ଫେସବୁକ୍‌ ଚଲାଇବା ପାଇଁ ଦେବାକୁ ପଡ଼ିବ ଟଙ୍କା, ୟୁଜରଙ୍କୁ ଝଟକା ଦେଲା ମେଟା

ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ୟୁଜର୍ସଙ୍କ ପାଇଁ ଏକ ଆଡ୍‌-ଫ୍ରି ପେଡ୍ ସବସ୍କ୍ରିପସନ୍ ପ୍ଲାନ ଆଣିଛି । ଦୀର୍ଘ ସମୟ ଧରି ମାର୍କ ଜୁକରବର୍ଗ ଏହି ପ୍ଲାନ ଆଣିବେ ବୋଲି କୁହାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହି ଷ୍ଟେପ୍‌ ନେଇଛି । ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ଦୁଇଟି ସର୍ଭିସକୁ ସବସ୍କ୍ରିପସନ୍ ଦେବ ।

ମେଟା କିଛି ୟୁଜରଙ୍କୁ ଏକ ବଡ଼ ଝଟକା ଦେଇଛି । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ୟୁଜର୍ସଙ୍କ ପାଇଁ ଏକ ଆଡ୍‌-ଫ୍ରି ପେଡ୍ ସବସ୍କ୍ରିପସନ୍ ପ୍ଲାନ ଆଣିଛି । ଦୀର୍ଘ ସମୟ ଧରି ମାର୍କ ଜୁକରବର୍ଗ ଏହି ପ୍ଲାନ ଆଣିବେ ବୋଲି କୁହାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହି ଷ୍ଟେପ୍‌ ନେଇଛି । ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ଦୁଇଟି ସର୍ଭିସକୁ ସବସ୍କ୍ରିପସନ୍ ଦେବ । ୟୁରୋପୀୟ ୟୁନିଅନର ଚାପ ପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ଅପ୍ସନ କେବଳ ୟୁରୋପୀୟ ୟୁଜର୍ସଙ୍କ ପାଇଁ ମିଳିବ ।

ଏହି ପ୍ଲାନର ଦାମ ୱେବ୍ ପାଇଁ ମାସକୁ ୯.୯୯ ୟୁରୋ ଅର୍ଥାତ ଭାରତୀୟ ମୂଲ୍ୟରେ ୮୮୫ ଟଙ୍କା ଏବଂ ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍) ପାଇଁ ମାସକୁ ୧୨.୯୯ ୟୁରୋ ଅର୍ଥାତ ଭାରତୀୟ ମୂଲ୍ୟ ୧,୧୪୫ ହେବ । ୟୁରୋପରେ ୧୮ ବର୍ଷରୁ ଅଧିକ ବୟସର ୟଜରଙ୍କୁ ଏହା ଆଡ୍‌ ଫ୍ରି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପ୍ଲାନ୍‌ ଉପଲବ୍ଧ କରିବ ବୋଲି ମେଟା ଘୋଷଣା କରିଛି । ଏହି ପ୍ଲାନଗୁଡିକ ସ୍ୱିଜରଲ୍ୟାଣ୍ଡ, ୟୁରୋପୀୟ ୟୁନିଅନ୍ ଏବଂ ୟୁରୋପୀୟ ଅର୍ଥନୈତିକ କ୍ଷେତ୍ରରେ ମିଳିବ ।

ଭାରତର ୟୁଜରମାନଙ୍କୁ ସେମାନଙ୍କର ଇନଷ୍ଟାଗ୍ରାମ ଫିଡରେ ଆଡ୍‌ ଆସିବା ଜାରି ରହିବ । କିନ୍ତୁ ଯଦି ଏହି ସବସ୍କ୍ରିପସନ୍ ପ୍ଲାନଗୁଡିକ EUରେ ଲୋକପ୍ରିୟ ହୁଏ ତେବେ ମେଟା ଏହି ସର୍ଭିସକୁ ଭାରତରେ ଆଣିପାରେ । ଏହାର ଦାମ କିଛି ଲୋକଙ୍କ ପାଇଁ ଅଧିକ ଲାଗିପାରେ, କିନ୍ତୁ ଏହା ଆକର୍ଷଣୀୟ ମଧ୍ୟ ହୋଇପାରେ । ଆଡ ଫ୍ରି ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ଅର୍ଥ ହେଉଛି ଆପଣଙ୍କ ଫିଡରେ କୌଣସି ଆଡ୍‌ ଆସିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.