Below header

ଆସିଲା ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ଫୋର-ଜି ଫୋନ୍ ‘ଜିଓ ଭାରତ ଭି୨’

ରିଲାଏନ୍ସ ଜିଓ ପକ୍ଷରୁ ଫୋର-ଜି ଫୋନ୍ ‘ଜିଓ ଭାରତ ଭି୨’

ଉନ୍ମୋଚିତ ହୋଇଛି ରିଲାଏନ୍ସ ଜିଓ ପକ୍ଷରୁ ଫୋର-ଜି ଫୋନ୍ ‘ଜିଓ ଭାରତ ଭି୨’ । ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ । ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି । ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି କଂପାନିର ୨ଜି ନେଟ୍ୱର୍କରେ ଅଛନ୍ତି ଏବଂ ଇଣ୍ଟରନେଟ ବ୍ୟବହାରରୁ ବଂଚିତ ଅଛନ୍ତି । ରିଲାଏନ୍ସ ଜିଓ କେବଳ ୪ଜି ଓ ୫ଜି ନେଟ୍ୱର୍କରେ ସେବା ପ୍ରଦାନ କରୁଛି । ଜିଓ ଭାରତ ଭି୨ ଫୋନ୍ ଜରିଆରେ ୧୦ କୋଟିରୁ ଅଧିକ ୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ରିଲାଏନ୍ସ ଜିଓ ଲକ୍ଷ୍ୟ ରଖିଛି ।

ଏହି ଫୋନ ଏବେଯାଏଁ ୨ଜି ସେବାରେ ସୀମିତ ରହିଥିବା ୨୫ କୋଟିରୁ ଅଧିକ ଲୋକଙ୍କ ପାଇଁ ବାସ୍ତବରେ ଡିଜିଟାଲ ସ୍ୱାଧୀନତାର ଶୁଭାରମ୍ଭ କରିବା ସହିତ ଡିଜିଟାଲ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ । ଇଣ୍ଟରନେଟରେ କାର୍ଯ୍ୟ କରୁଥିବା ବଜାରରେ ଯେତେ ସବୁ ଫୋନ ରହିଛି ସେଥି ମଧ୍ୟରେ ଜିଓ ଭାରତ ଭି୨ ଫୋନ୍‌ରେ ଦାମ୍ ହେଉଛି ସବୁଠୁ କମ୍ । ୯୯୯ ଟଙ୍କା ଭଳି କମ୍ ଦାମ୍‌୍‌ରେ ଉପଲବ୍ଧ ହୋଇଥିବା ଜିଓ ଭାରତ ଭି୨ ଫୋନ୍‌ରେ ମାସିକ ପ୍ଲାନ୍ ମଧ୍ୟ ସବୁଠୁ ଶସ୍ତା ରହିଛି । ଗ୍ରାହକମାନଙ୍କୁ ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି ରହୁଛି । ଏହା ବ୍ୟତୀତ ଜିଓ ଭାରତ ଭି୨ ଗ୍ରାହକମାନଙ୍କୁ ମାସିକ ୧୪ ଜିବି ଡାଟା ମଧ୍ୟ ମିଳିବ । ଅର୍ଥାତ ପ୍ରତିଦିନ ଅଧା ଜିବି ଡାଟା ମିଳିବ । ଯାହା ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନେ ପ୍ରଦାନ କରୁଥିବା ଡାଟା ତୁଳନାରେ ୭ ଗୁଣା ଅଧିକ । ଅନ୍ୟ ଅପରେଟରମାନଙ୍କ ଭଏସ୍ କଲ୍ ଓ ମାତ୍ର ୨ ଜିବି ଡାଟା ଥିବା ମାସିକ ପ୍ଲାନ୍‌ରେ ମୂଲ୍ୟ ୧୭୯ ଟଙ୍କା ଭଳି ଦାମ୍‌୍‌ରୁ ଆରମ୍ଭ ହେଉଛି । ସେହି ତୁଳନାରେ ଜିଓ ଭାରତ ଭି୨ ର ମାସିକ ପ୍ଲାନ୍ ଦାମ୍ ବହୁତ କମ୍ ରହିଛି । ଜିଓ ଭାରତ ଭି୨ର ବାର୍ଷିକ ପ୍ଲାନ୍ ମଧ୍ୟ ରହିଛି ଯାହାର ମୂଲ୍ୟ ୧୨୩୪ ଟଙ୍କା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ୨ଜି ମୁକ୍ତ ଭାରତ ପାଇଁ ଆହ୍ୱାନ ଦେଇଛନ୍ତି । ଦେଶରେ ଥିବା ୨୫ କୋଟି ୨ଜି ଗ୍ରାହକମାନଙ୍କୁ ୪ଜିରେ ସାମିଲ କରିବା ଲାଗି କଂପାନି ପକ୍ଷରୁ “ଜିଓ ଭାରତ’ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ କରାଯାଇଛି । ୪ଜି ଫୋନ୍ ତିଆରି କରିବା ଲାଗି ଅନ୍ୟ କଂପାନିଗୁଡ଼ିକ ଏହି ପ୍ଲାଟଫର୍ମକୁ ବ୍ୟବହାର କରି ପାରିବେ ।

ଜିଓ ଭାରତ ଭି୨ ମୋବାଇଲ୍ ଗ୍ରାହକମାନଙ୍କୁ ଜିଓ ସିନେମାର ସବ୍‌ସ୍କ୍ରିପ୍‌ସନ୍‌ ସହିତ ଜିଓ-ସାବନରେ ଥିବା ୮ କୋଟି ଗୀତ ଶୁଣିବାର ସୁଯୋଗ ମିଳିବ । ଗ୍ରାହକମାନେ ଜିଓ ପେ’ ଜରିଆରେ ୟୁପିଆଇ କାରବାର କରିପାରିବେ । ଭାରତର ପ୍ରମୁଖ ଭାଷାଭାଷୀ ଗ୍ରାହକମାନେ ଜିଓ ଭାରତ ଭି୨କୁ ବ୍ୟବହାର କରିପାରିବେ । ଏହି ମୋବାଇଲ୍ ୨୨ ଭାରତୀୟ ଭାଷାରେ କାମ କରିପାରିବ । ଏହି ଫୋନ୍ ୪ଜି ନେଟ୍‌ଓ୍ଵାର୍କରେ କାମ କରୁଛି । ଏଥିରେ ଏଚ୍‌ଡି ଭଏସ୍ କଲିଂ, ଏଫ୍ଏମ୍ ରେଡିଓ, ୧୨୮ ଜିବିର ଏସ୍‌ଡି ମେମୋରି କାର୍ଡ ସପୋର୍ଟ ଭଳି ସୁବିଧା ରହିଛି । ମୋବାଇଲ୍ରେ ୪.୫ ସେମିର ଟିଏଫ୍ଟି ସ୍କ୍ରିନ୍, ୦.୩ ମେଗାପିକ୍ସେଲ୍ କ୍ୟାମେରା, ୧୦୦୦ ଏମ୍ଏଏଚ୍ ବ୍ୟାଟେରି, ୩.୫ ଏମ୍ଏମ୍‌ ହେଡ୍‌ ଫୋନ୍‌ ଜ୍ୟାକ୍, ଶକ୍ତିଶାଳୀ ଲାଉଡ୍‌ ସ୍ପିକର ଓ ଟର୍ଚ୍ଚ ଭଳି ସୁବିଧା ରହିଛି ।

୨ଜି ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ୨୦୧୮ରେ କଂପାନି ପକ୍ଷରୁ ଜିଓଫୋନ୍‌ର ଶୁଭାରମ୍ଭ କରାଯାଇଥିଲା । ବର୍ତ୍ତମାନ ୧୩ କୋଟିରୁ ଅଧିକ ଗ୍ରାହକଙ୍କ ପସନ୍ଦରେ ପରିଣତ ହୋଇଛି ଜିଓଫୋନ୍ । ଜିଓ ଭାରତ ଭି୨ ଫୋନ୍‌ରୁ ମଧ୍ୟ କଂପାନି ସେଭଳି ସଫଳତା ଆଶା କରୁଛି । କଂପାନି ପକ୍ଷରୁ ଜୁଲାଇ ୭ରେ ଜିଓ ଭାରତ ଭି୨ର ବିଟା ପରୀକ୍ଷଣ ଶୁଭାରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି । ଜିଓ ଭାରତ ଭି୨ ଫୋନ୍‌କୁ ଦେଶର ୬୫୦୦ ତହସିଲରେ ପହଂଚାଇବାକୁ କଂପାନି ଲକ୍ଷ୍ୟ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.