Below header

ଲକ୍‌ଡାଉନରେ ଲଞ୍ଚ ହେଲା LG Style 3 ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ସ୍ମାର୍ଟଫୋନ କମ୍ପାନୀ LG ନୂଆ ସ୍ମାର୍ଟଫୋନ ଷ୍ଟାଇଲ ୩କୁ ଲଞ୍ଚ କରିଛି। ୟୁଜର୍ସଙ୍କୁ ଏଲଜି ଷ୍ଟାଇଲ ୩ ସ୍ମାର୍ଟଫୋନରେ ୪୮ ମେଗାପିକ୍ସେଲ କ୍ୟାମେରା, ଦମଦାର ପ୍ରୋସେସର, ଜମ୍ବୋ ବ୍ୟାଟେରୀର ସପୋର୍ଟ ମିଳିବ। କମ୍ପାନୀ ଏହି ଫୋନକୁ ଭାରତ ସମେତ ଅନ୍ୟ କେଉଁ ଦେଶରେ ଲଞ୍ଚ କରିଛି, ତାହାର ବିବରଣୀ ପ୍ରଦାନ କରିନାହିଁ।

lg phone

ଫୋନର ମୂଲ୍ୟ ଏବଂ ସ୍ପେସିଫିକ୍ସେନ :

ଏପର୍ଯ୍ୟନ୍ତ ଏହି ଫୋନର ମୂଲ୍ୟ ଘୋଷଣା କରାଯାଇନାହିଁ। କିନ୍ତୁ ରିପୋର୍ଟ ଅନୁଯାୟୀ ଏହି ଫୋନର ମୂଲ୍ୟ ୩୮ ହଜାର ଟଙ୍କା ରହିବ ବୋଲି ଆକଳନ କରାଯାଉଛି। ଏହି ଫୋନକୁ ମିରର ବ୍ଲାକ ଏବଂ ଆରୋରା ହ୍ଵାଇଟ କଲର ଅପସନ ସହିତ କିଣାଯାଇପାରିବ। ଏହି ଫୋନରେ ୬.୧ ଇଞ୍ଚର ଡିସପ୍ଲେ ସହିତ ୮୪୫ ସ୍ନାପଡ୍ରାଗନ ପ୍ରୋସେସର ଏବଂ ୪ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ ସପୋର୍ଟ ରହିଛି। ଏହି ଫୋନ ଆଣ୍ଡ୍ରଏଡ ୧୦ ଅପରେଟିଂ ସିଷ୍ଟମରେ ମଧ୍ୟ କାମ କରୁଛି।

ଏଥିରେ ଡୁଆଲ କ୍ୟାମେରା ସେଟଅପ ରହିଛି। ଯେଉଁଥିରେ ୪୮ ମେଗାପିକ୍ସେଲ ସେନସର ସହିତ ୫ ମେଗାପିକ୍ସେଲ ଡେପ୍ଥ ସେନସର ରହିଛି। ଏହାସହିତ ୮ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.