ଜାଣନ୍ତୁ ‘ସିଜୋଫ୍ରେନିଆ’ କଣ ? କିପରି ଜାଣିବେ ଏହାର ଲକ୍ଷଣ

‘ସିଜୋଫ୍ରେନିଆ ’ ଏକ ଗ୍ରୀକ୍‌ ଭାଷା ହୋଇଥାଏ । ଯାହାର ମାନେ ‘ସ୍ପିଲ୍ଟ ମାଇଣ୍ଡ’ ହୋଇଥାଏ । ଏଥିରେ ହାଲୁସିନାସନ୍‌ ବା ଭ୍ରମରେ ରିହିବାର ସ୍ଥିତି ତିଆରି ହୋଇଯାଏ । ଏହି କାରଣରୁ ଏହି ରୋଗରେ ପିଡିତ ଲୋକଙ୍କୁ ସୋସିଆଲ ଇଣ୍ଟ୍ରାରାକ୍ସନ୍‌ କରିବାରେ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡିଥାଏ ।

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁ ଆମ ବିଶ୍ୱରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦେଖିବା ପାଇଁ ମିଳୁଛି । ଏତେ ସବୁ ସମସ୍ୟା ମଧ୍ୟରେ ‘ସିଜୋଫ୍ରେନିଆ ’ ଏକ ଭିନ୍ନ ସମସ୍ୟା ଭାବେ ସାମ୍ନାକୁ ଆସୁଛି । ତାହେଲେ ଆସନ୍ତୁ ଏହି ସମସ୍ୟା କଣ ହୋଇଥାଏ ଜାଣିବା । ‘ସିଜୋଫ୍ରେନିଆ ’ ଏକ ମାନସିକ ସମସ୍ୟା  । ଏହି ରୋଗରେ ପିଡିତ ଲୋକମାନଙ୍କୁ ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ କାମ କରିବାରେ ଅନେକ ସମସ୍ୟାର ସାମ୍ନା କରିବା ପାଇଁ ପଡିଥାଏ । ‘ସିଜୋଫ୍ରେନିଆ ’ ଡିଜଅର୍ଡର ଏକ ବଡ ସମସ୍ୟା ବୋଲି କୁହାଯାଏ ଏବଂ ଏହି ସମସ୍ୟାରେ ବିଶ୍ୱରେ ପ୍ରାୟ ୨୦ ଲକ୍ଷ ଲୋକ ପିଡିତ ଅଛନ୍ତି ।  ପ୍ରାୟତଃ ଟିନ୍‌ଏଜ୍‌ ବୟସର ପିଲାମାନେ ଏହି ଡିଜଅର୍ଡରର ସମ୍ମୁଖୀନ ହୋଇଥାନ୍ତି ।

‘ସିଜୋଫ୍ରେନିଆ ’ ଏକ ଗ୍ରୀକ୍‌ ଭାଷା । ଯାହାର ମାନେ ‘ସ୍ପିଲ୍ଟ ମାଇଣ୍ଡ’ ହୋଇଥାଏ । ଏଥିରେ ହାଲୁସିନାସନ୍‌ ବା ଭ୍ରମରେ ରିହିବାର ସ୍ଥିତି ତିଆରି ହୋଇଯାଏ । ଏହି କାରଣରୁ ଏହି ରୋଗରେ ପିଡିତ ଲୋକଙ୍କୁ ସୋସିଆଲ ଇଣ୍ଟ୍ରାରାକ୍ସନ୍‌ କରିବାରେ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡିଥାଏ ।

‘ସ୍କିଜୋଫ୍ରେନିଆ’ରେ ପିଡିତ ଲୋକମାନଙ୍କୁ ସଠିକ୍‌ ଭାବେ ଏହି ବିଷୟରେ ନଜଣାଇବା କାରଣରୁ କିଛି ଲୋକ ଏହାକୁ ନେଇ ଅନ୍ଧବିଶ୍ୱାସରେ ବିଶ୍ୱାସ କରିଥାନ୍ତି । ହେଲେ ଏହା ଏକ ମାନସିକ ଡିଜଅର୍ଡର ହୋଇଥାଏ ଏବଂ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଖୁସିର ମାହୋଲରେ ରହିବା, ଥେରାପି ଓ ମେଡିସିନ୍‌ ଦ୍ୱାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରିପାରିବେ  । ତେବେ ସମୟ ମଧ୍ୟରେ ଏହି ରୋଗର ଲକ୍ଷଣ ଚିହ୍ନିବା ସହ ଚିକିତ୍ସା ମଧ୍ୟ ଜରୁରୀ ହୋଇଥାଏ । ନଚେତ ସ୍ୱାସ୍ଥ୍ୟ ଖରାପ ହେବା ପରି ଅନେକ ସମସ୍ୟାର ସାମ୍ନା କରିପାରନ୍ତି । ତାହେଲେ ଆସନ୍ତୁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ ଏହି ସମସ୍ୟା କଣ ହୋଇଥାଏ ଓ ଏହାର ଲକ୍ଷଣ କିପରି ଜାଣିବେ ।

‘ସିଜୋଫ୍ରେନିଆ ’ ସମସ୍ୟା କଣ ହୋଇଥାଏ :
‘ସିଜୋଫ୍ରେନିଆ ’ ସମସ୍ୟାରେ ପିଡିତ ଯଦି ଏକ ପିଲା ହୋଇଥାଏ, ତାହେଲେ ତା ମଧ୍ୟରେ ଏହି ଲକ୍ଷଣ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ । କାରଣ କିଛି ଲୋକ ଏହାକୁ ପିଲାଙ୍କ ବୟସ ଯୋଗୁ ଏପରି ସମସ୍ୟା ହୋଇଥାଏ ବୋଲି ଭାବିଥାନ୍ତି । ଏହି ସମସ୍ୟାରେ ପିଡିତ ବ୍ୟକ୍ତି, ସେ ପୁଅ ହେଉ କିମ୍ବା ଝିଅ ସମାଜରୁ ଦୂରେଇବା ପାଇଁ ଲାଗିଥାଏ । ଏହାସହ ସେହି ଲୋକମାନେ ଅନ୍ୟାନ୍ୟ ଲୋକଙ୍କ ପ୍ରତି ସେମାନଙ୍କ ବ୍ୟବହାର ବଦଳିବା ମଧ୍ୟ ଆରମ୍ଭ କରିଥାଏ । ଏହା ବ୍ୟତୀତ ସେହି ଲୋକ ଛୋଟ ଛୋଟ କଥାରେ ସନ୍ଦେହ କରିଥାଏ ଏବଂ ଏକୁଟିଆ ଥିବା ବେଳେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରିଥାଏ । ଏହି ଭଳି ଅନେକ ସମସ୍ୟା ହୋଇଥାଏ ।

ଏହାର କାରଣ କଣ ହୋଇଥାଏ :
ଏହି ସମସ୍ୟାର କୌଣସି ସ୍ପଷ୍ଟ କାରଣ ହୋଇନଥାଏ । ଯେପରି ଡ୍ରଗ୍ରସ୍‌, ଅଧିକ ମଦ୍ୟପାନ କରିବା, ଚିନ୍ତାରେ ରହିବ ଓ ଜେନେଟିକ୍ସ କିମ୍ବା ମସ୍ତିଷ୍କ ସହିତ ଜଡିତ କୌଣସି କ୍ରନିକ୍‌ ରୋଗ ହେତୁ ଏହି ପରି ସମସ୍ୟା ହୋଇଥାଏ ।

‘ସିଜୋଫ୍ରେନିଆ’ ମାନସିକ ଲକ୍ଷଣ ଗୁଡିକ କଣ ?
‘ସିଜୋଫ୍ରେନିଆ’ର ମାନସିକ ଲକ୍ଷଣ ବିଷୟରେ କହିଲେ, ଏଥିରେ ବ୍ୟକ୍ତି ଏକା ରହିବା ପାଇଁ ପସନ୍ଦ କରିଥାଏ, ଲୋକଙ୍କ ଠାରୁ ଲୁଚି ରହିଥାଏ , ଭିଡ ସ୍ଥାନକୁ ଯିବାକୁ ଡରିଥାଏ, ଭ୍ରମରେ ରହିଥାଏ ଓ ଅଜବ ଜିନିଷ ଅନୁଭବ କରିଥାଏ , ପରିସ୍ଥିତି ଅନୁସାରେ ଇମୋସନ୍‌କୁ ବୁଝି ପାରେ ନାହିଁ ଏବଂ ଲାଇଫ୍‌ରେ ସବୁ ବେଳେ ଏକା ରହିଥାଏ ।

‘ସିଜୋଫ୍ରେନିଆ’କଣ ହୋଇଥାଏ ଓ ଏହାର ସାମାଜିକ ଲକ୍ଷଣ କଣ :
ଏହି ସମସ୍ୟା ଯୋଗୁ ଖାଦ୍ୟ ଖାଇବାରେ ପରିବର୍ତ୍ତନ ହୋଇଥାଏ, ମୁହଁ ସୁଖିଯିବା, ଓଜନ କମ୍‌ ହେବାକୁ ଲାଗିଥାଏ,, ପ୍ରତି ଦିନ ଠିକ୍‌ ଭାବେ କାମ ନକରିବା ଭଳି ସମସ୍ୟା ହୋଇଥାଏ । ଏହି ସବୁ ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ ।

ଏହାର ପରୀକ୍ଷା ଓ ଚିକିତ୍ସା କଣ ?
ଏହି ସମସ୍ୟା ପାଇଁ କିଛି ସଠିକ୍‌ ଚିକିତ୍ସା ନାହିଁ । ଏଥିପାଇଁ ଡାକ୍ତରମାନେ ରୋଗୀର ମେଡିକାଲ ହିଷ୍ଟ୍ରି ମାନସିକ ସ୍ଥିତି, ସାମାଜିକ ଫ୍ୟାକ୍ଟର ଓ ଲକ୍ଷଣର ଅନୁସାରେ ଚିକିତ୍ସା କରିଥାନ୍ତି ।  ପରିବାର ଲୋକ ବା ପ୍ରିୟ ଲୋକଙ୍କ ସହଯୋଗ ଓ ସେମାନଙ୍କ ପ୍ରତି ଅନ୍ୟମାନଙ୍କ ବ୍ୟବହାର ଥେରାପି ବା ମେଡିସିନ୍‌ ଦ୍ୱାରା ଏହି ସମସ୍ୟା ନିୟନ୍ତ୍ରଣ କରାଯାଏ । ଏହାସହ ନିଶା ଦ୍ରବ୍ୟ ଓ ଧୁମପାନ ଭଳି ଜିନିଷରୁ ସେହି ରୋଗୀଙ୍କୁ ଦୂରେଇ ରଖିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.