୪ ମାସ ପରେ ମିଳିଲା ଲୁଟ ହୋଇଥିବା ୪ ଲକ୍ଷ ଟଙ୍କା, ପୋଲିସର କାର୍ଯ୍ୟକୁ ପ୍ରଶଂସା

ଦୀର୍ଘ ୪ ମାସ ପରେ ଲୁଟ ହୋଇଥିବା ୪ ଲକ୍ଷ ଟଙ୍କା ମିଳିଲା । ଏମିତି ଘଟଣା ଦେଖିବାକୁ ମିଳିଛି ପାଟଣାଗଡରେ । ପୋଲିସର ଚେଷ୍ଟା ଯୋଗୁ ଏହା ସଫଳ ହୋଇ ପା ରିଛି ।

ପାଟଣାଗଡ(କେନ୍ୟୁଜ୍‌) : ଦୀର୍ଘ ୪ ମାସ ପରେ ଲୁଟ ହୋଇଥିବା ୪ ଲକ୍ଷ ଟଙ୍କା ମିଳିଲା । ଏମିତି ଘଟଣା ଦେଖିବାକୁ ମିଳିଛି ପାଟଣାଗଡରେ । ପୋଲିସର ଚେଷ୍ଟା ଯୋଗୁ ଏହା ସଫଳ ହୋଇ ପା ରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଫେବୃଆରୀ ଚାରି ତାରିଖ 2023 ମସିହାରେ ରାମପୁର ଭୀଷ୍ମ ନାଗ ଓ ଧର୍ମେନ୍ଦ୍ର ମେହେର ବାଇକରେ ବ୍ଯାଙ୍କରୁ ଟଙ୍କା କାଢି ଫେରୁଥିବାବେଳେ ଦୁଇଜଣ ଲୁଟେରା ଝିଙ୍କି ନେଇ ପଳାଇ ଯିବାରେ ସକ୍ଷମ ହୋଇଥିଲେ l

ପାଟଣାଗଡ ଥାନାଧିକାରୀ ଅନନ୍ତ ପଧାନଙ୍କ ନେତୃରେ ଏକ ଟିମ ଗଠନ କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏକ ସ୍‌ୱତନ୍ତ୍ରଟିମ ଯାଇ ଆସ୍କାରେ ଚୋରମାନଙ୍କୁ ଗୋଡ଼ଉଥିବା ବେଳେ ସେମାନେ ଟଙ୍କାଥିବା ବ୍ଯାଗକୁ ଫିଙ୍ଗିଦେଇ ଖସି ପଳାଇ ଥିଲେ l

ବ୍ଯାଗ ତଦନ୍ତ କଲାପରେ ସେଥିରେ ଚାରିଲକ୍ଷ ଟଙ୍କା ବାହାରି ଥିଲା l ଉକ୍ତ ଟଙ୍କାକୁ ଆଜି ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯାଳୟ ଠାରେ ପାଟଣାଗଡ ପୋଲିସ ରାମପୁରର ଭୀଷ୍ମ ନାଗ ଓ ଧର୍ମେନ୍ଦ୍ର ମେହେରଙ୍କୁ ହସ୍ତାନ୍ତର କରିଛି l ପୋଲିସର ଏପରି କାର୍ଯ୍ଯକୁ ଅଞ୍ଚଳରେ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.