ପେଟରୁ କାଟି ସନ୍ତାନକୁ ଖାଇବାକୁ ଦେଇଥିଲା କିନ୍ତୁ ଆଜି ଦିମୁଠା ଖାଇବାକୁ ବାରଦୁଆର ଏହି ମା’

ଉମରକୋଟ(କେନ୍ୟୁଜ୍): ହକ୍‌ ପାଇବାକୁ ଜଣେ ମା’ର ସଂଘର୍ଷ । ଖାଇବାକୁ ନପାଇ ରାସ୍ତା କଡ଼ରେ ଧାରଣାରେ ବସିଛନ୍ତି ଜଣେ ମହିଳା । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର DNK ଛକରେ। ପୁଅ ବୋହୂ ତାଙ୍କୁ ଖାଇବାକୁ ନଦେବା ସହ ଠିକ୍‌ରେ ରଖୁ ନଥିବା ଅଭିଯୋଗ ଆଣିଛନ୍ତି ଉଷାରାଣୀ ।

maa

ପିଲାମାନେ ଛୋଟ ଥିବା ସମୟରେ ଉଷାରାଣୀଙ୍କ ସ୍ୱାମୀ, ସମସ୍ତଙ୍କୁ ଛାଡ଼ି କୁଆଡ଼େ ଚାଲିଯାଇଛନ୍ତି । ବହୁତ କଷ୍ଟରେ ପିଲାମାନଙ୍କୁ ବଡ଼ କରିଥିବା ବେଳେ ଏପରି ଅବସ୍ଥା ତାଙ୍କୁ ଆଘାତ ଦେଇଛି। ଅନ୍ୟ ପକ୍ଷରେ ପୁଅ ଗୋପଳ ମା’ଙ୍କ ଅଭିଯୋଗକୁ ମିଛ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.