କଳାହାଣ୍ଡିରେ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଗଡ଼ିଲା ଲକ୍ଷ୍ମୀ ବସ

ପ୍ରତିଷ୍ଠା ଦିବସରେ ବିକାଶର ନୂଆ ଫର୍ଦ୍ଦରେ ଯୋଡ଼ିହେଲା କଳାହାଣ୍ଡି। କଳାହାଣ୍ଡି ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାରେ ନବନିର୍ମିତ ନୂଆ ମେଡିକାଲ କଲେଜ ଲୋକାର୍ପିତ ହୋଇଛି। ୧୦୦ ସିଟ ବିଶିଷ୍ଟ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

କଳାହାଣ୍ଡି (କେନ୍ୟୁଜ): ପ୍ରତିଷ୍ଠା ଦିବସରେ ବିକାଶର ନୂଆ ଫର୍ଦ୍ଦରେ ଯୋଡ଼ିହେଲା କଳାହାଣ୍ଡି। କଳାହାଣ୍ଡି ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାରେ ନବନିର୍ମିତ ନୂଆ ମେଡିକାଲ କଲେଜ ଲୋକାର୍ପିତ ହୋଇଛି। ୧୦୦ ସିଟ ବିଶିଷ୍ଟ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଠପଢ଼ା ସହିତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ରମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି ।

ପରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚି ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ନବୀନ। ମାଲକାନଗିରି, ଗଜପତି ପରେ କଳାହାଣ୍ଡିରେ ଗଡ଼ିଛି ଲକ୍ଷ୍ମୀ ବସ। ଏହା ସହ ୧୨ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ନବୀନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.