କଳିଙ୍ଗା ଘାଟିରେ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ୧୮ ଚକିଆ ଟ୍ରକ, ୩ ଗୁରୁତର

କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସଡ଼କ ଦୁର୍ଘଟଣା । ୧୮ ଚକିଆ ପଟା ବୋଝେଇ ଦୁଇଟି ଟ୍ରକ ଗୋଟିଏ ସ୍ଥାନରେ ଦୁର୍ଘଟଣା ଗ୍ରସ୍ତ । ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଜି ଉଦୟଗିରି ଥାନା କଳିଙ୍ଗା ଘାଟି ଦେଇ ୧୮ ଚକିଆ ପଟା ବୋଝେଇ ଦୁଇଟି ଟ୍ରକ ବ୍ରହ୍ମପୁର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

କନ୍ଧମାଳ (କେନ୍ୟୁଜ): କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସଡ଼କ ଦୁର୍ଘଟଣା । ୧୮ ଚକିଆ ପଟା ବୋଝେଇ ଦୁଇଟି ଟ୍ରକ ଗୋଟିଏ ସ୍ଥାନରେ ଦୁର୍ଘଟଣା ଗ୍ରସ୍ତ । ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଜି ଉଦୟଗିରି ଥାନା କଳିଙ୍ଗା ଘାଟି ଦେଇ ୧୮ ଚକିଆ ପଟା ବୋଝେଇ ଦୁଇଟି ଟ୍ରକ ବ୍ରହ୍ମପୁର ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା । କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗୁରୁତରଙ୍କୁ ପ୍ରଥମେ ଜି ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତିନି ଜଣକୁ ଭଞ୍ଜନଗର ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଜି ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.