Below header

କରୋନା ପାଇଁ ଏମାନେ ଖାଇପାରିବେନି ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା, ସ୍ପଷ୍ଟ କଲେ ସରକାର

କରୋନା ଭାଇରସର ଚିକିତ୍ସା ଏଯାବତ ମିଳିପାରିନଥିବାରୁ ଲୋକମାନେ ଚିନ୍ତିତ ଅଛନ୍ତି। ଅନ୍ୟପଟେ ଦିନକୁ ଦିନ ବଢିଚାଲିଥିବା କରୋନା ମାମଲା ଏହି ଚିନ୍ତାକୁ ଦୁଇଗୁଣିତ କରିଛି। ତେବେ ଇତିମଧ୍ୟରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନର ଉପଯୋଗ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ପରାମର୍ଶନାମା ଜାରି କରିଛି।

Demand surge for 'game-changer' Covid-19 drug hydroxychloroquine ...

ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା ଗଠିତ ଟାସ୍କଫୋର୍ସର ଅନୁମୋଦନ ଉପରେ ଆଧାରିତ ଏହି ପରାମର୍ଶନାମାରେ କେଉଁମାନେ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର କରିପାରିବେ ଓ କେଉଁମାନେ ଏହାକୁ ଖାଇପାରିବେ ନାହିଁ ସେନେଇ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ୧୫ ବର୍ଷରୁ କମ ବୟସର ପିଲାଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ଦିଆଯାଇପାରିବ ନାହିଁ। ଏଥିସହ ରେଟିନୋପାଥି ଓ ହାଇପରସେନ୍ସିଟିଭିଟି ଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ଔଷଧ ବ୍ୟବହାର କରାଯାଇପାରିବନାହିଁ। ଏଭଳି ସମସ୍ୟା ଥିବା ବ୍ୟକ୍ତି ବିଶେଷ ଏମିନୋକୁଇନୋଲାଇନଯୁକ୍ତ ଔଷଧ ଖାଇପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି।

Hydroxychloroquine saved my life from COVID-19: US lawmaker ...

ସୂଚନାଯୋଗ୍ୟ ଯେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଖାଇଲେ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ମିଳିବ ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହି ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି। ଆମେରିକାର ଅନୁରୋଧକ୍ରମେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ତିଆରି କରିବା ଆରମ୍ଭ କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.