Below header

ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ କାମୁଡିଲା ପାଗଳ ବିଲୁଆ

ରାସ୍ତାରେ ଯିଏ ଗଲା ଗୋଡେଇ ଗୋଡେଇ କାମୁଡିଲା । ପିଲାଠୁ ଆରମ୍ଭ କରି ବୁଢା, ଗୋରୁ ଗାଈ କାହାକୁ ବି ଛାଡିଲାନି । ସମସ୍ତଙ୍କୁ କଲା ଆକ୍ରମଣ ପାଗଳ ବିଲୁଆ ।

ଜଳେଶ୍ୱର (କେନ୍ୟୁଜ): ରାସ୍ତାରେ ଯିଏ ଗଲା ଗୋଡେଇ ଗୋଡେଇ କାମୁଡିଲା । ପିଲାଠୁ ଆରମ୍ଭ କରି ବୁଢା, ଗୋରୁ ଗାଈ କାହାକୁ ବି ଛାଡିଲାନି । ସମସ୍ତଙ୍କୁ କଲା ଆକ୍ରମଣ । ଆଜ୍ଞା  ଗାଁରେ ଅଆତଙ୍କ ଖେଳାଇଛି ପାଗଳ ବିଲୁଆ । ରାସ୍ତାରେ ଯିଏ ଯାଉଛି ତା ଉପରକୁ ଝମ୍ପ ମାରୁଛି ।

ପାଗଳ ବିଲୁଆ କାମୁଡାରେ ପ୍ରାୟ ୧୧ ଜଣ ରୁ ଊର୍ଦ୍ଧ୍ଵ ଲୋକ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସିଆରୁଇଂ ଗ୍ରାମରେ । ଏହି ଅଭାବନୀୟ ଘଟଣା ଏବେ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳାଇ ଦେଇଛି ।

ଗତକାଲି ରାତିରେ ବିଲୁଆଟି ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିଲା । ଆଉ ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ଗୋଡାଇବା ସହ କାମୁଡିଥିଲା। ଖାଲି ଲୋକ ମାନଙ୍କୁ କାମୁଡିବା ସହ ୧୫ ରୁ ଅଧିକ ଗୋରୁ ଏବଂ ଛେଳିକୁ ମଧ୍ୟ କାମୁଡି ଥିବା ଜଣାପଡିଛି । ଗୁରୁତର ଲୋକମାନଙ୍କୁ ସ୍ଥାନୀୟ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପରପକ୍ଷେ କୌଶଳକ୍ରମେ ଗ୍ରାମବାସୀ ମାନେ ପାଗଳ ବିଲୁଆକୁ କାବୁ କରିଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.