ରେଲୱେରେ ୨୪୮୮୯୫ ପଦବୀ ଖାଲି, ଗ୍ରୁପ ସି ଏବଂ ଗ୍ରୁପ ଡି ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ

+୨ ପାସ୍‌ କରିଥିଲେ ତୁରନ୍ତ ରେଲୱେ ପାଇଁ କରନ୍ତୁ ଆବେଦନ । ଖାଲିପଡିଛି ୨୪୮୮୯୫ ପଦବୀ । ଆବେଦନ କରିବାର ଶେଷ ତାରିଖ ୨୮ ନଭେମ୍ବର ରହିଛି ।

ରେଳବାଇ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ରେଲୱେରେ ଖାଲିପଡିଛି ୨,୪୮,୮୯୫ ପଦବୀ । ଯେଉଁମାନେ ଆବେଦନ କରିବାକୁ ଇଚ୍ଛୁକ, ସେମାନେ ତୁରନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨,୪୮,୮୯୫

ଷ୍ଟେସନ ମାଷ୍ଟର

ଜରୁରୀ ତାରିଖ : ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୮ ନଭେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୨ଶ ପାସ୍‌ କରିବା ସହିତ ସ୍ୱୀକୃତିପ୍ରାପ୍ତ ସଂସ୍ଥାରୁ ଆଇଟିଆଇ ପାସ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୩ ବର୍ଷ ହେବା ଜରୁରୀ । ଓବିସି ଶ୍ରେଣୀ ପ୍ରାର୍ଥୀଙ୍କୁ ୩ ବର୍ଷ ବୟସ ସୀମାରେ ଛାଡ ଏବଂ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଛାଡ ରହିବ ।

ଆବେଦନ ଶୁଳ୍କ : ଆବେଦନ କରୁଥିବା ଅଣଂସରକ୍ଷିତ/ଓବିସି/EWS ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜନଜାତି/ଜାତି ଏବଂ ମହିଳା କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଏହି ଆବେଦନ ଶୁଳ୍କ ଅନଲାଇନ ମାଧ୍ୟମରେ ଦେବାକୁ ହେବ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ସାଇଟକୁ ଯାଇ ଆବେଦନ କରିପାରିବେ ।
ଆବେଦନ ପାଇଁ ସିଧାସଳଖ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ଆପ୍ଲିକେସନ ଫର୍ମ ପୂରଣ କରିବା ସହିତ ସମସ୍ତ ଦସ୍ତାବିଜର କପି ସବମିଟ୍‌ କରନ୍ତୁ ।
ଅନଲାଇନରେ ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ ବଟନ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ଏକ ପ୍ରିଣ୍ଟଆଉଟ୍‌ କରି କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.