ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ, ଜଲଦି ସାରନ୍ତୁ ବ୍ୟାଙ୍କ କାମ

ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟି ନେଇ ତାଲିକା ପ୍ରକାଶ କରିଛି । ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ତାଲିକା ଜାଣିନେବା ଜରୁରୀ ।

ନଭେମ୍ବର ମାସ ଆରମ୍ଭ ହୋଇଯାଇଛି । ଆଉ ଯଦି ଆପଣଙ୍କର ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ନଭେମ୍ବରରେ ଦୀପାବଳି, ଛଟ୍‌ ସମେତ ଅନେକ ପର୍ବ ରହିଥିବା ବେଳେ ବ୍ୟାଙ୍କ କିଛିଦିନ ବନ୍ଦ ରହିବ । ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟି ନେଇ ତାଲିକା ପ୍ରକାଶ କରିଛି ।

ତେବେ ଆପଣଙ୍କର ବ୍ୟାଙ୍କ କାମ ରହିଥିଲେ ଛୁଟି ବିଷୟରେ ଜାଣିବା ଜରୁରୀ । ବ୍ୟାଙ୍କ ବନ୍ଦ ରହିବା ସମୟରେ ଏଟିଏମ ଏବଂ ଇଣ୍ଟରନେଟ ସେବା ଚାଲୁ ରହିବ ।

୧ ନଭେମ୍ବର : କନ୍ନଡର ରାଜ୍ୟତ୍ସୋବ/କୁଟ/କରଓ୍ଵା ଚୌଥ ଯୋଗୁଁ ବେଙ୍ଗାଲୁରୁ, ଇମ୍ଫାଲ ଏବଂ ଶିମଲା ବ୍ୟାଙ୍କ ବନ୍ଦ ।
୫ ନଭେମ୍ବର : ରବିବାର
୧୦ ନଭେମ୍ବର : ଗୋବର୍ଦ୍ଧନ ପୂଜା/ଲକ୍ଷ୍ମୀ ପୂଜା/ଦୀପାବଳି ଯୋଗୁଁ ଶିଲଂରେ ବ୍ୟାଙ୍କ ବନ୍ଦ ।
୧୧ ନଭେମ୍ବର : ଦ୍ୱିତୀୟ ଶନିବାର
୧୨ ନଭେମ୍ବର : ରବିବାର
୧୩ ନଭେମ୍ବର : ଗୋବର୍ଦ୍ଧନ ପୂଜା/ଲକ୍ଷ୍ମୀ ପୂଜା/ଦୀପାବଳି ଯୋଗୁ ଅଗରତାଲା, ଡେରାଡୁନ, ଗ୍ୟାଙ୍ଗଟକ, ଇମ୍ଫାଲ, ଜୟପୁର, କାନପୁର, ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ ।
୧୪ ନଭେମ୍ବର : ଦୀପାବଳି/ଲକ୍ଷ୍ମୀ ପୂଜା ଯୋଗୁଁ ଅହମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଗ୍ୟାଙ୍କଟକ, ମୁମ୍ବାଇ, ନାଗପୁରରେ ବ୍ୟାଙ୍କ ବନ୍ଦ ।
୧୫ ନଭେମ୍ବର : ଭାଇଦୁଜ/ଚିତ୍ରଗୁପ୍ତ ଜୟନ୍ତୀ/ଲକ୍ଷ୍ମୀ ପୂଜା/ଭାତୃ ଦ୍ୱିତୀୟା କାରଣ ଯୋଗୁଁ ଗ୍ୟାଙ୍ଗଟକ, ଇମ୍ଫାଲ, କାନପୁର, କୋଲକତା, ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ ।
୧୯ ନଭେମ୍ବର : ରବିବାର
୨୦ ନଭେମ୍ବର : ଛଟ୍‌
୨୩ ନଭେମ୍ବର : ଡେରାଡୁନ ଏବଂ ଶିଲଂରେ ବ୍ୟାଙ୍କ ବନ୍ଦ ।
୨୫ ନଭେମ୍ବର : ଚତୁର୍ଥ ଶନିବାର
୨୬ ନଭେମ୍ବର : ରବିବାର
୨୭ ନଭେମ୍ବର : ଗୁରୁ ନାନକ ଜୟନ୍ତୀ/କାର୍ତ୍ତିକ ପୂର୍ଣ୍ଣିମା
୩୦ ନଭେମ୍ବର : କନକଦାସ ଜୟନ୍ତୀ (ବେଙ୍ଗାଲୁରୁ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.