ୍ ସୁପରହିରୋ ସ୍ପାଇଡର୍‌ମ୍ୟାନ୍‌ ପୋଷାକ ପିନ୍ଧିଥିଲେ ।

ଆର୍ଜେଣ୍ଟିନା: ଏକାଠି ହେଲେ ଶହ ଶହ ସ୍ପାଇଡର୍‌ମ୍ୟାନ୍‌ । ଏମାନଙ୍କୁ ଦେଖିବାକୁ ଜମିଥିଲା ପ୍ରବଳ ଭିଡ । ସଭିଏଁ ଉଠାଉଥିଲେ ଫଟୋ । ଆର୍ଜେଣ୍ଟିନାର ରାଜଧାନୀ ବୁଏନସ୍‌ ଆଇରିସ୍‌ର ସହସ୍ରାଧିକ ଅଧିବାସୀ ଏହି ବେଶରେ ନଜର ଆସିଥିଲେ । ତେବେ ଗତ ରବିବାର ବିଶ୍ୱ ପ୍ରସିଦ୍ଧ ମାର୍ଭେଲ୍ ସୁପରହିରୋ ସ୍ପାଇଡର୍‌ମ୍ୟାନ୍‌ ପୋଷାକ ପିନ୍ଧିଥିଲେ ।

ସୂଚନା ଥାଉକି, ଏମାନେ ଏହି ରୂପ ଧରି ଏକ ବିଶ୍ୱ ରେକର୍ଡ ଭାଙ୍ଗିବାର ଉଦ୍ୟମ କରିଥିଲେ। ସୋସିଆଲ୍ ମିଡିଆ ପ୍ଳାଟଫର୍ମ ‘ଇନ୍‌ଷ୍ଟାଗ୍ରାମ୍’ ଜରିଆରେ ଆର୍ଜେଣ୍ଟିନୀୟ ଇନ୍‌ଫ୍ଲୁଏନ୍‌ସର ଉକି ଡିଏନ୍‌ ଏହି ସମାରୋହର ଆୟୋଜନ କରିଥିଲେ ।

ସହରର ଏକ ପ୍ରସିଦ୍ଧ ସ୍ମୃତିସ୍ତମ୍ଭ ନିକଟରେ ୭୦୦ ଜଣ ସ୍ପାଇଡର୍‌ମ୍ୟାନଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ହଜାରେରୁ ଅଧିକ ସ୍ପାଇଡରମ୍ୟାନ୍ ଏକାଠି ହୋଇଥିଲେ । ଏମାନେ ଚିପା ନୀଳ ରଙ୍ଗର ପୋଷାକ ଓ ଲାଲ ମୁଖା ପିନ୍ଧି ଥିଲେ ଏବଂ ଗୀତ ଗାଇ, ତାଳି ବଜାଇ ପରସ୍ପରଙ୍କୁ ଉତ୍ସାହିତ କରିଥିଲେ ।

ସୂଚନା ଥାଉକି, ଏହା ପୂର୍ବରୁ ଜୁନ୍ ମାସ ୩ ତାରିଖରେ ମାଲେସିଆରେ ସୋନି ପିକ୍‌ଚର୍ସ ଏଣ୍ଟରଟେନ୍‌ମେଣ୍ଟ ଦ୍ୱାରା ଆୟୋଜିତ ସମାରୋହରେ ୬୮୫ ଜଣ ‘ସ୍ପାଇଡର୍‌ମ୍ୟାନ୍ ପୋଷାକରେ ସର୍ବାଧିକ ଲୋକଙ୍କ ସମାଗମ’ର ଗିନିସ୍‌ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।

ବୁଏନସ୍‌ ଆଇରିସ୍‌ର ଆୟୋଜକମାନେ ଏକ ହଜାରରୁ ଅଧିକ ଲୋକଙ୍କର ଫଟୋ ଓ ଦସ୍ତଖତ ସଂଗ୍ରହ କରି ଗିନିସ୍‌ ବୁକ୍ ପାଖକୁ ନୂଆ ରେକର୍ଡ ପଞ୍ଜୀକରଣ ପାଇଁ ପଠାଇଛନ୍ତି । ତେବେ ଦେଖାଯାଉ ଏମାନେ ବିଶ୍ୱ ରେକର୍ଡ କରିପାରୁଛନ୍ତି କି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.