Below header

ଏବେ ଦଲେରଙ୍କ ସହ ଦେଖିବାକୁ ମିଳିବ ସପନା ଚୌଧୁରୀଙ୍କ ଜଲଓ୍ଵା, ଲଞ୍ଚ ହେଲା ପ୍ରଥମ ପୋଷ୍ଟର

ମୁମ୍ବାଇ : ହରିୟାଣାର ସିଙ୍ଗର ଏବଂ ଡ୍ୟାନ୍ସର ସପନା ଚୌଧୁରୀଙ୍କ ଲୋକପ୍ରିୟତା ସାରା ଦେଶରେ ଦେଖିବାକୁ ମିଳେ । ତାଙ୍କ ଗୀତ ଏବଂ ନାଚ ପାଇଁ ଦର୍ଶକ ତାଙ୍କୁ ଖୁବ୍‌ ଭଲ ପାଆନ୍ତି । ପୁଣିଥରେ ଗୀତ ଜରିଆରେ ନିଜ ପ୍ରଶଂସକଙ୍କ ମନରେ ରାଜ୍‌ କରିବାକୁ ଆସୁଛନ୍ତି ସପନା । କିନ୍ତୁ ଏଥର ସପନାଙ୍କ ସହ ଅଛନ୍ତି ପଞ୍ଜାବୀ ସିଙ୍ଗର ଡଲେର ମେହେନ୍ଦି । ଏନେଇ ସପନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟର ଶେୟାର କରିଛନ୍ତି ।

ପୋଷ୍ଟରରେ ସପନାଙ୍କ ସହ ଦେଖିବାକୁ ମିଳିଛି ଦଲେର ମେହେନ୍ଦ୍ରୀଙ୍କୁ । ଗୀତର ବୋଲ ବାବଲୀ ତରେଡ ରହିଥିବାବେଳେ ଖୁବ ଶୀଘ୍ର ଏହା ରିଲିଜ୍‌ ହୋଉଛି ବୋଲି କୁହାଯାଉଛି । ସପନାଙ୍କ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହାକୁ ୩୬ ହଜାର ଲୋକ ଲାଇକ କରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.