Below header

ଦୀପାବଳି ପୂର୍ବରୁ ଲଞ୍ଚ୍‌ ହେବ ଦୁନିଆର ସବୁଠୁ ଶସ୍ତା ୪ଜି ସ୍ମାର୍ଟଫୋନ୍‌, ଜାଣନ୍ତୁ JioPhone Next ର ଦାମ୍‌ ଓ ଫିଚର

ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି ଜିଓ। ଏହି ଫୋନ୍‌କୁ ପ୍ରଥମେ ଜୁନ୍‌ରେ ଲଞ୍ଚ୍‌ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା। ପରେ ଏହା ସେପ୍ଟେମ୍ବର ୧୦ରେ ମାର୍କେଟକୁ ଆସିବ ବୋଲି କୁହାଗଲା। କିନ୍ତୁ ପରେ ଏହି ତାରିଖରେ ମଧ୍ୟ ମୋବାଇଲ ଲଞ୍ଚ୍‌ ହୋଇପାରିନଥିଲା। କମ୍ପାନୀ ଗତ ମାସରେ କହିଥିଲା, ଯେ ଏହି ଫୋନ୍‌ ଦୀପାବଳି ପୂର୍ବରୁ ଲଞ୍ଚ୍‌ ହେବ। ଏଣୁ ଆଶା କରାଯାଉଛି ଯେ କମ୍ପାନୀ ଖୁବ୍‌ ଶୀଘ୍ର ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍‌ JioPhone Nextକୁ ନେଇ କିଛି ଘୋଷଣା କରିବ। ତେବେ ଲଞ୍ଚ୍‌ ପୂର୍ବରୁ ଆସନ୍ତୁ ଜାଣିବା JioPhone Next ର ଫିଚର ବିଷୟରେ…

JioPhone Next ର ସମ୍ଭାବ୍ୟ ଦାମ୍‌:

ରିପୋର୍ଟ ମୁତାବକ, JioPhone Next କେବଳ ଭାରତର ନୁହେଁ ବରଂ ଦୁନିଆର ସବୁଠୁ ଶସ୍ତା ୪ଜି ସ୍ମାର୍ଟଫୋନ୍‌ ହେବ। ଏହାର ମୂଲ୍ୟ ୩୪୯୯ ଟଙ୍କା ରହିପାରେ। ତେବେ କମ୍ପାନୀ ପକ୍ଷରୁ ଏବେ ଯାଏଁ ଏହାର ମୂଲ୍ୟ କେତେ ରହିବ ସେ ନେଇ କୌଣସି ଖୁଲାସା କରାଯାଇନାହିଁ।

JioPhone Next ର ସମ୍ଭାବ୍ୟ ସ୍ପେସିଫିକେସନ୍‌:

JioPhone Next କୁ କମ୍ପାନୀ ଜୁନ୍‌ ମାସରେ ଲଞ୍ଚ୍‌ କରିଥିଲା। କିନ୍ତୁ ଏହାର ଫିଚର ଓ ଦାମ୍‌ ବିଷୟରେ କିଛି ସୂଚନା ସେୟାର କରିନଥିଲା। ତେବେ ଏହା ସ୍ପଷ୍ଟ ଯେ ଏଥିରେ ୟୁଜରଙ୍କୁ ଗୁଗଲ ପ୍ଲେ (Google Play) ସହ ଅନେକ ପ୍ରି-ଲୋଡେଡ୍‌ ଆପ୍‌ ମିଳିବ। ଏଥିସହ ଫୋନ୍‌ରେ ଲାଟେଷ୍ଟ ଆଣ୍ଡ୍ରଏଡ୍‌ ରିଲିଜ୍‌ ଓ ସିକ୍ୟୁରିଟି ଅପ୍‌ଡେଟ୍‌ ମଧ୍ୟ ମିଳିବ। ଏହି ସ୍ମାର୍ଟଫୋନ୍‌ରେ ଏଚ୍‌ଡିଆର ମୋଡ୍‌ ସହ ସିଙ୍ଗଲ ରିୟର କ୍ୟାମେରା ସେଟ୍‌ ଅପ୍‌ ମଧ୍ୟ ମିଳିପାରେ। ଏଥିସହ ଫୋନ୍‌ରେ Google Assistant ସପୋର୍ଟ ମଧ୍ୟ ଦିଆଯିବ, ଯାହା ସାହାଯ୍ୟରେ ୟୁଜର୍ସ ଭଏସ୍‌ କମାଣ୍ଡ ବ୍ୟବହାର କରି ଲାଇଭ୍‌ କ୍ରିକେଟ୍‌ ସ୍କୋର, ଅପ୍‌ଡେଟ୍‌ ଆଦି ଚେକ୍‌ କରିପାରିବେ।

ଏଥିସହ JioPhone Next ଫୋନ୍‌ରେ ମ୍ୟୁଜିକ୍‌ ପାଇଁ  Jio Saavn ଆପ୍‌ ଓ ବାଲାନ୍ସ ଚେକ୍‌ କରିବା ପାଇଁ MyJio app ପ୍ରି-ଲୋଡେଡ୍‌ ମିଳିବ। ଫୋନ୍‌ରେ ୫.୫ ଇଞ୍ଚ୍‌ର ଡିସ୍‌ପ୍ଲେ ମିଳିପାରେ ଓ ଏହା Qualcomm QM215 ଚିପ୍‌ସେଟ୍‌ରେ ଲଞ୍ଚ୍‌ ହେବ। ପାଓ୍ଵାର ବ୍ୟାକ୍‌ ଅପ୍‌ ପାଇଁ ଏହି ମୋବାଇଲରେ ୨,୫୦୦ mAh ର ବ୍ୟାଟେରୀ ମିଳିବ। ଯାହା କମ୍‌ ଦାମ୍‌ରେ ୟୁଜର୍ସଙ୍କୁ ଭଲ ସ୍ମାର୍ଟଫୋନ୍‌ର ମଜା ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.