ବଢ଼ିବାରେ ଲାଗିଛି ସାଇବର କ୍ରାଇମ, ଅନଲାଇନ ସପିଂ ଏବଂ ଟ୍ରାଜାଂକସନ ସମୟରେ ଏମିତି ରୁହନ୍ତୁ ସାବଧାନ

ଦେଶରେ ଯେଉଁଠି ଡିଜିଟାଲ ଇଣ୍ଡିଆକୁ ପ୍ରଶ୍ରୟ ଦିଆଯାଉଛି ସେହିଭଳି ଦିନ-ପ୍ରତିଦିନ ସାଇବର ଅପରାଧ ଘଟଣାରେ ମଧ୍ୟ ଇଜାଫା ଦେଖିବାକୁ ମିଳୁଛି। ଗତ ତିନି ବର୍ଷ ମଧ୍ୟରେ ଦେଶରେ ସାଇବର କ୍ରାଇମର ୧୪୪୫୦୦ ଘଟଣା ରୁଜୁ କରାଯାଇଛି। ଏଥିପାଇଁ, ଡିଜିଟାଲ ଟ୍ରାଜାଂକସନ କରିବା ସମୟରେ ସାବଧାନୀ ରଖିବା ବହୁତ ଆବଶ୍ୟକ ଅଟେ।

ଆଜିକାଲି ଲୋକମାନେ ଛୋଟ-ବଡ ସବୁ ପ୍ରକାରର ପେମେଣ୍ଟ କରିବା ପାଇଁ ଟେକନିକର ସାହାରା ନିଆଯାଉଛି। ଏମିତିରେ ବହୁତ ଥର ଏମିତି ମଧ୍ୟ ହୋଇଥାଏ ଯେ ହଠାତ ସେମାନେ ଠକାମୀର ଶିକାର ହୋଇଯାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଘଟଣାରୁ ରକ୍ଷା ପାଇବା ପାଇଁ ଉପାୟ ଜଣାଇବାକୁ ଯାଉଛୁ।

-ଡିଜିଟାଲ ପେମେଣ୍ଟ କରିବା ପାଇଁ କେବେବି ସାଇବର କାଫେ କିମ୍ବା ୱାଇ-ଫାଇର ପ୍ରୟୋଗ କରିବା ଉଚିତ ନୁହେଁ। କୌଣସି ବି ପେମେଣ୍ଟ ଯାଞ୍ଚ କରିବା ପାଇଁ ପ୍ରଥମେ ଏହା ଯାଞ୍ଚ କରିନିଅନ୍ତୁ ଯେ ଆପଣଙ୍କ ଇଣ୍ଟରନେଟ କନେକସନ ସୁରକ୍ଷିତ ଅଛି କି ନାହିଁ।

cyber-crime-ଡିଜିଟାଲ ପେମେଣ୍ଟ କରିବା ପୂର୍ବରୁ ଏହା ନିଶ୍ଚୟ ଯାଞ୍ଚ କରନ୍ତୁ ଯେ ଆପଣଙ୍କ ଦ୍ବାରା ପେମେଣ୍ଟ ପାଇଁ ବ୍ୟବହାର କରାଯାଇଥିବା ପେମେଣ୍ଟ ଗେଟୱେ ୱେବସାଇଟ ଅଫିସିଆଲ ହୋଇଥିବା ଆବଶ୍ୟକ।

-ପେମେଣ୍ଟ କରିବା ପୂର୍ବରୁ ସମ୍ବଦ୍ଧିତ ୱେବସାଇଟ ର ୱେବ ଆଡ୍ରେସ ନିଶ୍ଚୟ ଯାଞ୍ଚ କରନ୍ତୁ। ଏହାର ଆରମ୍ଭ httpsରୁ ହେବା ଆବଶ୍ୟକ।

-ଯଦି ଆପଣ ଅଫିସ କମ୍ପ୍ୟୁଟରରେ ପେମେଣ୍ଟ କରୁଛନ୍ତି ତେବେ କାମ ଶେଷ ହେବା ପରେ ହିଁ ସିଷ୍ଟମକୁ ଲଗଆଉଟ ନିଶ୍ଚୟ କରନ୍ତୁ। ଏହାଛଡା ସିଷ୍ଟମର ହିଷ୍ଟ୍ରୀ ମଧ୍ୟ ଡିଲିଟ କରିବାକୁ ଚେଷ୍ଟା କରନ୍ତୁ।

-ସମୟ ବ୍ୟବଧାନରେ ଆପଣ ଖାତାର ଷ୍ଟେଟମେଣ୍ଟକୁ ନିଶ୍ଚୟ ଚେକ୍ କରନ୍ତୁ। ଏଥିପାଇଁ ଏକ ଦିନ ଚୟନ କରନ୍ତୁ। ନିଜର ଟ୍ରାଜାକସନ ଉପରେ ନଜର ରଖନ୍ତୁ। କୌଣସି ପ୍ରକାରର ଅସୁବିଧା ହେଲେ ସମ୍ବଦ୍ଧିତ ବ୍ୟାଙ୍କ ସହିତ ସମ୍ପର୍କ କରନ୍ତୁ।

-ଅନଲାଇନ ବ୍ୟାଙ୍କିଂର ବ୍ୟବହାର କରିବା ପାଇଁ ମଜବୁତ ପାସୱାର୍ଡ ବନାନ୍ତୁ। ଏଥିପାଇଁ କ୍ୟାପିଟାଲ ଏବଂ ସ୍ମଲ ଲେଟର ସହିତ ଷ୍ପେଶାଲ କ୍ୟାରେକ୍ଟର ଏଂ ଅଙ୍କକୁ ନିଶ୍ଚୟ ପ୍ରୟୋଗ କରନ୍ତୁ। ପାସୱାର୍ଡକୁ କେବେବି ଆଠ ଅଙ୍କରୁ କମ୍ ରଖନ୍ତୁ ନାହିଁ। ଏହାସହିତ ଏହାକୁ ନିଜ ମନେ ରଖନ୍ତୁ। ପାସୱାର୍ଡକୁ କୌଣସି ଡାଏରୀ କିମ୍ବା ନୋଟପେଡରେ ଲେଖିବାରୁ ଦୂରେଇ ରୁହନ୍ତୁ।

-ଟ୍ରାଜାକସନ କରିବା ସମୟରେ ୱିଣ୍ଡୋର ଡାହାଣ ସାଇଡରେ ଟ୍ରାଜାକସନ ଡିଟେଲ ସେଭ କରିବାର ଅପସନ ଆସିଥାଏ ଯେଉଁଥିରେ ଆପଣ କାର୍ଡର ଡିଟେଲ ଭରିବାର ଆବଶ୍ୟକ ନାହିଁ। ଏହାର ପ୍ରୟୋଗ କରନ୍ତୁ ନାହିଁ। ଏମିତି କରିବା ଦ୍ବାରା ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ।

-ଯଦି ଆପଣଙ୍କ ମୋବାଇଲ ନମ୍ବର କିଛି ସମୟ ପାଇଁ ହଠାତ୍ ବନ୍ଦ ହୋଇଯିବ ଆଉଟ ଗୋଇଙ୍ଗ ଏବଂ ଇନକମିଂ କଲର ସୁବିଧା ଆପଣ ପାଇପାରନ୍ତି ନାହିଁ ତେବେ ସାବଧାନ ହୋଇଯାନ୍ତୁ। କାରଣ ଏହି ସମୟରେ ଅପରାଧୀ ଆପଣଙ୍କ ମୋବାଇଲ ଫୋନକୁ ହ୍ୟାକ୍ କରି ଘଟଣା ଘଟାଇପାରେ।

-ଯଦି ଆପଣଙ୍କ ମୋବାଇଲରେ ବିନା ଆପଣଙ୍କ ରିକ୍ବେଷ୍ଟରେ ବ୍ୟାଙ୍କିଂ ଓଟିପି ଆସେ ତେବେ ତୁରନ୍ତ ବ୍ୟାଙ୍କରେ ସମ୍ପର୍କ କରନ୍ତୁ।

-କେତେକ ଥର ଆପଣଙ୍କ ଇ-ମେଲ ଏବଂ ଏସଏମଏସ ଜରିଆରେ ପୁରଷ୍କାର ଜିତିବାର ସୂଚନା ଆସିଥାଏ। ଯେଉଁଥିରେ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ଦେବାକୁ କୁହାଯାଇଥାଏ। ଏହି ପ୍ରକାରର କୌଣସି ବି ମେସେଜର ଉତ୍ତର ଦିଅନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.