IPL 2022ରେ ଖେଳିବେ ମହେନ୍ଦ୍ର ସିଂ ଧୋନୀ! ଚେନ୍ନାଇ ସହିତ ଭବିଷ୍ୟତକୁ ନେଇ ଦେଲେ ବଡ଼ ବୟାନ, କହିଲେ, ‘ମୁଁ ଏବେ ଖେଳ ଛାଡ଼ି ନାହିଁ’

ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ୍‌ ଖେଳିବେ ନାହିଁ, ଏହି ପ୍ରଶ୍ନ ଲଗାତାର ସବୁ କ୍ରିକେଟ୍‌ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି। ଚେନ୍ନାଇ ସୁପର କିଙ୍ଗ୍ସ ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେବା ପରେ ଏମ୍‌ଏସ୍‌ ଧୋନୀ ନିଜ ଭବିଷ୍ୟତର ଯୋଜନାକୁ ନେଇ ସ୍ପଷ୍ଟ କରି ଦେଇଛନ୍ତି ଯେ ସେ ଏବେ ସିଏସ୍‌କେ ସହିତ ଅଛନ୍ତି ଅର୍ଥାତ୍‌ ଖେଳିବା ଛାଡ଼ି ନାହାନ୍ତି।

ଧୋନୀ କହିଛନ୍ତି, ଆଶା କରୁଛି କି, ଆଗାମୀ ଥର ଏହି ଭଲ ପାଇବା, ଯାହା ଦୁବାଇରୁ ମିଳିଛି, ତାହା ଚେନ୍ନାଇର ଚେପାକ୍‌ରୁ ମିଳିବ। କହି ରଖୁଛୁ, ସିଏସ୍‌କେ ଫାଇନାଲରେ କେକେଆରକୁ ୨୭ ରନ୍‌ରେ ହରାଇ ଆଇପିଏଲ୍‌ ୨୦୨୧ର ଟାଇଟଲ ହାତେଇଛି। ଫାଇନାଲ ମୁକାବିଲା ପରେ ପୁରସ୍କାର ସମାରୋହରେ ଧୋନୀଙ୍କୁ ହର୍ଷା ଭୋଗଲେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ କରିଥିଲେ। ଉତ୍ତରରେ ଧୋନୀ ଏହା ସ୍ପଷ୍ଟ କରି ଦେଇଛନ୍ତି କି, ସେ ଏବେ ଯିବାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ହର୍ଷା ଭୋଗଲେଙ୍କ ପ୍ରଶ୍ନରେ ଧୋନୀ କହିଛନ୍ତି, ‘ଏହା ବିସିସିଆଇ ଉପରେ ନିର୍ଭର କରିଥାଏ। ଦୁଇଟି ନୂଆ ଟିମ୍‌ ଆସୁଛି’। ଏହାପରେ ହର୍ଷା, ଧୋନୀଙ୍କୁ ମଝିରୁ ଅଟକାଇ କହିଥିଲେ, ‘ନା ଏମ୍‌ଏସ୍‌, ଏହା ଆପଣଙ୍କର ଏବଂ ସିଏସ୍‌କେ ଭିତରର କଥା’, ଯାହା ଉପରେ ହସି ଧୋନୀ ଉତ୍ତର ଦେଇଥିଲେ ଯେ ‘ଏହା କେବଳ ଏହି କଥା ଉପରେ ନିର୍ଭର କରୁନି ଯେ ମୁଁ ସିଏସ୍‌କେ ପାଇଁ ଖେଳୁଛି କି ନାହିଁ। ସିଏସ୍‌କେ ପାଇଁ ବେଷ୍ଟ କ’ଣ ହେବ, ତାହା ହିଁ ନିର୍ଭର କରୁଛି’।

ଧୋନୀ ଆଗକୁ କହିଥିଲେ କି, କୋର ଗ୍ରୁପ୍‌ ୧୦ ବର୍ଷ ଭିତରେ ସିଏସ୍‌କେକୁ ଆଗକୁ ପହଞ୍ଚାଇଛି। ଏବେ ଏହା ଦେଖିବାକୁ ହେବ କି, ସିଏସ୍‌କେ ପାଇଁ କ’ଣ ଭଲ ରହିବ’। ଏହାପରେ ହର୍ଷା ଭୋଗଲେ ଧୋନୀଙ୍କୁ ପଚାରିଥିଲେ ଯେ କେଉଁ ଲେଗାସୀ ଆପଣ ସିଏସ୍‌କେ ପାଇଁ ଛାଡ଼ିଛନ୍ତି…ଏହା ଉପରେ ଧୋନୀ ହସିକି ଉତ୍ତର ଦେଇଥିଲେ, ‘ମୁଁ ଏବେ ଛାଡ଼ିନି’।

ଏଥି ପୂର୍ବରୁ ଧୋନୀ ପୁରସ୍କାର ସମାରୋହରେ ଏହା ମଧ୍ୟ କହିଥିଲେ, ‘ଆମେ ଏବେ ଦୁବାଇରେ ଅଛୁ। ଫ୍ୟାନ୍‌ମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଖେଳିଲୁ। ସବୁ ଜାଗାରେ ଆମକୁ ବହୁତ ଭଲ ପାଇବା ମିଳିଲା। ଆଶା କରୁଛି କି, ଆଗାମୀ ବର୍ଷ ଚେନ୍ନାଇର ଚେପାକ୍‌ରେ ଆମେ ସିଏସ୍‌କେର ଫ୍ୟାନ୍‌ମାନଙ୍କ ପାଇଁ ଫେରିବୁ’।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ଧୋନୀ ଏହା ସ୍ପଷ୍ଟ କରି ସାରିଛନ୍ତି ଯେ ସେ ଆଗାମୀ ବର୍ଷ ସିଏସ୍‌କେ ସହିତ ଯୋଡ଼ି ରହିବେ। କିନ୍ତୁ ସେ ଖେଳିବେ କି ନାହିଁ, ତାହା ସମୟ ଉପରେ ନିର୍ଭର କରିବ। ସେ ନିଜ ଫ୍ୟାନ୍‌ମାନଙ୍କୁ କଥା ଦେଇ କହିଥିଲେ କି, ‘ମୁଁ ଆଶା କରୁଛି, ଆପଣ ମୋର ଅବସରକାଳୀନ ମ୍ୟାଚ୍‌ ନିଜେ ହିଁ ଦେଖିବେ ଏବଂ ମୁଁ ଆପଣଙ୍କ ସାମ୍ନାରେ ଖେଳିକି ହିଁ ବିଦାୟ ନେବାକୁ ଚାହୁଁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.