ବିଶ୍ୱକପ ମ୍ୟାଚରେ ମୁମ୍ବାଇ ଓ ଦିଲ୍ଲୀରେ ଫୁଟିବନି ବାଣ, ବିସିସିଆଇ ନେଲା ନିଷ୍ପତ୍ତି

ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ବାଣ ଫୁଟାଇବାକୁ ନେଇ କଟକଣା ଲାଗୁ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କୁ ଅବଗତ କରାଯାଇଛି । ବାୟୁ ପ୍ରଦୂଷଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ ।

ଚଳିତ ବିଶ୍ୱକପ ୨୦୨୩ରେ ଗୁରୁବାର ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ଏହି ମ୍ୟାଚରେ ଷ୍ଟାଡିୟମରେ ଥିବା ଦର୍ଶକ ମ୍ୟାଚ ପରେ ଆତଶବାଜିର ମଜା ନେଇପାରିବେ ନାହିଁ । କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଏଭଳି ହେବ । ଏହି ଦୁଇଟି ସହରରେ ହେବାକୁ ଥିବା ବିଶ୍ୱକପ ମ୍ୟାଚରେ ଆତଶବାଜିକୁ ବ୍ୟାନ୍‌ କରାଯାଇଛି । ଦୁଇଟି ଯାକ ମେଟ୍ରୋ ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ଖରାପ ହେବା କାରଣରୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି ।

ସୂଚନା ମୁତାବକ, ବିଶ୍ୱକପ ମ୍ୟାଚରେ ବାଣ ଫୁଟାଇବାକୁ ନେଇ କଟକଣା ଲାଗୁ କରାଯାଇଛି । ଏନେଇ ବିସିସିଆଇ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କୁ ଅବଗତ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଟ ନ ଫୁଟାଇବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨ରେ ଭାରତ- ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଓ ୬ ତାରିଖରେ ବାଂଲାଦେଶ-ଶ୍ରୀଲଙ୍କା ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଅନୁଷ୍ଠିତ ହେବ ।

ତେବେ ଖରାପ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) କାରଣରୁ ଏହି ଦୁଇ ସହରରେ ଅନୁଷ୍ଠିତ ମ୍ୟାଚରେ ବାଣ ଫୁଟାଇବାକୁ ନିଷେଧ କରାଯାଇଛି । ଦିଲ୍ଲୀ ଓ ମୁମ୍ବାଇ ସହରର ବାୟୁ ପ୍ରଦୂଷଣକୁ ନେଇ ବିସିସିଆଇ ସମୀକ୍ଷା କରିବା ପରେ ଏହି ନିଷ୍ପତ୍ତି ନେଇଛି । ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ବିସିସିଆଇ ଏହି ପଦକ୍ଷେପ ଗ୍ରହଣ କରିଛି ।

ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଡ ମୁମ୍ବାଇରେ ବିଗୁଡିଥିବା ବାୟୁ ଗୁଣବତ୍ତାକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଏହାପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ବିସିସିଆଇ ଜୟ ଶାହା ଏହାକୁ ନେଇ ସୂଚନା ଦେଇଛନ୍ତି ।

ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ମଙ୍ଗଳବାର ମୁମ୍ବାଇରେ ସମୁଦାୟ AQI ୧୭୨ ଥିବାବେଳେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ବିପଜ୍ଜନକ ସ୍ତରରେ ୨୬୦ ସ୍ତରରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.