ଅଭଦ୍ରାମୀର ସବୁ ସୀମା ଟପିଗଲେ, ଜାଣିଶୁଣି ମହିଳାଙ୍କୁ ପଛପଟୁ ଛୁଉଁଥିଲେ ଏ ବ୍ୟକ୍ତି

କ୍ୟାମେରାରେ କଏଦ ହେଲା ମଧ୍ୟବୟସ୍କ ବ୍ୟକ୍ତିଙ୍କ ଅଶ୍ଳୀଳ ଇଙ୍ଗୀତର ଛବି । ହଁ ଆପଣ ବି ଦେଖନ୍ତୁ ଏ ଚିତ୍ର । ବ୍ୟକ୍ତିଙ୍କ ବୟସକୁ ଟିକେ ଦେଖନ୍ତୁ, ଏହି ବୟସରେ ତାଙ୍କର ଯାଇନି ଏମିତି ନିଶା । ନିଜ ଝିଅ ବୟସର ଯୁବତୀଙ୍କ ସହ କରୁଛନ୍ତି ଖରାପ କାମ ।

ମଲ୍‌ ଭିତରେ ଅଭଦ୍ର ଆଚରଣ । ଜାଣିଶୁଣି ମହିଳାଙ୍କୁ ପଛପଟୁ ଛୁଉଁଥିଲେ ବ୍ୟକ୍ତି । ଭିଡ ର ଫାଇଦା ଉଠାଇ ଅଶ୍ଳୀଳ କାଣ୍ଡ କରିବସିଲେ ବ୍ୟକ୍ତି । କ୍ୟାମେରାରେ କଏଦ ହେଲା ମଧ୍ୟବୟସ୍କ ବ୍ୟକ୍ତିଙ୍କ ଅଶ୍ଳୀଳ ଇଙ୍ଗୀତର ଛବି । ହଁ ଆପଣ ବି ଦେଖନ୍ତୁ ଏ ଚିତ୍ର । ବ୍ୟକ୍ତିଙ୍କ ବୟସକୁ ଟିକେ ଦେଖନ୍ତୁ, ଏହି ବୟସରେ ତାଙ୍କର ଯାଇନି ଏମିତି ନିଶା । ନିଜ ଝିଅ ବୟସର ଯୁବତୀଙ୍କ ସହ କରୁଛନ୍ତି ଖରାପ କାମ ।

ଏ ଚିତ୍ର ହେଉଛି ବେଙ୍ଗାଲୁରୁର ଏକ ମଲର । ଯେଉଁଠୁ ଆସିଛି ଏମିତି ଏକ ଲଜ୍ଜାଜନକ ଦୃଶ୍ୟ । ବୟସ୍କ ବ୍ୟକ୍ତି ଜଣେ ଯୁବତୀଙ୍କ ସହିତ ଯୌନ ଉତ୍ପୀଡନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଜାଣିଶୁଣି ଛୁଉଁଛନ୍ତି । ବ୍ୟକ୍ତିଙ୍କର ଏଭଳି କାଣ୍ଡକୁ ଯିଏ ଦେଖୁଛି ତାର ରକ୍ତ ଗରମ ହୋଇଯାଉଛି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଯାହାପରେ ବାକି ସୋସିଆଲ ମିଡିଆରେ ବି ପାଣି ଭଳି ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ସେଠାରେ ଥିବା ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି । ଆଉ ଏହାକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଭିଡିଓକୁ ପୋଷ୍ଟ କରି ସେ କ୍ୟାପ୍ସନରେ ଲେଖିଛନ୍ତି, ସନ୍ଧ୍ୟା ୬.୩୦ ସମୟର ବେଙ୍ଗାଲୁରୁ ଫଣ୍ଟୁରାର ଲୁଲୁ ମଲରେ ଏହି ଭିଡିଓକୁ ରେକର୍ଡ କରିଛନ୍ତି ସେ । ସେ ଏହା କହିଛନ୍ତି ଯେ ଏହି ବ୍ୟକ୍ତି ଜଣଙ୍କ ଆଚରଣ ଉପରେ ତାଙ୍କର ସନ୍ଦେହ ହୋଇଥିଲା । କାହିଁକିନା ମଲରେ ଗେମିଙ୍ଗ ଜୋନରେ ଥିବା ମହିଳା ଓ ଯୁବତୀଙ୍କ ସହିତ ସେ ଖରାପ ଆଚରଣ କରୁଥିଲା । ଏହାଦେଖି ସେ ବ୍ୟକ୍ତିଙ୍କ ଗିତପଥକୁ କ୍ୟାମେରାରେ କଏଦ କରିଥିଲେ । ଆଉ ତୁରନ୍ତ ସିକ୍ୟୁରିଟୀ ପାଖକୁ ଯାଇ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କଲେ ।

ଏହାପରେ ମଲ କର୍ତ୍ତୃପକ୍ଷ ଉକ୍ତ ବ୍ୟକ୍ତିଙ୍କୁ ଖୋଜିଲେ କିନ୍ତୁ ସେତେବେଳକୁ ବ୍ୟକ୍ତି ଜଣଙ୍କ ସେଠାରୁ ପଳାଇ ଯାଇଥିଲେ । ଏହାପରେ ସେ ମଲ୍‌ ମ୍ୟାନେଜମେଣ୍ଟକୁ ସୂଚିତ କରିଲେ ଏବଂ ପୋଲିସକୁ ଏହି ଭିଡିଓକୁ ଦେଇଛନ୍ତି ଯାହାକୁ ଆଧାର କରି ପୋଲିସ ପ୍ରାରମ୍ଭିକ ଯାଞ୍ଚ୍‌ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.