Below header

ଏବେ ଭଏସ କମାଣ୍ଡରେ କରିପାରିବେ କଲ୍: ଆସିଗଲା ନଏଜ୍ ର ନୂଆ ସ୍ମାର୍ଟ୍ ୱାଚ, ସାତ ଦିନ ରଖିବ ଚାର୍ଜ

ମାର୍କେଟକୁ ଏବେ ଏମିତି ଏକ ସ୍ମାର୍ଟୱାଚ୍ ଆସିଛି ଯିଏକି ଆପଣ କଥା କହୁ କହୁ ହିଁ ଆପଣଙ୍କ କଥା ମାନିବ। ବର୍ତ୍ତମାନ ଆଗେଇଛି ଟେକ୍ନୋଲଜି। ତେଣୁ ଅଟୋମୋବାଇଲ କମ୍ପାନୀ ଗୁଡ଼ିକ ଏବେ ନୂଆ ନୂଆ ଡିଜାଆଇନ୍ ର ଘଣ୍ଟା ତିଆରି କରୁଛନ୍ତି। କାରଣ କିଛି ବର୍ଷ ହେବ ଏହି ସ୍ମାର୍ଟ୍ ୱାଚ ଭଲ ସେଲ୍ ହେଉଛି। ଏବେ ମଧ୍ୟ ନଏଜ ଏମିତି ଏକ ସ୍ମାର୍ଟ୍ ଲଞ୍ଚ କରିଛି ଯାହା ଭଏସ କମାଣ୍ଡ ମାଧ୍ୟମରେ ଆପଣଙ୍କ କଥା ମାନିବ। ଏହି ସ୍ମାର୍ଟ୍ ୱାଚ ମଧ୍ୟ ଥରେ ଚାର୍ଜ କଲେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଚାର୍ଜ ରଖିବ। ଏହି ସ୍ମାର୍ଟ୍ ୱାଚରେ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପରି ଭଲ ଫିଚର୍ ମଧ୍ୟ ରହିଛି।

ନୂତନ ଭାବେ ମାର୍କେଟକୁ ଆସିଥିବା ଏହି ସ୍ମାର୍ଟ୍ ୱାଚ ହେଉଛି ନ୍ୟୁ କଲର୍ ଫିଟ୍ ପ୍ରୋ ୩ ଆଲଫା ନଏଜ୍ ୱାଚ। ଡିଭାଇସଟି ପ୍ରିମିୟମ୍ ଅଫର୍ ମଧ୍ୟରୁ ଗୋଟିଏ ଏବଂ ଏହି ସ୍ମାର୍ଟ ୱାଚ୍ ମୂଲ୍ୟ ୫୦୦୦ ରୁ ଅଧିକ। ଏହାର ଭଲ କ୍ୱାଲିଟି ହେଉଛି ଏଥିରେ ଭଏସ୍ କଲ୍ ଓ ଫାଷ୍ଟ ଚାର୍ଜିଂ ଭଳି ଆକର୍ଷଣୀୟ ଫିଚର୍ ରହିଛି।

ନ୍ୟୁ କଲରଫିଟ୍ ପ୍ରୋ 3 ଆଲଫା ସ୍ପେକ୍ସ ସହିତ ମାର୍କେଟରେ ଲଞ୍ଚ ହୋଇଛି। ଏହାର କ୍ଲାରିଟି 500nits ରହିଛି ଏବଂ 240 × 280 ପିକ୍ସେଲ ରେଜୋଲୁସନ ସହିତ 1.69-ଇଞ୍ଚ ରଙ୍ଗର ଟଚ୍ ସ୍କ୍ରିନ୍ ମଧ୍ୟ ଏହି ସ୍ମାର୍ଟ୍ ୱାଚରେ ରହିଛି।କଲର୍ ଫିଟ୍ ପ୍ରୋ 3 ଆଲଫା ଆପଣଙ୍କୁ କେବଳ ଭଏସ କଲ କରିବାକୁ ଅନୁମତି ଦେଇନଥାଏ ବରଂ କଲ୍ ହିଷ୍ଟ୍ରୀରେ ଥିବା କଣ୍ଟାକ୍ଟକୁ ମଧ୍ୟ କଲ୍ କରିବାକୁ ଉପଭୋକ୍ତାମାନଙ୍କୁ ସାହାଯ୍ୟ କରିଥାଏ। ଏହି ଘଣ୍ଟାରେ ପ୍ରାୟ ୮୦ ଟି ଗୀତ ରଖିବା ପାଇଁ ବିଲ୍ଟ-ଇନ୍ ଷ୍ଟୋରେଜ୍ ରହିଛି ଏବଂ ଗୀତକୁ ଆପଣଙ୍କର ୱାଚରେ ଚଲାଇବା ପାଇଁ TWS କନେକ୍ଟର ରହିଛି।

ଏହା ବ୍ୟତୀତ, ସ୍ମାର୍ଟ ୱାଚ୍ ୧୦୦ ରୁ ଅଧିକ ସ୍ପୋର୍ଟସ ମୋଡ୍ ସହିତ ସଜାଯାଇଛି ଏବଂ ଏହା ମଧ୍ୟ 5ATM ୱାଟର ପ୍ରୁଫ। ଏଥିରେ ହେଲ୍ଥ ଟ୍ରେକିଙ୍ଗ ଫିଚର ମଧ୍ୟ ରହିଛି। ଏହି ଘଣ୍ଟାରେ 24 × 7 ହାର୍ଟ ରେଟ୍ ମାପକ, SpO2 ସେନ୍ସର, ଷ୍ଟ୍ରେସ୍ ମନିଟର, ସ୍ଲିପିଂ ଭଳି ଫିଚର୍ ରହିଛି। ଘଣ୍ଟାରେ ବିଲ୍ଟ-ଇନ୍ ଆଲେକ୍ସା ଭଏସ୍ ଆସିଷ୍ଟାଣ୍ଟ ଅଛି ଯାହା ସହିତ ୟୁଜରମାନେ ରିମାଇଣ୍ଡର ସେଟ୍ କରିପାରିବେ, ପ୍ରଶ୍ନ ପଚାରିପାରିବେ, ପାଣିପାଗ ଅପଡେଟ୍ ପାଇପାରିବେ।

ବ୍ୟାଟେରୀ କଥା କହିବାକୁ ଗଲେ କଲର୍ ଫିଟ୍ ପ୍ରୋ 3 ଆଲଫା ଗୋଟିଏ ଚାର୍ଜରେ ୭ ଦିନ ପର୍ଯ୍ୟନ୍ତ ରହିବ ବୋଲି କମ୍ପାନୀ ଦାବି କରିଛି। ଏହାକୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ମାତ୍ର ୩୦ ମିନିଟ୍ ସମୟ ଲାଗେ। ସ୍ମାର୍ଟୱାଚ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ୍ ସହିତ ଯୋଡି ହୋଇପାରିବ। ଅନ୍ୟାନ୍ୟ ଫିଚର କଥା କହିବାକୁ ଗଲେ ଇମେଲ୍, ସୋସିଆଲ୍ ମିଡିଆ ଆପ୍ ଏବଂ ୱେଦର, ଆଲାର୍ମ ୱାଚ୍, କ୍ୟାଲେଣ୍ଡର ଆଲର୍ଟ ଭଳି ସ୍ମାର୍ଟ ଆଲର୍ଟ ରହିଛି ଏହି ୱାଚରେ।

ନ୍ୟୁ କଲର୍ ଫିଟ୍ ପ୍ରୋ 3 ଆଲଫାର ମୂଲ୍ୟ ଭାରତରେ ୫ ହଜାର ୪୯୯ ଟଙ୍କା ରହିଛି। ଆପଣ ଏହାକୁ କିଣିବାକୁ ଚାହୁଁଥିଲେ ଫ୍ଲିପକାର୍ଟ ଇ-କମର୍ସ ପ୍ଲାଟଫର୍ମରେ ମାର୍ଚ୍ଚ ୨୫ ରୁ କିଣିପାରିବେ। ଏହାକୁ ମଧ୍ୟାହ୍ନ ୧୨ ଟାରେ ବିକ୍ରି କରାଯିବ। ଡିଭାଇସ୍ ବ୍ଲାକ୍, ଗ୍ରୀନ୍, ଗ୍ରେ, ଗୋଲାପୀ ଏବଂ ଟିଲ୍ ରଙ୍ଗରେ ମାର୍କେଟ ରେ ଉପଲବ୍ଧ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.