ଲମ୍ବା ଲାଇନ ପଛରେ କିଏ ? ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ମଜୁରୀ ୩୦୦ ଟଙ୍କା

ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଆଜି ବି ଲମ୍ବା ଲାଇନ୍ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲା ରୁ ମଧ୍ୟ ଲୋକ ଆସିଛନ୍ତି। ଏଭିତରେ EOW ଟିମ ପହଞ୍ଚିଛି । ନୋଟ ବଦଳାଉଥିବା ଲୋକଙ୍କୁ ଚାଲିଛି ପଚରାଉଚରା । କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ); ଦୁଇ ହଜାର ଟଙ୍କା ନୋଟ ବଦଳ ପାଇଁ ଭୁବନେଶ୍ବର ଆରବିଆଇ ଅଫିସ ଆଗରେ ଆଜି ବି ଲମ୍ବା ଲାଇନ୍ । କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ବିଭିନ୍ନ ଜିଲ୍ଲା ରୁ ମଧ୍ୟ ଲୋକ ଆସିଛନ୍ତି। ଏଭିତରେ EOW ଟିମ ପହଞ୍ଚିଛି । ନୋଟ ବଦଳାଉଥିବା ଲୋକଙ୍କୁ ଚାଲିଛି ପଚରାଉଚରା । କିଛି ଲୋକ କମିଶନି ପାଇବା ପାଇଁ ଅନ୍ୟମାନଙ୍କର ଟଙ୍କା ବଦଳ କରିବାକୁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ।

୨୦ ହଜାର ଟଙ୍କା ବଦଳାଇବା ପାଇଁ ୨୫୦ରୁ ୩ଶହ ଟଙ୍କା କମିଶନ ନେଉଛନ୍ତି । ଏହି କମିଶନି ଦେଉଛି କିଏ ? କାହାର ଟଙ୍କା ବଦଳାଯିବା ପାଇଁ କମିଶନି କାରବାର ହେଉଛି ? ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ୪ ମାସ ମହଲତ ଦିଆଯାଇଥିବା ବେଳେ କାହିଁକି ସେତେବେଳେ ଟଙ୍କା ବଦଳାଇନଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି । ଚଳିତ ବର୍ଷ ମେ’ ୧୯ରେ ଦୁଇ ହଜାର ଟଙ୍କିଆ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲେ। ବର୍ତ୍ତମାନ କେବଳ ରିଜର୍ଭ ବ୍ୟାଙ୍କରେ ହିଁ ଲୋକମାନେ ବୈଧ ପରିଚୟପତ୍ର ଦେଇ ଏକାଥରକେ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରୁଛନ୍ତି । ହେଲେ ଧାର୍ଯ୍ୟ ସମୟରେ ବ୍ୟାଙ୍କରେ ଗୋଲାପୀ ନୋଟ ନ ବଦଳାଇ ଆରବିଆଇରେ ନୋଟ ବଦଳ ପାଇଁ ଭିଡ଼କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.